ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆଜି ଭଦ୍ରକଠାରେ ଆଂଚଳିକ ଗଣମାଧ୍ୟମ କର୍ମଶାଳା ବାର୍ତାଳାପ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତି ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ସବୁଠାରୁ ଦୀର୍ଘ ଅବଧି ଧରି ଦେଶର ପ୍ରଧାନମନ୍ତ୍ରୀ ରୂପେ ରହିବାର ରେକର୍ଡ କରିଥିବାରୁ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱର ଅନ୍ୟତମ ପ୍ରମୁଖ ଆର୍ôଥକ ମହାଶକ୍ତିରେ ପରିଣତ ହୋଇଛି । ଗତ ୧୨ ବର୍ଷ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥା ଏକାଦଶ ସ୍ଥାନରୁ ଉଠି ଚତୁର୍ଥ ସ୍ଥାନରେ ପହଂଚିଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଦ୍ରୁତ ଆର୍ôଥକ ଓ ସାମାଜିକ ବିକାଶ ହୋଇଛି । ଏହି ବିକାଶ ପ୍ରକ୍ରିୟାରେ ଗଣମାଧ୍ୟମ ପ୍ରମୁଖ ଅଂଶୀଦାର ବୋଲି ସାଂସଦ ଶ୍ରୀ ସେଠୀ କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର କହିଥିଲେ, ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଲୋକଙ୍କ ପାଖରେ ପହଂଚିବା ଏବଂ ସାମାଜିକ ପରିବର୍ତନ ଆଣିବାରେ ଗଣମାଧ୍ୟମ ପ୍ରମୁଖ ଭୂମିକା ନିର୍ବାହ କରିଥାଏ । ଗତ ୧୨ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୨୫ କୋଟି ଲୋକଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତ କରିଛନ୍ତି । ୪ କୋଟିରୁ ଅଧିକ ଲୋକଙ୍କୁ ପିଏମ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି । ସେହିପରି ୧୧ କୋଟି ପରିବାରକୁ ଉଜ୍ଜ୍ୱଳା ଯୋଜନାରେ ମାଗଣା ଏଲପିଜି ଗ୍ୟାସ ସଂଯୋଗ ମିଳିଛି । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ଟ୍ରିପଲ ତଲାକ ଭଳି ସାମାଜିକ କୁପ୍ରଥା ଦୂର କରାଯାଇଛି । ଏହା ଦେଶ ପାଇଁ ଐତିହାସିକ ଉପଲବ୍ଧି ବୋଲି ବିଧାୟକ କହିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପିଆଇବି ଏଡିଜି ଅଖିଳ ମିଶ୍ର କହିଥିଲେ, ବାର୍ତାଳାପ ଗଣମାଧ୍ୟମ ସହିତ ସିଧାସଳଖ ଏବଂ ସମ୍ମାନଜନକ ଭାବବିନିମୟର ଏକ ପ୍ରକୃଷ୍ଟ ମାଧ୍ୟମ । ଏହା ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଗଣମାଧ୍ୟମ ପାଖରେ ପହଂଚାଇବାରେ ସହାୟକ ହୋଇଥାଏ। ରାମାୟଣର ବିଭିନ୍ନ ବୃତାନ୍ତର ଅବତାରଣ କରି ସେ କହିଥିଲେ, ଯୋଗାଯୋଗ ସବୁବେଳେ ସରଳ, ସିଧାସଳଖ, ସଠିକ ଏବଂ ସ୍ପଷ୍ଟ ହେବା ଉଚିତ୍ । ଏହା ଭୟ, ପୂର୍ବାଗ୍ରହ ଏବଂ ପକ୍ଷପାତରୁ ମୁକ୍ତ ହେବା ଆବଶ୍ୟକ । କାର୍ଯ୍ୟକ୍ରମରେ ଯୋଗଦେଇ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଥିଲେ, ବାର୍ତାଳାପ ଭଳି କାର୍ଯ୍ୟକ୍ରମ ପ୍ରଶାସନ, ଗଣମାଧ୍ୟମ ଓ ଜନସାଧାରଣଙ୍କ ମଧ୍ୟରେ ଶୂନ୍ୟସ୍ଥାନ ପୂରଣ କରିବା ସହିତ ସମ୍ପର୍କକୁ ସୁଦୃଢ଼ କରିଥାଏ । ଏହାଦ୍ୱାରା ପ୍ରଶାସନ ସକ୍ରିୟ ଏବଂ ସୁଦୃଢ଼ ହୁଏ । ସରକାରୀ ଯୋଜନାର ସଫଳ ରୂପାୟନ ସମ୍ଭବ ହୋଇଥାଏ। ଗଣମାଧ୍ୟମ ଲୋକଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ ଏବଂ ବିକାଶଧାରାରେ ପ୍ରମୁଖ ଅଂଶୀଦାର ଅଟେ । ସରକାର ଲୋକଙ୍କ ପାଇଁ ଯେଉଁ ବିକାଶ କାର୍ଯ୍ୟ କରୁଛନ୍ତି ତା’କୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବାରେ ଗଣମାଧ୍ୟମ ସହାୟକ ହୋଇଥାଏ । ଭଦ୍ରକ ଜିଲ୍ଲାରେ ବାର୍ତାଳପ ଭଳି କାର୍ଯ୍ୟକ୍ରମ ଆୟୋଜନ ଲାଗି ଜିଲ୍ଲାପାଳ ଶ୍ରୀ ରାଉତରାୟ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ରୂପେ ଭଦ୍ରକ ମୁଖ୍ୟ ଉନ୍ନୟନ ଅଧିକାରୀ ସୁଭେନ୍ଦ୍ର କୁମାର ସାମଲ ଯୋଗ ଦେଇଥିଲେ । ବୈଷୟିକ ଅଧିବେଶନରେ ବିଶିଷ୍ଟ ଲେଖକ ପବିତ୍ର ପାଣିଗ୍ରାହୀ ବିଭିନ୍ନ ଯୋଜନା ଉପରେ ମତ ରଖିଥିଲେ । ଏହି ଅବସରରେ କେନ୍ଦ୍ର ସରକାରଙ୍କ ପିଏମ କିଷାନ, ପିଏମ ଫସଲ ବୀମା ଯୋଜନା, ଡିଜିଟାଲ ଇଣ୍ଡିଆ, ପିଏମ କୃଷି ସିଞ୍ଚାଇ ଯୋଜନା, ନମୋ ଡ୍ରୋନ ଦିଦି, ଡିଜିଟାଲ କୃଷି ଯୋଜନା, ଆର୍ôଥକ ଅନ୍ତର୍ଭୂକ୍ତିକରଣ ଯୋଜନା, ଜାତୀୟ ଉଦ୍ୟାନ କୃଷି ମିଶନ, ପିଏମ ଆବାସ, ଡିଜିଟାଲ ଇଣ୍ଡିଆ, ମେକ ଇନ ଇଣ୍ଡିଆ, ଭିତିଭୂମିର ବିକାଶ, ନାରୀଶକ୍ତିଙ୍କ ବିକାଶ, ଗ୍ରାମୀଣ ଜଳ ଯୋଗାଣ ସମେତ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ ଡକ୍ଟର ସୁନୀଲ କୁମାର ଭୂୟାଁ, ଭଦ୍ରକ ବ୍ଲକ୍? କୃଷି ଅଧିକାରୀ ଅନୁରାଧା ପଣ୍ଡା ପ୍ରମୁଖ ଯୋଗ ଦେଇ ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଏବଂ ସୁଫଳ ବିଷୟରେ ମତ ରଖିଥିଲେ । ସେମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କର ବିଭିନ୍ନ ପ୍ରଶ୍ନର ଉତର ଦେଇଥିଲେ । କାର୍ଯ୍ୟକ୍ରମ ଅବସରରେ ଅତିଥିମାନଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କ ଗତ ୧୨ ବର୍ଷର ଉପଲବ୍ଧି ଏବଂ ସଫଳତା ଉପରେ ଆଧାରିତ ପ୍ରଚାର ପୁସ୍ତିକା ଉନ୍ମୋଚନ କରାଯାଇଥିଲା । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି), ଭୁବନେଶ୍ୱରର ମୁଖ୍ୟ ତଥା ବାର୍ତାଳାପର ନୋଡାଲ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପିଆଇବି, ଭୁବନେଶ୍ୱରର ସହାୟକ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ପ୍ରତାପ ଦାସ, ନରେନ୍ଦ୍ର ସାମଲ, ଜ୍ଞାନପ୍ରକାଶ ପାଣି, ସଂଜୀବ ନାୟକ ପ୍ରମୁଖ ଭଦ୍ରକ ଜିଲ୍ଲାର ବହୁ ଗଣମାଧ୍ୟମ ପ୍ରତିନିଧି ଓ ସରକାରୀ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।
Home ଜିଲ୍ଲା ପରିକ୍ରମା ଭଦ୍ରକ ଠାରେ ଆଂଚଳିକ ଗଣମାଧ୍ୟମ କର୍ମଶାଳା ବାର୍ତାଳାପ ଆୟୋଜିତ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱର...








