Home ଜିଲ୍ଲା ପରିକ୍ରମା ଭଦ୍ରକ ସାମ୍ବାଦିକ ଭବନ ଉଦ୍‌ଘାଟନ କଲେ ବିଧାୟକ

ଭଦ୍ରକ ସାମ୍ବାଦିକ ଭବନ ଉଦ୍‌ଘାଟନ କଲେ ବିଧାୟକ

3

ଭଦ୍ରକ, ୩୧ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଦ୍ରକ ଜିଲ୍ଲାର ସାମ୍ବାଦିକ ବନ୍ଧୁ ମାନଙ୍କର ଦୀର୍ଘ ଦିନର ନ୍ୟାୟସଙ୍ଗତ ଦାବି ସାକାର ହୋଇଛି। ସାମ୍ବାଦିକ ଭବନର ଉଦଘାଟନ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ସମ୍ମାନ ଓ ଦାୟିତ୍ୱବୋଧର ଏକ ଐତିହାସିକ ପଦକ୍ଷେପ। ଏହି ଅବସରରେ ପୂର୍ବତନ ଜିଲ୍ଲାପାଳ ଡ. ଦିଲୀପ ରାଉତରାଏଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଏବଂ ନବନିଯୁକ୍ତ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ସ୍ୱାଗତ ଜଣାଇ ସୁଦୃଢ଼ ପ୍ରଶାସନ, ଦାୟିତ୍ୱବାନ ସାମ୍ବାଦିକତା ଓ ଜନସହଭାଗିତା ହିଁ ଏକ ବିକଶିତ ଭଦ୍ରକର ମୂଳ ଆଧାର ବୋଲି ବିଧାୟକ ଶ୍ରୀ ମହାପାତ୍ର କହିଥିଲେ। ଏବଂ ଉପସ୍ଥିତ ସମସ୍ତ ସାମ୍ବାଦିକ ବନ୍ଧୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ। ଦାବି ହାସଲ ପରେ ସାମ୍ବାଦିକ ମହଲରୁ ସ୍ଥାନୀୟ ବିଧାୟକ ଓ ଜିଲା ପ୍ରଶାସନ ନିକଟରେ କୃତଜ୍ଞତା ଜ୍ଞାପନ କରାଯାଇଛି। ଏହି ଉଦ୍‌ଘାଟନ କାଳରେ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରିଣୀ ମଧୁସ୍ମିତା ଶତପଥୀ ଓ ପୂର୍ତ ଓ ଗୃହ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଉତମ ନାୟକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.