Home ଜିଲ୍ଲା ପରିକ୍ରମା ପୁରୁଣା ପେନ୍‌ସନ୍ ଦାବିରେ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ପ୍ରସ୍ତୁତି

ପୁରୁଣା ପେନ୍‌ସନ୍ ଦାବିରେ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ପ୍ରସ୍ତୁତି

33

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂତନ ପେନ୍‌ସନ ଯୋଜନା ଅନ୍ତର୍ଭୁକ୍ତ ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅରବିନ୍ଦ ଦୀକ୍ଷିତଙ୍କ ସଭାପତିତ୍ୱରେ ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ୨୦୦୫ ପରେ ନିଯୁକ୍ତ ସବୁବର୍ଗର ସରକାରୀ କର୍ମଚାରୀମାନଙ୍କ ପାଇଁ ପ୍ରଚଳିତ ନୂତନ ପେନ୍‌ସନ ଯୋଜନା ଦ୍ୱାରା ସରକାରୀ କର୍ମଚାରୀଙ୍କ ଅବସରକାଳୀନ ଜୀବନ ଅନ୍ଧକାରମୟ ହୋିଛି। ଜଣେ ବିଧାୟକ ବା ସାଂସଦ ୫ ବର୍ଷ ପାଇଁ କାର୍ଯ୍ୟ କରି ଲକ୍ଷଲକ୍ଷ ଟଙ୍କା ପେନ୍‌ସନ୍ ପାଉଥିଲା ବେଳେ ଜଣେ ସରକାରୀ କର୍ମଚାରୀ ୩୩ ବର୍ଷ ସେବା କରିବା ପରେ ମାସିକ ହଜାରେ ବା ବାରଶହ ଟଙ୍କା ପେନ୍‌ସନ ପ୍ରଦାନ କରାଯାଇ କର୍ମଚାରୀମାନଙ୍କୁ ଶୋଷଣ କରାଯାଉଛି। ଏହି ଯୋଜନା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଠାରୁ ହୀନ ବୋଲି ବୈଠକରେ ଶିକ୍ଷକମାନେ ମତ ପୋଷଣ କରିଥିଲେ। ଭାରତ ବର୍ଷର ବିଭିନ୍ନ ରାଷ୍ଟ୍ର ମଧ୍ୟରେ ରାଜସ୍ଥାନ, ପଞ୍ଜାବ, ଦିଲ୍ଲୀ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ସରକାର ପୁରୁଣା ପେନ୍‌ସନ୍ ଯୋଜନାରେ ପେନ୍‌ସନ୍ ପ୍ରଦାନ କରୁôଥବା ବେଳେ ଓଡ଼ିଶା ସରକାର ନୂତନ ପେନ୍‌ସନ ଯୋଜନା ଲାଗୁ କରି କର୍ମଚାରୀଙ୍କ ପେଟକୁ ଲାତ ମାରୁଛନ୍ତି। ଏହାକୁ ବିରୋଧ କରିବା ପାଇଁ ରାଜ୍ୟର ସବୁ ବର୍ଗର ସରକାରୀ କର୍ମଚାରୀ ଏକ ହୋଇ ଆସନ୍ତା ନଭେମ୍ବର ମାସରେ ଏକ ଜୋର୍‌ଦାର୍ ଆନ୍ଦୋନ କରିବକୁ ସ୍ଥିର କରିଛନ୍ତି। ଏହି ଆନ୍ଦୋଳନକୁ ଭଦ୍ରକ ଜିଲ୍ଲାର ହାଇସ୍କୁଲ ଶିକ୍ଷକ ସଂଘ ଦୃଢ ସମର୍ଥ ଜଣାଇଛି ବୋଲି ସଂଘର ସଭାପତି ଜୀତେନ୍ଦ୍ର ନାୟକ ପ୍ରକାଶ କରିଥିଲେ।

୨୦୦୫ ପରେ ନିଯୁକ୍ତି ପାଇଥିବା ସମସ୍ତ ହାଇସ୍କୁଲର ଶିକ୍ଷକ ଆନ୍ଦୋଳନରେ ସାମିଲ ହେବେ ବୋଲି ଶ୍ରୀଯୁକ୍ତ ନାୟକ ଦୃଢୋକ୍ତି ପ୍ରକାଶ କରିଥିଲେ। ସରକାର ତୁରନ୍ତ ନୂତନ ପେନ୍‌ସନ ନୀତିକୁ ପ୍ରତ୍ୟାହାର କରି ପୁରୁଣା ପେନସନ୍ ଯୋଜନାରେ ସରାକରୀ କର୍ମଚାରୀଙ୍କୁ ପେନ୍‌ସନ ଦେବାକୁ ଉଭୟ ସଂଘ ଦାବି କରିଛି। ସରକାର ଦାବି ପୂଣଣ ନ କଲେ ନଭେମ୍ବରରେ ଆନ୍ଦୋଳନ ନିଶ୍ଚିତ ହେବ ବୋଲି ସଂଘର କର୍ମକର୍ତ୍ତା ମାନେ ଦୃଢ ଚେତାବନୀ ଦେଇଛନ୍ତି। ଏହି ବୈଠକରେ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ପ୍ରଣୟ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସତ୍ୟବ୍ରତ ରାଉତ, ରାଜ୍ୟ ସଂଗଠନ ସମ୍ପାଦକ ତବରେଜ ଖାଁ, ମହାସଚିବ ଜ୍ୟୋତିର୍ମୟ ଅଗସ୍ତି, ସହସମ୍ପାଦକ ଜାବେଦ୍ ଅଖ୍‌ତର, ବ୍ଲକ ସଭାପତି ଓ ସମ୍ପାଦକଙ୍କ ମଧ୍ୟରେ ନିଳାଦ୍ରୀ ତ୍ରିପାଠୀ, ଚନ୍ଦ୍ରକାନ୍ତ ଶୁକ୍ଳ, ସୁକାନ୍ତ ନାୟକ, ପ୍ରଶାନ୍ତ ବାରିକ, ଗୟାଧର ଦାସ, ଦୈତ୍ୟାରୀ ବେହେରା, ବିମଳ ଦାସ, ଶରତ ଥାଟ୍ଟୋଇ, ନରେନ୍ଦ୍ର ସାହୁ, ଅନିରୁଦ୍ଧ ମଙ୍ଗଳ, ପ୍ରମୋଦ କର, ସନାତନ ଦାସ, ପ୍ରକାଶ ନାୟକ, ଭରତ କର ପ୍ରମୁଖ ଉପସ୍ଥିତ ହୋଇ ପେନ୍‌ସନ୍ ସରକାରୀ କର୍ମଚାରୀଙ୍କ ହକ୍‌, ଏଥି ଲାଗି ଆବଶ୍ୟକ ପଡ଼ିଲେ ରାଜ୍ୟ ସମସ୍ତ ସରକାରୀ କର୍ମଚାରୀ ରାଜରାସ୍ତାକୁ ଉହ୍ଲାଇବାକୁ ପଛାଇବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ବୈଠକରେ ଅନ୍ୟାନ୍ୟ ଆଲୋଚନା ମଧ୍ୟରେ ପ୍ରାଥମିକ ଶିକ୍ଷକ ମାନଙ୍କୁ ପଦୋନ୍ନତି ପ୍ରଦାନ, ୧୦ ବର୍ଷିଆ ଏମ୍‌.ଏ.ସି.ପି. ପ୍ରଦାନ, ନୂତନ ସିଆର୍‌ସିସି ନିଯୁକ୍ତି ଆଦି ବିିଭିନ୍ନ ସମସ୍ୟାର ଆଲୋଚନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.