Home ଜିଲ୍ଲା ପରିକ୍ରମା ଭଦ୍ରକର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କଲେ ଓଡିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭଦ୍ରକର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କଲେ ଓଡିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

1

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ଃ ରବୀନ୍ଦ୍ରନାଥ ମିଶ୍ର ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି ଜିଲ୍ଲାରେ ଚାଲୁଥିବା ବିଭିନ୍ନ ସ୍ୱାସ୍ଥ୍ୟସେବା ଓ ବନ୍ୟା ପରବର୍ତୀ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ସହ ଆଲୋଚନା କରି ବନ୍ୟା ପ୍ରଭାବିତ ଲୋକଙ୍କୁ ଦିଆଯାଉଥିବା ସ୍ୱାସ୍ଥ୍ୟସେବା, ରୋଗ ନିରୀକ୍ଷଣ ଓ ପ୍ରତିରୋଧମୂଳକ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ। ନିର୍ଦ୍ଦେଶକ ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ୍‌ର ବିଭିନ୍ନ ଏମଆରସି ପଏଂଟ ପରିଦର୍ଶନ କରି ସେଠାରେ ଉପଲବ୍ଧ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ। ସେହିପରି ଡାଳଙ୍ଗ ଓ ଜଳହରି ଅଂଚଳର ବିଭିନ୍ନ ଘରକୁ ଯାଇ ବନ୍ୟା ପରବର୍ତୀ ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା, ରୋଗ ପ୍ରତିରୋଧ ଓ ନିରୀକ୍ଷଣ ଭଳି କାର୍ଯ୍ୟର ଯାଂଚ କରିଥିଲେ। ବନ୍ୟା ପରବର୍ତୀ ସମୟରେ ଜଳବାହିତ ଓ ମଶାବାହିତ ରୋଗର ନିୟନ୍ତ୍ରଣ ପାଇଁ ନିରନ୍ତର ନିରୀକ୍ଷଣ ଏବଂ ଆବଶ୍ୟକ ସ୍ୱାସ୍ଥ୍ୟସେବା ତୁରନ୍ତ ଯୋଗାଇଦେବା ଉପରେ ନିର୍ଦ୍ଦେଶକ ଗୁରୁତ୍ୱାରୋପ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.