Home ଜିଲ୍ଲା ପରିକ୍ରମା ଭଦ୍ରକ ଇସ୍କନ୍ ମନ୍ଦିରରେ ରାଧାଷ୍ଟମୀ ପାଳିତ

ଭଦ୍ରକ ଇସ୍କନ୍ ମନ୍ଦିରରେ ରାଧାଷ୍ଟମୀ ପାଳିତ

44

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ହିନ୍ଦୁ ଶାସ୍ତ୍ର ମତେ ଆଜି ପବିତ୍ର ରାଧାଷ୍ଟମୀ ଗାଁ ଠାରୁ ସହର ପର୍ଯ୍ୟନ୍ତ ମହାସମାରୋହରେ ପାଳିତ ହୋଇଛି। ଭଦ୍ରକ ସହରର କୁଆଁସସ୍ଥିତ ଆନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ (ଇସ୍କନ) ପକ୍ଷରୁ ଶ୍ରୀ ଶ୍ରୀ ରାଧଗୋବିନ୍ଦ ଓ ଗୋପାଳଜୀଉ ମନ୍ଦିର ପ୍ରାଙ୍ଗଣରେ ଆଜି ରାଧାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବ ଉପଲକ୍ଷେ ଇସ୍କନ୍ ମାୟାପୁରର ରେଜିଓନାଲ ସେକ୍ରଟାରୀ ଏବଂ ଉତର ଓ ଦକ୍ଷିଣ ଓଡିଶାର ପ୍ରଚାରକ ଶ୍ରୀପାଦ ପୂଣ୍ଣର୍ଚନ୍ଦ୍ର ଗୌର ଦାସ ଶ୍ରୀମତୀ ରାଧାରାଣୀଙ୍କର ଦିବ୍ୟ ମହିମା ବିଷୟେର ୩ ଦନି ଧରି କଥାମୃତ କୀତର୍ନ କରିଥେôଲ। ରାଧାଷ୍ଟମୀ ଦିନ ସୁନ୍ଦର ସାଜସଜ୍ଜା ସହିତ ରାଧାରାଣୀଙ୍କର ଦିବ୍ୟ ଅଭିଷେକ ଆଳତୀ ମଧ୍ୟାହ୍ନରେ ରାଧାମାଧବଙ୍କର ମହାପ୍ରସାଦ ବିତରଣ କରାଯାଇଥିଲା। ହରିନାମ କୀତର୍ନ ମେଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅୟୋଜନ କରାଯାଇଥିଲା। ଭଦ୍ରକ ଇସ୍କନ ମନ୍ଦିରର ଅଧ୍ୟକ୍ଷ ଶ୍ରୀପାଦ ତେଜସ୍ୱୀ ଗୌର ଦାସ ପ୍ରଭୁଙ୍କ ଅଧ୍ୟକ୍ଷତାରେ ତଥା ଇସ୍କନ ମନ୍ଦିରର ବ୍ରହ୍ମଚାରୀ ଏବଂ ବରିଷ୍ଠ ଭକ୍ତ ଶ୍ରୀ ପାଦ ନାମାଚାର୍ଯ୍ୟ ଦାସ ଅଧିକାରୀ, ହରିବଲ୍ଲଭ ଦାସ, ଗୋପାଳ ଭଟ୍ଟ ଦାସ, ଉଦ୍ଧବ କପୃା ଦାସ, ଉତମାନନ୍ଦ ଦାସ, ବୀରଚନ୍ଦ୍ର ନିତାଇ ଦାସ, ଅର୍ଚ୍ଚାବତାର ଦାସ, ସଦାନନ୍ଦିନୀ ମାତାଜୀ, ଦ୍ରୌପଦୀ ମାତାଜୀ, ରୁକ୍ମଣୀ ମାତାଜୀ, ସୁଦେବୀ ମାତାଜୀ, ଅଭୟ ପ୍ରଭୁ, ଦୀପୁ ପ୍ରଭୁ, ଟୁଲୁ ପ୍ରଭୁ, ଗଣେଶ ପ୍ରଭୁ, ହୃଷି ପ୍ରଭୁଙ୍କର ସହେଯାଗିତାରେ ବହୁ ଆନନ୍ଦ ଉଲ୍ଲାସରେ ମହାସମାରୋହରେ ପାଳିତ ହୋଇଯାଇଛି। ମନ୍ଦିର ପରିଚାଳନା କମିଟିର ସକ୍ରୀୟ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଗୌରଦାଶ ବ୍ରହ୍ମଚାରୀ, ନାମାଚାର୍ଯ୍ୟ ଦାସ ବ୍ରହ୍ମଚାରୀ, ହେମନ୍ତ ନାୟକ, ବିଜୟ ରାଉତ, ଉମାକାନ୍ତ ପଲେଇ ଓ ଉଜ୍ଜ୍ୱଳ ସାହୁ ପ୍ରମୁଖଙ୍କ ପରିଚାଳନାରେ ଏହି ଉତ୍ସବ ବେଶ୍ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.