Home ଜିଲ୍ଲା ପରିକ୍ରମା ଭଦ୍ରକରେ ସିଏମ୍ ଟ୍ରଫି ଜୋନାଲ ଭଲିବଲ୍ ପ୍ରତିଯୋଗିତା ଉଦ୍ଘାଟିତ, ୭ଟି ଜିଲାରୁ ମୋଟ ୨୧୦ଜଣ ପ୍ରତିଯୋଗୀ...

ଭଦ୍ରକରେ ସିଏମ୍ ଟ୍ରଫି ଜୋନାଲ ଭଲିବଲ୍ ପ୍ରତିଯୋଗିତା ଉଦ୍ଘାଟିତ, ୭ଟି ଜିଲାରୁ ମୋଟ ୨୧୦ଜଣ ପ୍ରତିଯୋଗୀ ସାମିଲ୍

10

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଭଦ୍ରକ ଜିଲ୍ଲା ଆଥଲେଟିକ୍ସ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ସିଏମ୍ ଟ୍ରଫି ଜୋନାଲ ଭଲିବଲ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭ ଉଦ୍ଘାଟନ କରିଥିଲେ। ଖେଳ କେବଳ ପ୍ରତିଯୋଗିତା ନୁହେଁ, ବରଂ ଶୃଙ୍ଖଳା, ଏକତା ଓ ଭ୍ରାତୃଭାବର ବାର୍ତା ବହନ କରେ ବୋଲି କହି ଉପସ୍ଥିତ ଥିବା ପ୍ରତିଯୋଗୀଙ୍କୁ ପ୍ରୋତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ଆଥଲେଟିକ୍ସ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଧୀରେନ ପଳେଇ, ଯୁଗ୍ମ ସମ୍ପାଦକ ଅତିଶ ବେହେରା, ଉପସଭାପତି ଜତିକାନ୍ତ ନାୟକ, କୋଷାଧ୍ୟକ୍ଷ ବ୍ୟୋମକେଶ ସେନାପତି ଏବଂ ସଦସ୍ୟ ରବି ନାରାୟଣ ପାଣିଗ୍ରାହୀ ଓ ଏସ୍‌.କେ. ବସିର ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଜୋନାଲ ଭଲିବଲ୍ ପ୍ରତିଯୋଗିତାରେ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରୁ ମୋଟ ୨୧୦ ଜଣ ପ୍ରତିଯୋଗୀ ଓ ୧୬ ଜଣ ଅଧିକାରୀ ଅଂଶଗ୍ରହଣ କରିଛନ୍ତି। ଆଗାମୀ ଦିନଗୁଡ଼ିକରେ ରୋମାଂଚକର ମ୍ୟାଚ୍ ମାଧ୍ୟମରେ ଶ୍ରେଷ୍ଠ ଦଳ ଚୟନ କରାଯିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ପ୍ରତିଯୋଗିତାକୁ ନେଇ ଖେଳାଳି, ପ୍ରଶିକ୍ଷକ ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.