Home ଜିଲ୍ଲା ପରିକ୍ରମା ଭଦ୍ରକ କରଣ ମହାସଭାର ଚିତ୍ରଗୁପ୍ତ ପୂଜା ଓ ୬ଷ୍ଠ ବାର୍ଷିକ ଉତ୍ସବ ପାଳିତ

ଭଦ୍ରକ କରଣ ମହାସଭାର ଚିତ୍ରଗୁପ୍ତ ପୂଜା ଓ ୬ଷ୍ଠ ବାର୍ଷିକ ଉତ୍ସବ ପାଳିତ

29

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାଳନ୍ଦୀ ହସ୍‌ପିଟାଲ ପରିସରରେ କରଣ ମହାସଭା ଭଦ୍ରକର ଚିତ୍ରଗୁପ୍ତ ପୂଜା ଏବଂ ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ନେପାଳଚନ୍ଦ୍ର ମହାନ୍ତି ଏବଂ ଡାକ୍ତର ପ୍ରଭାସ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ଚିତ୍ରଗୁପ୍ତଙ୍କର ପୂଜା ଅନୁଷ୍ଠିତ ହୋଇଥିଲା। ଉକ୍ତ ପୂଜାରେ କର୍ତ୍ତା ଭାବରେ ସୁଶୀଲ ପଟ୍ଟନାୟକ କାର୍ଯ୍ୟ ତୁଲାଇଥିଲେ। ପ୍ରସାଦ ସେବନ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଏହି ବର୍ଷର ମହାସାଆନ୍ତ ରୂପେ ଅଭିମନ୍ୟୁ ମହାନ୍ତି, ବଡ଼ସାଆନ୍ତ ରୂପେ ସନ୍ତୋଷ କୁମାର ମହାନ୍ତି ଏବଂ ମହାସାଆନ୍ତାଣି ଭାବେ କ୍ଷେତ୍ରମଣି ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷା ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଦେଖାଇଥିବା ସର୍ବଶ୍ରୀ ଅନିକେତ ମହାନ୍ତି, ଅଭିଳାଷ ମହାନ୍ତି, ଶୋହନ ଦାସ, ସତ୍ୟପ୍ରକାଶ ମହାନ୍ତି, ଡ଼ାକ୍ତର ଶିବାନୀ ଦାସ, ଅଂଶୁମାନ ଦାସ, ଦେବନୀତା ଦାସ, ଅଭିଷେକ ଦାସ, ନିଲେସ ଗଗନ ଦାସ ପ୍ରମୁଖଙ୍କୁ ଉପଢ଼ୋକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ସଭାରେ ଉପସ୍ଥିତ ଥିବା ଅତିଥିମାନେ ତାଙ୍କ ଭାଷଣରେ ଏହି ସମାଜର ଆଭିମୁଖ୍ୟକୁ କିପରି ଆଗାମୀ ଦିନରେ ଏକ ସଫଳ ରୂପ ଦିଆଯିବା ସହିତ ସମାଜରେ ଥିବା ଆର୍ଥିକ ଏବଂ ପୀଡ଼ିତ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରାଯାଇପାରିବ ସେ ବିଷୟରେ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଭାପତି ସୀତାକାନ୍ତ ଦାସ ଏବଂ ସଂପାଦକ ଡାକ୍ତର ପ୍ରଭାସ କୁମାର ମହାନ୍ତିଙ୍କ ସମେତ ସର୍ବଶ୍ରୀ ସୁଶିଲ କୁମାର ପଟ୍ଟନାୟକ, ବିଜୟ କୁମାର ମହାନ୍ତି, ବିଚିତ୍ରାନନ୍ଦ ମହାନ୍ତି, ସପନ କୁମାର ମହାନ୍ତି, ଶରତ କୁମାର ମହାନ୍ତି, ନେପାଳ ଚନ୍ଦ୍ର ଦାସ, ସଂଜୟ କୁମାର ମହାନ୍ତି, ଭବତୋଷ ଦାସ, ଅଜିତ କୁମାର ଦାସ, ସତ୍ୟବ୍ରତ ଦାସ, ଜଗବଂଧୁମହାନ୍ତି, ମନୋଜ କୁମାର ମହାନ୍ତି, ଦିଲ୍ଲୀପ ମହାନ୍ତି, ଆରତୀ ମହାନ୍ତି, ଅଶୋକ ମହାନ୍ତି, ମନମୋହନ ମହାନ୍ତି, ଦେବଦତ ମହାନ୍ତି, ରୂପକ ବିହାରୀ ରାଏଙ୍କ ସମେତ ଭଦ୍ରକ କରର ସମାଜର ଶତାଧିକ ଦସଦ୍ୟ ଯୋଗଦେଇଥିଲେ। ଏହି ଉତ୍ସବରେ ଗେଲଟୁଆ, ଜଗନ୍ନାଥପୁର, ସାହାପୁର, ଚରମ୍ପା, ବଂକସାହି, କୁଆଁସ, ଆଗରପଡ଼ା ଆଦି ଅଂଚଳରୁ ବହୁବ୍ୟକ୍ତି ସପରିବାରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.