Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉତ୍ସାହର ସହ ପାଳିତ ହେଲା ଏବିଭିପିର ୭୮ତମ ପ୍ରତିଷ୍ଠା ଦିବସ

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉତ୍ସାହର ସହ ପାଳିତ ହେଲା ଏବିଭିପିର ୭୮ତମ ପ୍ରତିଷ୍ଠା ଦିବସ

22

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) — ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ୭୮ତମ ପ୍ରତିଷ୍ଠା ଦିବସ ଏବଂ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଉପଲକ୍ଷେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅତ୍ୟନ୍ତ ଉତ୍ସାହ, ଉଦ୍ଦୀପନା ଓ ଦେଶଭକ୍ତିର ପରିବେଶ ମଧ୍ୟରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ସକ୍ରିୟ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଆହୁରି ଗୌରବମୟ ଓ ସଫଳ କରିଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ଏବିଭିପିର ପତାକା ଉତ୍ତୋଳନ କରାଯିବା ପରେ “ରାଷ୍ଟ୍ର ପୁନଃର୍ନିର୍ମାଣରେ ବିଦ୍ୟାର୍ଥୀଙ୍କ ଭୂମିକା” ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡ଼ିଶା ପୂର୍ବ ପ୍ରାନ୍ତର ସହ-କାର୍ଯ୍ୟବାହ ରବି ନାରାୟଣ ପଣ୍ଡା ଏବଂ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ଭାରତ ବିକାଶ ପରିଷଦର ସଭାପତି ଡ଼. ଦୁର୍ଗାଶଙ୍କର ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ର ସମାଜର ରାଷ୍ଟ୍ର ପୁନଃର୍ନିର୍ମାଣରେ ଭୂମିକା, କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ ବିସ୍ତୃତ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ସେମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆଜି ବିଦ୍ୟାର୍ôଥ ପରିଷଦ ଜ୍ଞାନ ଚରିତ୍ର ଏକତାର ମୂଳ ମନ୍ତ୍ରକୁ ବିଦ୍ୟାର୍ôଥ ସମାଜକୁ ଦିଷା ଦେବାର କାର୍ଯ୍ୟ କରୁଅଛି ଓ ଏକ ସଶକ୍ତ, ସ୍ୱାବଲମ୍ବୀ ଏବଂ ବିକଶିତ ଭାରତ ଗଠନରେ ଯୁବଶକ୍ତିର ଭୂମିକା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ। ଉକ୍ତ କାର୍ଯ୍ୟକ୍ରମରେ ବିଶେଷ ଭାବେ ଏବିଭିପି ଓଡ଼ିଶାର ପୂର୍ବତନ ରାଜ୍ୟ ଉପସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ସଂଗ୍ରାମ କେଶରୀ ମହାନ୍ତି, ଏବିଭିପି ଭଦ୍ରକ ଜିଲ୍ଲା ପ୍ରମୁଖ ଡ଼ ବସନ୍ତ କୁମାର ଦୀକ୍ଷିତ, ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ ଏବଂ ଜିଲ୍ଲା ସଂଯୋଜକ ଶ୍ରୀ ଓମକାର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ଭଦ୍ରକ ନଗର ସହ ସମ୍ପାଦକ ମନୋରଞ୍ଜନ ମହାନ୍ତି, ଶୁଭମ୍ ପାଢ଼ୀ, କ୍ୟାମ୍ପସ ୟୁନିଟ ସଭାପତି ପ୍ରଜ୍ଞାନ ସାହୁ, କ୍ୟାମ୍ପସ ୟୁନିଟ ସମ୍ପାଦକ ଦିବ୍ୟରଞ୍ଜନ ଦାସ, ଓ ବିଭୂତି ମଲ୍ଲିକ , ବିଶ୍ୱରଞ୍ଜନ ମହାରଣା , ପ୍ରିୟଙ୍କା ଦାସ ରୁବି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଏହି ସଫଳ ଆୟୋଜନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନରେ ରାଷ୍ଟ୍ରଭକ୍ତି, ସାମାଜିକ ଦାୟିତ୍ୱବୋଧ ଏବଂ ରାଷ୍ଟ୍ର ପୁନର୍ନିର୍ମାଣ ପ୍ରତି ସକାରାତ୍ମକ ଚେତନା ସୃଷ୍ଟି କରିବା ସହ ଏବିଭିପିର ଆଦର୍ଶ, ଲକ୍ଷ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ ବିଦ୍ୟାର୍ଥୀମାନଙ୍କୁ ଅବଗତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.