Home ଓଡ଼ିଶା ଭାରତୀୟ ପାଣିପାଗ ବିଜ୍ଞାନର ମହା ନିର୍ଦ୍ଦେଶକ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର

ଭାରତୀୟ ପାଣିପାଗ ବିଜ୍ଞାନର ମହା ନିର୍ଦ୍ଦେଶକ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର

1875

ଭୁବନେଶ୍ଵର ୪-୬ (ଓଡ଼ିଆ ପୁଅ) ଓଡ଼ିଆ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଭାରତୀୟ ପାଣିପାଗ ବିଭାଗ ବିଜ୍ଞାନ କେନ୍ଦ୍ର(ଆଇଏମଡି)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେ ଅଗଷ୍ଟ ୧ରୁ ମହାନିର୍ଦ୍ଦେଶକ ଭାବେ ସେ ଦାୟିତ୍ଵ ଗ୍ରହଣ କରିବେ। ଆଜି ଏ ନେଇ ନିୟୋଜନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏବେ ସେ ଆଇଏମଡିର ଏଡିଜି ରୂପେ କାର୍ଯ୍ୟ କରୁଛନ୍ତି। ମୃତ୍ୟୁଞ୍ଜୟ ମହାପାତ୍ରା ଆଗାମୀ ୫ ବର୍ଷ ପାଇଁ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ପୂର୍ବରୁ ସେ ଆଇଏମଡି ବାତ୍ୟା ସୂଚନା କେନ୍ଦ୍ରର ମୁଖ୍ୟ ଥିଲେ। ଅନେକ ବାତ୍ୟାର ସଠିକ୍ ଆକଳନ କରି ସେ ଆଦୃତ ହୋଇଥିଲେ। ଫୋନି ବାତ୍ୟାର ସଠିକ୍ ଆକଳନ କରିବା ତାଙ୍କର ବହୁତ ବଡ଼ ସଫଳତା ଥିଲା। ପୂର୍ବରୁ ଅନେକ ବାତ୍ୟାର ସଠିକ୍ ଆକଳନ କରି ନିଜ ଦକ୍ଷତାର ପରିଚୟ ଦେଇଥିଲେ ମୃତ୍ୟୁଞ୍ଜୟ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.