ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ ଭଦ୍ରକ ଜିଲାରେ ୩୯ ଜଣ ହଜ୍ କରିବାକୁ ଯାଉଛନ୍ତି। ଏହି ଅବସରରେ ହଜ ଯାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ ତାଙ୍କ ତାଙ୍କ ଯାତ୍ରା ସଫଳ ଏବଂ ସୁରକ୍ଷିତ ହଉ ବୋଲି ଈଶ୍ୱରଙ୍କ ପାଖରେ କାମନା କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ସାମଲ। ଅନ୍ୟମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷା ଗୁଲମକି ହବିବ, ବିଜୁ ଜନତା ଦଳର ଟାଉନ ସଭାପତି ତଥା ବରିଷ୍ଠ ପାରିଷଦ ଶେଖ୍ ଜକାଉଲ୍ଲା, ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ପାରିଷଦ ଦିଲିପ ନାୟକ, ପାରିଷଦ ସହିଦ ଖାଁ, ପାରିଷଦ ଶେଖ ଗରିବୁଲ୍ଲା, ପାରିଷଦ ଶେଖ ଜାହିରୁଦ୍ଦିନ,ପାରିଷଦ ସୟଦ ନାସର୍ ଅଲି, ପାରିଷଦ ଖଗେଶ୍ୱର ବାରିକ, ପାରିଷଦ ରଞ୍ଜନ କୁମାର ଜେନା, ବିଜୁ ଜନତା ଦଳର ବରିଷ୍ଠ ନେତା ପଙ୍କଜ ବଳ, ବରିଷ୍ଠ ନେତା ସୁବ୍ରତ ଦାସ, ଗୋପୀନାଥ ନାୟକ, ସୁଶାନ୍ତ ଚୋଉଧୁରି, ଜାହିଦ ହବିବ,ବରିଷ୍ଠ ଅଧିବକ୍ତା ପୱନ୍ ଶର୍ମା, ସାଜିଦ ହବିବ, ନସିରୁଦ୍ଦିନ ଖାଁ, ଫକିରୁଦ୍ଦିନ ଖାଁ, ଶେଖ ସାହେବଯୁର, ଶେଖ ଗୋଲାମ ଗୌସ,ଶେଖ ହାସିମ୍, ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ ର ଭଦ୍ରକ ଜିଲ୍ଲା ସଭାପତି ଜାହିର ଖାଁ ପ୍ରମୁଖ ଉପସ୍ଥିତ ଥିଲେ।








