Home ଜିଲ୍ଲା ପରିକ୍ରମା ଭଦ୍ରକ ନବଜୀବନ କିନ୍ନର ସଂଘ ପକ୍ଷରୁ ସାବିତ୍ରୀ ବ୍ରତ

ଭଦ୍ରକ ନବଜୀବନ କିନ୍ନର ସଂଘ ପକ୍ଷରୁ ସାବିତ୍ରୀ ବ୍ରତ

50

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହିନ୍ଦୁ ପରମ୍ପରା ଅନୁସାରେ ଆଜି ପବିତ୍ର ସାବିତ୍ରୀ ବ୍ରତ ପାଳିତ ହୋଇଯାଇଛି । ଗାଁ ଠାରୁ ଆରମ୍ଭ କରି ସହରର ସମସ୍ତ ମହିଳାମାନେ ଏହି ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଏବଂ କିନ୍ନରମାନେ ମଧ୍ୟ ଏଥିରୁ ବାଦ୍ ପଡିନାହାଁନ୍ତି । ସେମାନେ ମଧ୍ୟ ଏହି ପବିତ୍ର ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଆଜି ଭଦ୍ରକ ଚରମ୍ପାର ନବଜୀବନ କିନ୍ନର ସଂଘ ପକ୍ଷରୁ ଏହି ବ୍ରତ ପାଳନ କରୁଥିବାର ଦେଖାଯାଇଛି । କିନ୍ନରମାନଙ୍କ ଗୁରୁ ସେମାନଙ୍କର ବାପା, ମା’, ଭାଇ, ସ୍ୱାମୀ ସବୁକିଛି ହୋଇଥିବାରୁ ସେମାନେ ତାଙ୍କ ଗୁରୁଙ୍କ ପାଇଁ ଏହି ବ୍ରତ ପାଳିଥାନ୍ତି । ବ୍ରତଧାରୀ କିନ୍ନରମାନେ ଆଜି ନିର୍ଜଳା ଉପବାସ ରହି ନିଜର ଶଙ୍ଖା, ସିନ୍ଦୁର, ଶାଢୀ ଓ ଫଳମୂଳକୁ ମନ୍ଦିରରେ ପୂଜାର୍ଚ୍ଚନା କରି ତାଙ୍କ ଗୁରୁଙ୍କର ଦୀର୍ଘାୟୁ କାମନା କରିଥିଲେ । ପରେ କିନ୍ନରମାନେ ତାଙ୍କ ଗୁରୁଙ୍କ ଠାରୁ ଜଳ ପାନ କଲାପରେ ସେମାନେ ଏହି ବ୍ରତ ଭାଙ୍ଗିଥିଲେ । ନବଜୀବନ କିନ୍ନର ସଂଘ ପକ୍ଷରୁ ଶ୍ରାବଣୀଙ୍କ ନେତୃତ୍ୱରେ ଏହି ବ୍ରତ ପାଳିତ ହୋଇଥିବାବେଳେ ଏଥିରେ ଅନ୍ୟ କିନ୍ନରମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.