ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଛଟେଇକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଠିକା କର୍ମଚାରୀ। ଆଜି ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ଦେଇଛନ୍ତି। ଭଦ୍ରକ ଜିଲ୍ଲା ଅଧିନ ଭଦ୍ରକ ବୈଦୁତିକ ମଣ୍ଡଳ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସହ ଧାରଣା ଦେଇଛନ୍ତି। ଏମିତି ଛଟେଇକୁ ନେଇ ଠିକା କର୍ମଚାରୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । କଳିଙ୍ଗ ବିଦ୍ୟୁତ୍ କର୍ମଚାରୀ ସଂଘ ଭଦ୍ରକ ଶାଖା ସହ ରାଜ୍ୟର ୮ଟି ଶ୍ରମିକ ସଂଗଠନ ଡାକରାରେ ଆନ୍ଦୋଳନ ଜାରି ରହିଛି । ତେବେ ପ୍ରାୟ ୨୦ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ଠିକା କର୍ମଚାରୀଙ୍କୁ ଛଟେଇ କରିଛି ଟାଟା ପାୱାର । ତେବେ ଛଟେଇ କର୍ମଚାରୀ ମାନେ ଓ ବିଭିନ୍ନ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ଙ୍କୁ ଅବଗତ କରାଇଛନ୍ତି । ଆଗାମୀ ସମୟରେ ଶ୍ରମିକଙ୍କ ଛଟେଇ ଆଦେଶକୁ ପ୍ରତ୍ୟାହାର ନ କଲେ ବିଧାନସଭା ଘେରାଉ ସହ ରାଜ୍ୟ ତମାମ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।








