Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ

5

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସଂସ୍କୃତ ବିଭାଗ ଆନୁକୂଲ୍ୟରେ ସଂସ୍କୃତ ସପ୍ତାହ ମହାସମାରୋହରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଡ. ଲଳିତ ରଞ୍ଜନ ସାହୁଙ୍କ ପୌରୋହତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ସାହୁ ସଂସ୍କୃତ ଭାଷାର ମହନୀୟତା ସମ୍ପର୍କରେ ଆଲୋକପାତ କରିବା ସହ ବେଦ ମନ୍ତ୍ରର ଅଲୌକିକତା, ଗାୟତ୍ରୀ ଉପାସନାର ଅନନ୍ତ ଫଳ ପ୍ରାପ୍ତି ପ୍ରସଂଗରେ ଆଲୋଚନା କରି ଥିଲେ। ସ୍ନାତକୋତର ସଂସ୍କୃତ ବିଭାଗ ର ଅଧ୍ୟକ୍ଷ ଆସିଷ୍ଟାଂଟ ପ୍ରଫେସର ଡ. ବିନୋଦ ବିହାରୀ ମଲ୍ଲିକ୍ ସଂସ୍କୃତ ଭାଷାରେ ଲୁକକାୟିତ ଭାରତୀୟ ଜ୍ଞାନ ପରମ୍ପରାରେ ନିହିତ ବୈଦିକ ତତ୍ୱ, ବୈଜ୍ଞାନିକ ରହସ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସଂସ୍କୃତ ଏକ ଭାଷା ନୁହେଁ, ଅଧିକନ୍ତୁ; ଏଥିରେ ସକଳ ବ୍ରହ୍ମାଣ୍ଡର ସୃଷ୍ଚି ରହସ୍ୟ ବିଦ୍ୟମାନ ଓ ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନର ଗୂଢ଼ ରହସ୍ୟ ମଧ୍ୟ ନିହିତ। ଗବେଷଣା ଦ୍ୱାରା ପ୍ରାଚୀନ ତତ୍ୱ ବହିରାଗମନ ହୋଇପାରିବ ବୋଲି ଡ. ମଲ୍ଲିକ ମତ ରଖିଥିଲେ। ପ୍ରକାଶ ଥାଉ କି, ଛାତ୍ର ଛାତ୍ରୀ ମାନଙ୍କୁ ସଂସ୍କୃତ ଅଭିମୁଖୀ କରିବା ନିମନ୍ତେ ସଂସ୍କୃତ ଭାଷଣ, ପ୍ରବନ୍ଧ, ସାଧାରଣଜ୍ଞାନ, ଅନୁବାଦ, ଶ୍ଳୋକ ଆବୃତି ତଥା ସଂସ୍କୃତ କଥା କଥନ ଆଦି ପ୍ରତିଯୋଗିତାମାନ ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସଂସ୍କୃତ ବିଭାଗର ଅଧ୍ୟାପିକା ମେଧା ପ୍ରିୟଦର୍ଶନୀ ସ୍ୱାଇଁ, ନିଶିଗନ୍ଧା ଚପଳା ଛନ୍ଦା ପଣ୍ଡା, କ୍ରିଷ୍ଣାନୁଜା ଦେଓ ଓ ଅଧ୍ୟାପକ ଆଶୁତୋଷ ସାହୁ ବିଭିନ୍ନ କାର୍ଯକ୍ରମକୁ ପରିଚାଳନା କରିଥିଲେ। ସର୍ବପ୍ରଥମେ ବେଦପାଠ କରାଯାଇଥିଲା । ଛାତ୍ରୀ କ୍ରିଷ୍ଣା ପ୍ରିୟଦର୍ଶନୀ ଦାସ ସଭା ପରିଚାଲନା କରିଥିଲେ। ଏଥିରେ ଶତାଧିକ ଛାତ୍ର ଓ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ଅନ୍ତିମରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ଶାନ୍ତିମନ୍ତ୍ରଦ୍ୱାରା ବିଶ୍ୱର ମଙ୍ଗଳ କାମନା କରି ସଭା ସାଙ୍ଗ କରାଯାଇଥିଲା। କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.