Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ବିଜେଡି ର କାର୍ଯ୍ୟକାରିଣୀ ବୈଠକ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ...

ଭଦ୍ରକ ଜିଲ୍ଲା ବିଜେଡି ର କାର୍ଯ୍ୟକାରିଣୀ ବୈଠକ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରାଯିବ, ୨୦୨୪ ନିର୍ବାଚନ ପାଇଁ ନେତା କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

39

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲାର ବିକାଶକୁ ଆହୁରି କିଭଳି ଅଧିକ ତ୍ୱରାନ୍ୱିତ କରାଯିବ ସେଥିନେଇ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା, ଲୋକ ପ୍ରତିନିଧିମାନେ ସହଯୋଗ କରି ଲୋକଙ୍କର ଅଧିକ ଉପକାର କରିବାକୁ ଯତ୍ନବାନ ହୁଅନ୍ତୁ । ସେହିଭଳି ଗାଁ ବା ତୃଣମୂଳସ୍ତରରେ କିଭଳି ବିଜେଡିକୁ ଅଧିକର ରୁ ଅଧିକ ମଜବୁତ କରାଯିବ ସେ ଦିଗରେ କାର୍ଯ୍ୟଖସଡା ପ୍ରସ୍ତୁତି କରାଯାଇଛି ବୋଲି ଭଦ୍ରକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଧାୟକ ପ୍ରତାପ ଜେନା କହିଛନ୍ତି । ବିଜେଡି ସୁପ୍ରିମୋ ତଥା ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲାର ବିକାଶ ଧାରାକୁ ତ୍ୱରାନ୍ୱିତ କରାଯିବା ସହ ଲୋକଙ୍କୁ ପାଖକୁ ଯାଇ ସରକାରଙ୍କ ଜନକଲ୍ୟାଣ ଯୋଜନା ବାବଦରେ ଅବଗତ କରାଯିବା ସହ ସେମାନଙ୍କୁ ଏଥିରେ ସାମିଲ କରି ଏହାର ସୁଫଳ ଦେବାକୁ ମଧ୍ୟ ପର୍ଯ୍ୟବେକ୍ଷକ ବିଧାୟକ ଶ୍ରୀ ଜେନା କହିଥିଲେ । ଆଜି ପୂର୍ବାହ୍ନରେ ଭଦ୍ରକ ନୂଆବଜାର ସ୍ଥିତ ଗାନ୍ଧୀ ପଡିଆ ଠାରେ ଭଦ୍ରକ ଜିଲ୍ଳା ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲାର ପ୍ରତି ବୁଥ୍ ସ୍ତରରୁ ନେତୃବୃନ୍ଦଙ୍କ ସହ ସାଂସଦ, ବିଧାୟକ, ଜିଲ୍ଲା କମିଟି କାର୍ଯ୍ୟକର୍ତ୍ତା, ଜିଲ୍ଲା ପରିଷଦ ସଭ୍ୟ-ସଭ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷ-ଅଧ୍ୟକ୍ଷାଙ୍କ ସହ ବିଶାଳ କର୍ମୀମାନଙ୍କ ସମ୍ମିଳନୀ ହୋଇଥିଲା ।

ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ସଭାପତିତ୍ୱରେ ଉକ୍ତ ବୈଠକରେ ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଳିକ, ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ବ୍ୟୋମକେଶ ରାୟ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବିଦ୍ୟୁତଲତା ନାୟକ, ରାଜ୍ୟ ସଂଖ୍ୟାଲଘୁ ବିଜେଡି ନେତ୍ରୀ ତାହେରା ଖାତୁନଙ୍କ ସମେତ ସମସ୍ତ ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲାପରିଷଦ ସଭ୍ୟମାନେ ଉପସ୍ଥିତ ରହିଥିଲେ । ପଞ୍ଚାୟତରୁ ଆସିଥିବା ହଜାର ହଜାର କର୍ମୀଙ୍କ ଦ୍ୱାରା ସହର ମଧ୍ୟରେ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ବିଜେଡି କର୍ମୀମାନେ ପର୍ଯ୍ୟବେକ୍ଷକ ଶ୍ରୀ ଜେନାଙ୍କୁ ସ୍ୱାଗତ କରି ସଭାମଣ୍ଡପକୁ ପାଛୋଟି ଆଣିଥିଲେ । ଏହି ବୌଠକରେ ଜିଲ୍ଳାରେ ବିଜୁ ଜନତା ଦଳ ଆଗାମୀ ଦିନରେ କିପରି ଆହୁରି ମଜବୁଦ ହେବ ସେନେଇ ମୁଖ୍ୟ ଆଲୋଚନା କରାଯାଇଥିଲା । ଆଗାମୀ ନିର୍ବାଚନ ପାଇଁ ପଞ୍ଚାୟତର ୱାର୍ଡ ଠାରୁ ଜିଲ୍ଲାର ବ୍ଲକ ଓ ମୁନିସିପାଲିଟି ପର୍ଯ୍ୟନ୍ତ ତୃଣମୂଳ ସ୍ତରୀୟ କମିଟି ଗଠନ କରାଯାଇ ଦଳକୁ ଆହୁରି ଅଧିକ ମଜବୁତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଷ୍ଠ ଥର ପାଇଁ ପୁଣି ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଉପସ୍ଥିତ ସାଂସଦ ଓ ବିଧାୟକମାନେ ତାଙ୍କ ବକ୍ତବ୍ୟରେ କହିଥିଲେ । ଅନ୍ୟାମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ମଳୟ ଜେନା, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତି ଦାସ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷା ଖଗେନ୍ଦ୍ର ବିଶ୍ୱାଳ, ଜିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ ପ୍ରମୁଖ ବହୁ ଦଳୀୟ ନେତା, କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.