Home ଜିଲ୍ଲା ପରିକ୍ରମା ଭଦ୍ରକରେ ପାଳନ ହେଲା ବଳିଦାନର ପର୍ବ ଇଦ୍‌-ଉଲ୍ ଜୁହା

ଭଦ୍ରକରେ ପାଳନ ହେଲା ବଳିଦାନର ପର୍ବ ଇଦ୍‌-ଉଲ୍ ଜୁହା

27

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଳିଦାନର ପର୍ବ ଇଦ୍‌-ଉଲ୍ ଜୁହା । ଆଜି ସମଗ୍ର ଦେଶରେ ମୁସଲମାନ ଭାଇ ଭଉଣୀମାନେ ଏହି ପର୍ବକୁ ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି । ଭଦ୍ରକରେ ମଧ୍ୟ ଏହି ଉତ୍ସବକୁ ଖୁବ୍ ଧୁମ୍‌ଧାମରେ ପାଳନ କରାଯାଉଛି । ଆଜି ବହୁ ଧୁମ୍‌ଧାମରେ ଏହି ପର୍ବକୁ ପାଳନ କରାଯାଉଛି । ଭଦ୍ରକର ବିଭିନ୍ନ ମସ୍‌ଜିଦ୍ ସମେତ ଇଦଗାହାରେ ମଧ୍ୟ ନମାଜ ପାଠ କରାଯାଇଛି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଇଦଗାହା ଠାରେ ପହଞ୍ôଚ ସମୂହ ନମାଜ ପାଠ କରିଥିଲେ । ଧର୍ମଗୁରୁ ପ୍ରୋଫେଟ ମହମ୍ମଦଙ୍କ ପୂର୍ବପୁରୁଷମାନେ, ଈଶ୍ୱରଙ୍କ ଦିବ୍ୟବାଣୀ ଅନୁଯାୟୀ ନିଜର ସନ୍ତାନମାନଙ୍କୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବଳି ଚଢାଇବା ପାଇଁ ଉଦ୍ୟମ କରିôଥଲେ । ସେହି ସମୟରେ ଆଲ୍ଲା ଆର୍ବିଭାବ ହୋଇ ବଳିକୁ ବନ୍ଦ କରିଥିଲେ । ସେହି ଦିନଠାରୁ ଇସଲାମ ଧର୍ମାଲମ୍ବୀମାନେ ବଳିଦାନର ପର୍ବ ଇଦ୍‌-ଉଲ୍‌-ଜୁହା ନାମରେ ପାଳନ କରୁଛନ୍ତି । ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜ୍ୟୋତିପ୍ରକାଶ ମହାନ୍ତି, ଦିଲ୍ଲୀପ ନାୟକ, ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି, ଚଉଦା ମହଲା ମୁସଲିମ୍ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରି, ମିଡିଆ ସେଲ୍‌ର ସଂଯୋଜକ ସେକ୍ ଅନୱାର, ଚଉଦ ମହଲା ମୁସଲିମ୍ ଜମାତର ସଂପାଦକ ହାଜି ଅବଦୁଲ ମୁକିତ, କାର୍ଯ୍ୟକାରୀ ସଭାପତି ମହମ୍ମଦ ଜକାଉଲା, ସଂପାଦକ ସେକ୍ ସିରାଜୁଦ୍ଦିନ୍‌, ନଗର ସଭାପତି ଆଇନ୍‌ଜୀବୀ ତାହେର ମହମ୍ମଦ, ହାଜି ଅନୱର ହୋସେନ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଭଦ୍ରକରେ ଏହି ପର୍ବ ଭାଇଚାରା ରୀତିରେ ପାଳନ ହେଉଥିବାବେଳେ ପୁଲିସ୍ ପ୍ରଶାସନ ପକ୍ଷରୁ ୨୦ ପ୍ଲାଟୁନ୍ ଫୋର୍ସ ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.