Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାର ପାଂଚ ବିଧାନସଭା କ୍ଷେତ୍ରର ଏସଆଇଆର ଖସଡ଼ା ଭୋଟର ତାଲିକା ପ୍ରକାଶ,ଦାବି ଓ ଆପତି...

ଭଦ୍ରକ ଜିଲ୍ଲାର ପାଂଚ ବିଧାନସଭା କ୍ଷେତ୍ରର ଏସଆଇଆର ଖସଡ଼ା ଭୋଟର ତାଲିକା ପ୍ରକାଶ,ଦାବି ଓ ଆପତି ଦାଖଲ ପାଇଁ ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ସୁଯୋଗ,ଫର୍ମ-୬, ୭ ଓ ୮ ବ୍ୟବହାର କରିବାକୁ ରାଜନୈତିକ ଦଳଙ୍କୁ ପରାମର୍ଶ

4

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)–୨୦୨୬ କାର୍ଯ୍ୟକ୍ରମ ଅନୁସାରେ ଭଦ୍ରକ ଜିଲ୍ଲାର ସମସ୍ତ ପାଂଚଟି ବିଧାନସଭା କ୍ଷେତ୍ର ପାଇଁ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇଛି। ଏହା ସହ ଭୋଟରମାନଙ୍କୁ ନିଜ ନାମ ଓ ବିବରଣୀ ଯାଂଚ କରି ଆବଶ୍ୟକ ହେଲେ ଦାବି ଓ ଆପତି ଦାଖଲ କରିବାକୁ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି। ରାଜ୍ୟବ୍ୟାପୀ ଝଓଜ କାର୍ଯ୍ୟକ୍ରମ ଅନୁସାରେ ଜୁଲାଇ ୫ରେ ଖସଡ଼ା ତାଲିକା ପ୍ରକାଶ ପାଇଥିଲା। ଜିଲ୍ଲାର ପ୍ରକାଶିତ ତଥ୍ୟ ଅନୁଯାୟୀ, ଭଦ୍ରକର ପାଂଚଟି ବିଧାନସଭା କ୍ଷେତ୍ରରେ ମୋଟ ୧୭୦୩ଟି ମତଦାନ କେନ୍ଦ୍ର ରହିଥିବାବେଳେ ୧୨,୮୪,୬୧୮ ଜଣ ମତଦାତା ଅନ୍ତର୍ଭୁକ୍ତ ଅଛନ୍ତି। ସେଥିମଧ୍ୟରୁ ୫,୫୦,୨୦୭ ଜଣ (୪୨.୮୩%) ସ୍ୱୟଂ ଯାଂଚ ମାଧ୍ୟମରେ ସତ୍ୟାପିତ ହୋଇଥିବାବେଳେ ୬,୨୭,୭୧୩ ଜଣ (୪୮.୮୬%) ପରିବାର ସଦସ୍ୟଙ୍କ ମାଧ୍ୟମରେ ମ୍ୟାପିଂ ହୋଇଛନ୍ତି। ୩୮,୩୬୧ ଜଣ (୨.୯୯%)ଙ୍କ ମ୍ୟାପିଂ ବାକି ଥିବାବେଳେ , ୬୮,୩୩୭ ଜଣ (୫.୩୨%) ଭୋଟର ବାଦ ପଡିଛନ୍ତି । ପ୍ରକାଶିତ ଖସଡ଼ା ତାଲିକାରେ ନାମ, ଠିକଣା କିମ୍ବା ଅନ୍ୟ କୌଣସି ତଥ୍ୟରେ ତ୍ରୁଟି ଥିଲେ କିମ୍ବା ସଂଶୋଧନ ଆବଶ୍ୟକ ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପର୍କିତ ବିଏଲ୍‌ଓ, ଇଆରଓ କାର୍ଯ୍ୟାଳୟ କିମ୍ବା ନିର୍ବାଚନ ବିଭାଗର ନିର୍ଦ୍ଧାରିତ ବ୍ୟବସ୍ଥା ମାଧ୍ୟମରେ ଦାବି ଓ ଆପତି ଦାଖଲ କରିପାରିବେ। ଅଭିଯୋଗ ଓ ଦାବିର ସମାଧାନ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଖସଡ଼ା ଭୋଟର ତାଲିକା ଉପରେ ଦାବି ଓ ଆପତି ଦାଖଲ ପାଇଁ ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଆବଶ୍ୟକ ଦଲିଲ ସହ ନିର୍ଦ୍ଧାରିତ ଫର୍ମରେ ଆବେଦନ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ କୁହାଯାଇଥିଲା ଯେ, ଯୋଗ୍ୟ ଭୋଟରଙ୍କ ନାମ ସାମିଲ ପାଇଁ ଫର୍ମ-୬, ମୃତ, ସ୍ଥାନାନ୍ତରିତ କିମ୍ବା ଅଯୋଗ୍ୟ ଭୋଟରଙ୍କ ନାମ ବାଦ ପାଇଁ ଫର୍ମ-୭ ଏବଂ ଭୋଟର ତାଲିକାରେ ସଂଶୋଧନ କିମ୍ବା ସମାନ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରେ ସ୍ଥାନାନ୍ତରଣ ପାଇଁ ଫର୍ମ-୮ ବ୍ୟବହାର କରାଯିବ। ରାଜନୈତିକ ଦଳର ପ୍ରତିନିଧିମାନେ ଭୋଟରମାନଙ୍କୁ ଏହି ଫର୍ମଗୁଡ଼ିକର ସଠିକ୍ ବ୍ୟବହାର ସମ୍ପର୍କରେ ସଚେତନ କରିବାକୁ ଅନୁରୋଧ କରାଯାଇଛି। ବୁଥ୍ ଲେଭେଲ୍ ଏଜେଂଟ ମାନଙ୍କୁ ଖସଡ଼ା ଭୋଟର ତାଲିକାର ଯାଂଚ, ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରିବା, ଡୁପ୍ଲିକେଟ୍ ଓ ଅଯୋଗ୍ୟ ନାମ ସମ୍ପର୍କରେ ଅବଗତ କରାଇବା ସହ ବୁଥ୍ ଲେଭେଲ୍ ଅଫିସର ଙ୍କ ସହ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି। ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କୁ ଖସଡ଼ା ଭୋଟର ତାଲିକାର ସଠିକ୍ ଯାଂଚ କରି ଛାଡ଼ିଯାଇଥିବା ନାମ, ତ୍ରୁଟିପୂର୍ଣ୍ଣ ବିବରଣୀ, ଡୁପ୍ଲିକେଟ୍ କିମ୍ବା ଅଯୋଗ୍ୟ ନାମ ସମ୍ପର୍କରେ ସମ୍ପୃକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ /ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଙ୍କୁ ତୁରନ୍ତ ଅବଗତ କରାଇବାକୁ ଅନୁରୋଧ କରାଯାଇଛି। ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ସମସ୍ତ ରାଜନୈତିକ ଦଳକୁ ପ୍ରତ୍ୟେକ ଯୋଗ୍ୟ ଭୋଟରଙ୍କ ସାମିଲ ଓ ଅଯୋଗ୍ୟ ନାମ ବାଦ ପ୍ରକ୍ରିୟାରେ ପୂର୍ଣ୍ଣ ସହଯୋଗ କରିବାକୁ ଆହ୍ୱାନ କରିଥିଲେ। ୫ ଜୁଲାଇରୁ ୪ ଅଗଷ୍ଟ ମଧ୍ୟରେ ମିଳୁଥିବା ସମସ୍ତ ଦାବି ଓ ଆପତିର ଯାଂଚ କରାଯାଇ ୨ ସେପ୍େଟମ୍ବର ୨୦୨୬ ସୁଦ୍ଧା ନିୟମାନୁଯାୟୀ ଶୁଣାଣି ପରେ ନିଷ୍ପତି ନିଆଯିବ। ଏଥିସହ ପ୍ରତିନିଧିମାନଙ୍କୁ ଭୋଟର ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସାମିଲ ହୋଇ ଭୋଟରମାନଙ୍କୁ ଖସଡ଼ା ଭୋଟର ତାଲିକାରେ ନିଜ ନାମ ଯାଂଚ କରି ଆବଶ୍ୟକ ହେଲେ ଦାବି କିମ୍ବା ଆପତି ଦାଖଲ କରିବାକୁ ପ୍ରେରିତ କରିବା ପାଇଁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.