Home ଜିଲ୍ଲା ପରିକ୍ରମା ବିଏସ୍ ସଂଗଠନ ପାଳିଲା ସାବିତ୍ରୀ ବ୍ରତ

ବିଏସ୍ ସଂଗଠନ ପାଳିଲା ସାବିତ୍ରୀ ବ୍ରତ

29

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପବିତ୍ର ସାବିତ୍ରୀ ବ୍ରତ ଅବସରରେ ଗାଁରୁ ସହର ସବୁ ଘରେ ପାଳିତ ହୋଇଛି ସାବିତ୍ରୀ ବ୍ରତ । ସ୍ୱାମୀଙ୍କ ଦୀର୍ଘାୟୀ କାମନା କରି ପାଳନ କରୁଥିବା ଏହି ବ୍ରତକୁ ଏକ ନିଆରା ଢଙ୍ଗରେ ପାଳିଛି ରାହାଞ୍ଜର ବିଏସ ସାମାଜିକ ସଂଗଠନ । ସଂଗଠନର ସଭାପତି ସାଇପଦ୍ମ ନାୟକଙ୍କ ତତ୍ତ୍ୱାବଧାନ କି ଗରିବ କି ଧନୀ ଗାଁର ସବୁ ଘରୁ ସାବିତ୍ରୀ ମାନଙ୍କୁ ନିମନ୍ତ୍ରଣ କରି ରାହାଞ୍ଜ ସାଇମନ୍ଦିର ଠାରେ ଏକ ପୂଜା ପାଠର ଆୟୋଜନ କରାଯାଇଥିଲା । ପଚାଶରୁ ଅଧିକ ସ୍ତ୍ରୀ ଲୋକ ଏଠାରେ ଏକତ୍ରିତ ହୋଇ ପୂଜାରେ ବସିଥିଲେ । ଗରିବ ମହିଳାମାନଙ୍କ ପାଇଁ ଅନୁଷ୍ଠାନ ତରଫରୁ ବିଭିନ୍ନ ପ୍ରକାରର ଫଳମୂଳ ସହ ଭୋଗ ସାମଗ୍ରୀ ଯୋଗାଇ ଦିଆଯାଇଥିଲା । ଏପରି ନିଆରା କାର୍ଯ୍ୟକ୍ରମରେ ସମସ୍ତ ମହିଳା ଖୁସି ଥିବା ଦେଖାଯାଇଥିଲା । ସଂଗଠନ ଉପେଦଷ୍ଟା ଦୁର୍ଯ୍ୟୋଧନ ମଳିକ, ସଭ୍ୟ ଦେବାଶିଷ ନାୟକ, ନିତ୍ୟାନନ୍ଦ ନାୟକ, ଚିନ୍ତାମଣି ସାହୁ, ଗୋପାଳ ବେହେରା, ଦୀପକ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.