Home ଜିଲ୍ଲା ପରିକ୍ରମା ଭଦ୍ରକ ରେଳ ଡାକ ସେବା ସ୍ଥାନାନ୍ତର ପ୍ରତିବାଦରେ ଦାବିପତ୍ର

ଭଦ୍ରକ ରେଳ ଡାକ ସେବା ସ୍ଥାନାନ୍ତର ପ୍ରତିବାଦରେ ଦାବିପତ୍ର

49

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରେଳ ଡାକ ସେବା ୧୯୬୬ ମସିହା ଭଦ୍ରକ ଠାରେ ସ୍ଥାପିତ ହୋଇ ଭଦ୍ରକର ଜରୁରୀ କାଳୀନ ସେବା ପ୍ରଦାନ କରି ଆସୁଅଛି। ପରନ୍ତୁ ୨୦୧୧ ମସିହାରେ ସରକାର ଭଦ୍ରକର ଥିବା ଦୃତ ଡାକ( ଷ୍ପିଡ ପୋଷ୍ଟ) ସେବାର ହବ ସେଣ୍ଟରକୁ ବାଲେଶ୍ୱର ସ୍ଥାନନ୍ତିରତ କରିଦେଲେ। ପୁନଶ୍ଚ୨୦୧୮ରେ ରେଜଷ୍ଟ୍ରି ପାର୍ସଲର ହବ୍ ସେଣ୍ଟରକୁ ଯାଜପୁରକୁ ସ୍ଥାନାନ୍ତିରତ କରିଦେଲେ। ଏବେ ସରକାର ୩୦।୦୬।୨୦୨୨ରେ ଏକ ଚିଠି ମାଧ୍ୟମରେ ଭଦ୍ରକଠାରୁ ରେଜିଷ୍ଟ୍ରି ପୋଷ୍ଟ ହବ୍ ସେଣ୍ଟର ବାଲେଶ୍ୱରକୁ ଉଠାଇ ନେବାକୁ ମସୁଧା ଚଳାଇଛନ୍ତି। ଯାହାକୁ ଭଦ୍ରକର ବୁଦ୍ଧିଜିବି ତୀବ୍ର ପ୍ରତିବାଦ କରିବା ସହିତ ଏହା ଯେପରି ଉଠି ନଯାଏ ସେଥି ନିମନ୍ତେ ଏକ ଦାବିପତ୍ର ଭଦ୍ରକ ଡାକ ଅଧିକ୍ଷକ ନକୁଳ ବେହେରାଙ୍କ ମାଧ୍ୟମରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ଏହା ଭଦ୍ରକରେ କିପରି ରହିବ ସେଥିପାଇଁ ଚେଷ୍ଟା କରିବାକୁ ଅନୁରୋଧ କରାଯାଇଛି। ଏ ବିଷୟର ସ୍ଥାୟୀ ସମାଧାନ ପାଇଁ ଭଦ୍ରକ ବୁଦ୍ଧିଜିବି ଫୋରମ୍ ତରଫରୁ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଅଭୟ ଦ୍ୱିବେଦୀ, ବାସୁଦେବ ବାରିକ, ଶାନ୍ତନୁ ରାଉତ, ସୁଧାକର ରାଉତ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.