Home ଜିଲ୍ଲା ପରିକ୍ରମା ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦ, ରକ୍ଷାବନ୍ଧନ ଓ ଗଙ୍ଗାଧର ମେହେର ମେହେର ଜୟନ୍ତୀ ପାଳିତ

ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦ, ରକ୍ଷାବନ୍ଧନ ଓ ଗଙ୍ଗାଧର ମେହେର ମେହେର ଜୟନ୍ତୀ ପାଳିତ

3

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ପୁରାତନ ସାହିତ୍ୟ ଅନୁଷ୍ଠାନ ଭଦ୍ରକ ସାହିତ୍‌୍ୟ ସଂସ୍କୃତି ପରିଷଦରେ ରକ୍ଷାବନ୍ଧନ ଓ ମେହେର ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଭଦ୍ରକ କ୍ଲବ ସଭାଗୃହରେ ପରିଷଦର ସଭାପତି ଡାକ୍ତର ଦୁର୍ଯ୍ୟୋଧନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ଅନୁଷ୍ଠାନର ସମ୍ପାଦକ ପ୍ରଫେସର ଡ ଶଶଧର ଦାସ ସମ୍ପାଦକୀୟ ବିବରଣୀ ପ୍ରଦାନ କରିବାସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଅଧ୍ୟାପିକା ଉଷାରାଣୀ ଜେନା ମେହେରଙ୍କ ଜୀବନୀ ଓ ସାହିତ୍ୟକୃତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି କହିଲେ ଘୋର ଦାରିଦ୍ର‌୍ୟ, ସଂଘର୍ଷ, ସଂଘାତକୁ ସାମ୍ନା କରି ସେ ଯେଉଁ ଉଚ୍ଚକୋଟୀର କାବ୍ୟସୌଧ ନିର୍ମାଣ କରିଯାଇଛନ୍ତି , ତାହା ତାଙ୍କୁ କାଳଜୟୀ କରିପାରିଛି।ଯଥାର୍ଥରେ ମେହେର ସାହିତ୍‌ଯ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍‌ଯର ଏକ ସଂଯୋଗ ସେତୁ। ସଭାମୁଖ୍ୟ ଡାକ୍ତର ଦୁର୍ଯ୍ୟୋଧନ ଦାସ କହିଲେ ଗଙ୍ଗାଧରଙ୍କ ସାହିତ୍ୟ ପାଶ୍ଚାତ୍ୟ ସାହିତ୍ୟର ବହୁ କବିଙ୍କ ସହ ତୁଳନା କରାଯାଏ। ବିଦ୍ୟାଳୟରେ କେବଳ ବିଦ୍ୟା ଅର୍ଜନ କରାଯାଏ ନାହିଁ।ମେହେରଙ୍କ ପାଇଁ ବିଶ୍ୱ ହିଁ ଥିଲା ଶ୍ରେଷ୍ଠ ବିଦ୍ୟାଳୟ। ଶ୍ରୀ ଦୁଃଶାସନ ଗାହାଣ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗ ସତ୍ୱେ ବହୁ ସାହିତ୍ୟିକ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ଷାବନ୍ଧନ କରିବାସହ ମେହେର ସାହିତ୍ୟର ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରିଷଦର ବରିଷ୍ଠ କର୍ମକର୍ତା ପ୍ରଫେସର ଡ ବଳରାମ ମିଶ୍ର ଓ ପ୍ରାକ୍ତନ ଅଧ୍ୟକ୍ଷ ଡ ପ୍ରହଲ୍ଲାଦ ପତି ମଂଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗାଳ୍ପିକ ପବିତ୍ର ପାଣିଗ୍ରାହୀ,ଶାନ୍ତନୁ କୁମାର ରାଉତ,ଅଧ୍ୟାପିକା ପ୍ରମୋଦା ପଣ୍ଡା, ବିପ୍ଳବ ହୋତା, ବନଜବାସିନୀ ବାରିକ୍ ,କବି ଭରତ ଚନ୍ଦ୍ର ଦାଶ, ଜଗନ୍ନାଥ ରାଉତ ,ଗୌରାଙ୍ଗ ଚନ୍ଦ୍ର ବାରିକ, ପ୍ରାଣବନ୍ଧୁ ବିଶ୍ୱାଳ, ସପନ କୁମାର ଚାଟାର୍ଜୀଙ୍କ ସମେତ ବହୁ ସାହିତ୍ୟିକ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.