Home ଜିଲ୍ଲା ପରିକ୍ରମା ଭଦ୍ରକରେ ସ୍ପେଶାଲ୍ ଇେଂଟନ୍ସିଭ୍ ରିଭିଜନ୍ (ଏସଆଇଆର)-୨୦୨୬ ନେଇ ସର୍ବଦଳୀୟ ବୈଠକ

ଭଦ୍ରକରେ ସ୍ପେଶାଲ୍ ଇେଂଟନ୍ସିଭ୍ ରିଭିଜନ୍ (ଏସଆଇଆର)-୨୦୨୬ ନେଇ ସର୍ବଦଳୀୟ ବୈଠକ

2

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ୍ ଇେଂଟନ୍ସିଭ୍ ରିଭିଜନ୍ (ଏସଆଇଆର)-୨୦୨୬ ସମ୍ପର୍କରେ ଆଲୋଚନା ପାଇଁ ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଡଃ ଦିଲୀପ ରାଉତରାଏକଂ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଆଜି ପୂର୍ବାହ୍ନ ୧୧.୩୦ ଘଟିକାରେ ସଦଭାବନା ସଭାଗୃହ, ଜିଲ୍ଲାପାଳ କାର୍ଯ୍ୟାଳୟ, ଭଦ୍ରକରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭାରତୀୟ ଜନତା ପାର୍ଟି (ବିଜେପି), ବିଜୁ ଜନତା ଦଳ (ବିଜେଡି) ଭାରତୀୟ ଜାତୀୟ କଂଗ୍ରେସ (ଆଇଏନସି), ବହୁଜନ ସମାଜ ପାର୍ଟି (ବିଏସପି), କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ), ଆମ ଆଦମୀ ପାର୍ଟି (ଆପ୍‌) ଏବଂ ନ୍ୟାସନାଲ୍ ପିପୁଲ୍ସ ପାର୍ଟି (ଏନପିପି) ର ଜିଲ୍ଲା ସଭାପତି ଓ ସମ୍ପାଦକମାନେ ଯୋଗଦେଇଥିଲେ। ଓଡିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର ଭାବେ ଆରମ୍ଭ ହୋଇଛି। ଏହି ସଂଶୋଧନ ପାଇଁ ଯୋଗ୍ୟତା ତାରିଖ ୦୧.୦୭.୨୦୨୬ ନିର୍ଦ୍ଧାରିତ ହୋଇଥିବାବେଳେ, ୨୦ ମେରୁ ୨୯ ମେ ୨୦୨୬ ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ସମ୍ପାଦିତ ହେବ। ୩୦ ମେରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବିଏଲଓ ମାନେ ଘରେ ଘରେ ପରିଦର୍ଶନ କରି ଭୋଟର ତଥ୍ୟ ସଂଗ୍ରହ ଓ ଯାଂଚ କରିବେ। ଏହା ସହିତ ୨୮ ଜୁନ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ କାର୍ଯ୍ୟ ସମାପ୍ତ କରାଯିବ। ଖସଡା ଭୋଟର ତାଲିକା ୦୫ ଜୁଲାଇ ୨୦୨୬ରେ ପ୍ରକାଶ ପାଇବ। ଏହାପରେ ୦୫ ଜୁଲାଇରୁ ୦୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତି ଦାଖଲ କରାଯାଇପାରିବ। ଦାବି ଓ ଆପତିର ନିଷ୍ପତି ୦୨ ସେପ୍େଟମ୍ବର ୨୦୨୬ ସୁଦ୍ଧା କରାଯିବା ପରେ ୦୬ ସେପ୍େଟମ୍ବର ୨୦୨୬ରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ। ଜିଲ୍ଲାପାଳ କହିଛନ୍ତି ଯେ, ବୁଥ୍ ଲେବୁଲ ଅଫିସର ଓ ଏଜେଂଟ ଓ ସମସ୍ତ ରାଜନୈତିକ ଦଳମାନଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳ କରାଯିବ। ସାଧାରଣ ଭୋଟରମାନେ ମଧ୍ୟ ନିଜ ନାମ ଭୋଟର ତାଲିକାରେ ସଠିକ୍ ଭାବେ ରହିଛି କି ନାହିଁ ଯାଂଚ କରିବା ସହ ସଂଶୋଧନ ପ୍ରକ୍ରିୟାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ଅଧିକ ସୂଚନା ପାଇଁ ଭୋଟରମାନେ ଙ୍ଖକ୍ଟଗ୍ଧରକ୍ସଗ୍ଦ.ରମସ.ଶକ୍ଟଙ୍ଖ.ସଦ୍ଭ କିମ୍ବା ଋଉଓଘଋଞ ଇକ୍ଟ୍ରକ୍ଟ୍ର ବ୍ୟବହାର କରିପାରିବେ। ଭୋଟର ତାଲିକାର ସଠିକତା ଓ ସ୍ୱଚ୍ଛତା ବଜାୟ ରଖିବା ସହିତ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ସୁଦୃଢ କରିବା ନେଇ ଏସଆଇଆର-୨୦୨୬ କାର୍ଯ୍ୟକ୍ରମର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ଏହି ଆଲୋଚନା ଚକ୍ରରେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ରବି ନାରାୟଣ ସାହୁ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ ଏବଂ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.