Home ଜିଲ୍ଲା ପରିକ୍ରମା ଦରଦାମ୍ ବୃଦ୍ଧିକୁ ନେଇ ସିପିଆଇ(ଏମ୍‌) ର ବିକ୍ଷୋଭ

ଦରଦାମ୍ ବୃଦ୍ଧିକୁ ନେଇ ସିପିଆଇ(ଏମ୍‌) ର ବିକ୍ଷୋଭ

22

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଏହି ଜିଲାର ବନ୍ତଛକ ସ୍ଥିତ ବସ୍‌ଷ୍ଟାଣ୍ଡ, ଷ୍ଟେଟ୍‌ବ୍ୟାଙ୍କ ଛକ ଓ କଚେରୀ ବଜାରରେ ଦରଦାମ୍ ବୃଦ୍ଧି ଓ ବେକାରୀ ସମସ୍ୟା ବିରୁଦ୍ଧରେ ସିପିଆଇଏମ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏବଂ ଏଭଳି ଉତ୍କଟ ସମସ୍ୟା ସୃଷ୍ଟି କରୁଥିବା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ କଟୁ ସମାଲୋଚନା କରାଯାଇଛି । ବିଶିଷ୍ଟ ଶ୍ରମିକ ନେତା ଦିବ୍ୟସିଂହ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭର ପ୍ରତିବାଦ ସଭାରେ ସେ ବର୍ତ୍ତମାନର ବ୍ୟୟବହୁଳ ସମାଜରେ ଗରିବ ଲୋକଟିଏ ଯେଭଳି ତାର ତେଲଲୁଣ ସଂସାରକୁ ଚଳାଇବାକୁ ଅକ୍ଷମ ହୋଇପଡିଛି, ତାହା ଉଭୟ ସରକାରଙ୍କ ଅପରାଗତାକୁ ପ୍ରମାଣିତ କରିଛି । ବିଶେଷକରି ଶିକ୍ଷିତ ଯୁବକ-ଯୁବତୀମାନେ ଚାକିରୀ ନପାଇ ବେକାରୀ ସମସ୍ୟାରେ ସମ୍ମୁଖୀନ ହୋଇ ମାଓବାଦୀ ଓ ଆତ୍ମହତ୍ୟା ଭଳି ପନ୍ଥାକୁ ଆପଣାଉଥିବାବେଳେ ଏହି ସରକାର କେବଳ ସ୍ଲୋଗାନ ବାଜିରେ ବିକାଶର ନାରା ଦେଇଚାଲିଛି । ଏଣୁ ଏଭଳି ସରକାର ବିରୁଦ୍ଧରେ ସମସ୍ତେ ଏକଜୁଟ ହୋଇ ଆନ୍ଦୋଳନକୁ ତୀବ୍ର କରିବାକୁ ସେ ଆହ୍ୱାନ ଦେଇଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ନାୟକ, ପ୍ରଫୁଲ୍ଲ ପାଢୀ, ମଳୟ ଭୋଇ, ବିଷ୍ଣୁ ଦାଶ, ବିକାଶ ନାଥ, ଗୟାଧର ସାହୁ, ରମେଶ ସାହୁ, ନିରଂଜନ ପାଣି, କାଳନ୍ଦୀ ପାତ୍ର, ନାରୀନେତ୍ରୀ ସୁରଜିତା ନାୟକ, ସେକ୍ କମର ଓ ମିନାଜ ଖାଁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.