Home କୋରାପୁଟ ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲା ହତାଶ ପ୍ରେମିକ ଅଭିଯୁକ୍ତ

ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲା ହତାଶ ପ୍ରେମିକ ଅଭିଯୁକ୍ତ

595

କୋରାପୁଟ ୦୪-୦୬-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ଏକ ତରଫା ପ୍ରେମ କରି ହତାଶ ହେବା ପରେ ଯୁବକ ଜଣକ ସମ୍ପୃକ୍ତ ଯୁବତୀଙ୍କୁ ପେଟ୍ରୋଲ୍ ଢାଳି ପୋଡି ଦେବାକୁ ଉଦ୍ୟମ କରି ଫେରାର ହୋଇଯାଇଥିବା ବେଳେ ଆଜି ଅପରାହ୍ନରେ ଅଭିଯୁକ୍ତ ଯୁବକ କୋରାପୁଟ୍ ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ସୂଚନା ଥାଉକି ନନ୍ଦପୁର ବ୍ଲକ୍ ବଂଗଲାଗୁଡା ଗ୍ରାମର ଚନ୍ଦ୍ରିକା ହନ୍ତାଳ ସେମିଲିଗୁଡା ନିକଟ ଜାନିଗୁଡା ସିତମ୍ ଇଂଜିନିଅରିଂ କଲେଜରେ ଡିପ୍ଲୋମା ପଢୁଛନ୍ତି। ଅନ୍ୟ ସହପାଠିନୀ ମାନଙ୍କ ସହ ଚନ୍ଦ୍ରିକା ସେମିଲିଗୁଡା ଗାନ୍ଧି ନଗରରେ ଏକ ଭଡା ଘରେ ରୁହନ୍ତି। ଚନ୍ଦ୍ରିକାକୁ ସେହି ଅଂଚଳର ଗୋପୀ ନାଥ ଖରା ନାମକ ଜଣେ ଯୁବକ ଏକ ତରଫା ପ୍ରେମ କରୁଥିଲେ। ଅନେକ ଥର ଗୋପୀ ଚନ୍ଦ୍ରିକାକୁ ପ୍ରେମ ନିବେଦନ କରିଥିଲେ ମଧ୍ୟ ସେ ପ୍ରତ୍ୟାକ୍ଷାନ କରି ଆସୁଥିଲେ। ଚନ୍ଦ୍ରିରିକା ଠାରୁ ନିରାଶ ହେବା ପରେ ପ୍ରତିଶୋଧ ପରାୟଣ ହୋଇ ଗୋପୀ ନାଥ ଗତମାସ ୩୧ ତାରିଖ ସଂନ୍ଧ୍ୟାରେ ଚନ୍ଦ୍ରିକା ରହୁଥିବା ଭଡା ଘରକୁ ଆସି ତା ଉପରେ ପେଟ୍ରୋଲ୍ ଢାଳି ନିଆ ଲଗାଇ ଦେଇଥିଲେ। ଚନ୍ଦ୍ରିକାଙ୍କ ଚିତ୍କାର ଶୁଣି ଅନ୍ୟ ମାନେ ପାଖକୁ ଆସି ଘଟଣା ଦେଖିଥିଲେ। ସହପାଠିନୀ ରଂଜିତା ଖରା ଠାରୁ ଚନ୍ଦ୍ରିକାଙ୍କ ବାପା ଖବର ପାଇ ଜାନିଗୁଡା ଆସିଥିଲେ। ଚନ୍ଦ୍ରିକାର ଶରୀର ୮୦ ପ୍ରତିଶତ ପୋଡି ଯାଇଥିଲା। ପ୍ରଥମେ କୋରାପୁଟ ଏସଏଲଏନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଭର୍ତି କରା ଯାଇଥିଲା ହେଲେ ପରେ ବ୍ରହ୍ମପୁର ଓ ସେଠାରୁ କଟକ ସ୍ଥାନାନ୍ତର କରା ଯାଇଥିଲା। ସେମିଲିଗୁଡା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ଅଭିଯୁକ୍ତ ଗୋପୀନାଥ ଖରା କୋର୍ଟରେ ଆତ୍ମସମର୍ପଣ କରିଛି। ଅଭିଯୁକ୍ତର ଜାମୀନ ନାମଂଜୁର ହେବା ପରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.