Home ଜିଲ୍ଲା ପରିକ୍ରମା ଭଦ୍ରକ ବିଜେପି ଯୁବମୋର୍ଚ୍ଚାର ବିଶାଳ ରୋଡ଼୍ ଶୋ

ଭଦ୍ରକ ବିଜେପି ଯୁବମୋର୍ଚ୍ଚାର ବିଶାଳ ରୋଡ଼୍ ଶୋ

30

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ମକର ସଂକ୍ରାନ୍ତି ଅବସରରେ ଭଦ୍ରକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ‘ସଂକ୍ରାନ୍ତି ମିଳନ’ ନାମରେ ଏକ ବନ୍ଧୁ ମିଳନ କାର୍ଯ୍ରକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଯୁବମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ରୋଡ୍ ଶୋର ଆୟୋଜିତ ହୋଇଥିବା ବେଳେ ଏହା ମାଧ୍ୟମରେ ଯୁବମୋର୍ଚ୍ଚା ତା’ର ଶକ୍ତି ପ୍ରଦର୍ଶନ କରିଛି । ଆଜି ପୂର୍ବାହ୍ନ ୧୦ଟା ସମୟରେ ନେହେରୁ ଷ୍ଟାଡିୟମଠାରେ ବହୁ ସଂଖ୍ୟାରେ ଯୁବ ବିଜେପିର ସଦସ୍ୟମାନେ ଏକତ୍ରିତ ହୋଇ ସେଠାରୁ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଗାନ୍ଧୀ ପଡ଼ିଆଠାରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରା ମାଧ୍ୟମରେ ଯୁବ ବିଜେପି ତା’ର ସଦସ୍ୟମାନଙ୍କୁ ଉତ୍ସାହିତ କରିବା ସହ ଯୁବଶକ୍ତିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ନିରବତା ବିରୋଧରେ ସ୍ୱରୋତ୍ତଳନ କରାଯାଇଥିଲା । ଯୁବ ବିଜେପି ଜିଲ୍ଲା ସଭାପତି ସୁରେଶ ସାମଲ, ଜିଲ୍ଲା ଯୁବ ବିଜେପି ପ୍ରଭାରୀ ପ୍ରବୀର ଶଙ୍କର ଦାସ, ଯୁବନେତା ସୂର୍ଯ୍ୟବଂଶୀ ସୂରଜ, ଦେବାଂଶୁ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶୋଭାଯାତ୍ରା ପରେ ଗାନ୍ଧୀ ପଡ଼ିଆରେ ବନ୍ଧୁମିଳନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବ ନେତୃତ୍ୱ ସ୍ୱରୂପାନନ୍ଦ ମହାପାତ୍ର, ସରୋଜ ରାଉତ, ସୁଧୀର ଦ୍ୱିବେଦୀ, ବିକାଶ ବଳ, ଅବିନାଶ ଦାସ, ଚକ୍ରଧର ସେଠୀ, କାଲୁ ପଟ୍ଟନାୟକ, ତାଉ ପଟ୍ଟନାୟକ, କହ୍ନେଇ ଦାସ, ଲିପୁନ ରାଉଳ, ମିଲନ ବଳ, ନିଲୁ ବେହେରା, ଡି.କେ. ମିଶ୍ର, ସତ୍ୟବ୍ରତ ଦାସ, ଚନ୍ଦ୍ରମୋହନ ମହାପାତ୍ର, ସତ୍ୟପଦ ଦାସ, କାହ୍ନା ଖୁଣ୍ଟିଆ, ତପନ ପାତ୍ର, ରାକେଶ ନାୟକ, ଦୀପକ ସାହୁ, ଦିଲୁ ମହାନ୍ତି, କାହ୍ନୁ ସାହୁ, ପପୁ ସାହୁ, ଚନ୍ଦନ ରାଉତ ପ୍ରମୁଖ ଯୋଗ ଦେଇ ଯୁବ ବିଜେପି ପ୍ରତିବର୍ଷ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଳନ କରି ଆସୁଥିବା ବେଳେ ଚଳିତ ବର୍ଷର କୋଭିଡ଼ କଟକଣା ପରେ ଏହି ବିଶାଳ ଶୋଭାଯାତ୍ରା ମାଧ୍ୟମରେ ବିରୋଧୀ ଦଳଙ୍କ ହୃତକମ୍ପନ ସୃଷ୍ଟି କରିଛି ବୋଲି ମତ ପ୍ରକଟ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.