Home ଜିଲ୍ଲା ପରିକ୍ରମା ଭଦ୍ରକ : ୨୧୦ ଲିଟର ମଦ ଓ ୩ ବାଇକ୍ ଜବତ, ୪ ଗିରଫ

ଭଦ୍ରକ : ୨୧୦ ଲିଟର ମଦ ଓ ୩ ବାଇକ୍ ଜବତ, ୪ ଗିରଫ

32

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ଅଂଚଳରେ ଚଢାଉ କରି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବରପଦା ଛକରୁ ରାଜେନ୍ଦ୍ର ମୁଣ୍ଡା (୨୮), ଧାମନଗର ଥାନା ଅଧୀନସ୍ଥ ଗୋବିନ୍ଦ ଗଡିଆ ଗ୍ରାମର ମନୋରଂଜନ ବଳ (୨୮) କୁ ବାରିକପୁର ଛକରୁ, ମଞ୍ଜୁରୀରୋଡ୍ ଫାଣ୍ଡି ଅଧୀନସ୍ଥ ସୁଧାକର ଜେନା (୫୦), ଭଣ୍ଡାରିପୋଖରୀ ଥାନା ଅଧୀନ ସାନ ଶାସନ ଗ୍ରାମରୁ ଜୟନ୍ତୀ ଜେନା (୪୫) ପ୍ରମୁଖଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୨୧୦ ଲିଟର ଦେଶୀ ମଦ ସହ ୩ଟି ମୋଟର ସାଇକେଲ୍ ଜବତ କରିଛନ୍ତି । ଏଥିରେ ଅବକାରୀ ଇନ୍ସିପେକ୍ଟର ସ୍ୱାତୀ ପଟ୍ଟନାୟକ, ଧନେଶ୍ୱର ବରାଡ, ଓଆଇସି ବ୍ରଜମୋହନ ମଲ୍ଲିକ, ଏଏସ୍‌ଆଇ ଭବେଶ ଦାସ ଏବଂ କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଅନବାଦିତ୍ୟ ବାରିକ, ଖଗେଶ୍ୱର ଜେନା ଓ ଜେମାମଣି ଜାମୁଡା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.