Home ଜିଲ୍ଲା ପରିକ୍ରମା ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

27

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ କ୍ରମେ ତିହିଡ଼ିରେ ବୁଧବାର ଜନସାଧାରଣଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବିଡିଓ ଜ୍ୟୋତିର୍ମୟ କରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ପ୍ରଥମେ ମେଡ଼ିକାଲ କଲେଜ ନାହିଁ ତ ଭୋଟ ନାହିଁ ସ୍ଲୋଗାନ ଦିଆଯାଇ ଏକ ଶୋଭାଯାତ୍ରା ତହସିଲ ଛକରୁ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଭଦ୍ରକର ପୂର୍ବରେ ବଙ୍ଗୋପ ସାଗର, ଉତ୍ତରରେ ବାଲେଶ୍ୱର, ପଶ୍ଚମରେ କେଉଁଝର, ଦକ୍ଷୀଣରେ ଯାଜପୁର ଏବଂ ଦକ୍ଷିଣପୂର୍ବରେ କେନ୍ଦ୍ରାପଡ଼ା ଜିଲା ଅବସ୍ଥିତ । ଏହି ସମସ୍ତ ଜିଲାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଅଧିବାସୀ ସ୍ୱାସ୍ଥ୍ୟସେବା ନିମନ୍ତେ ଭଦ୍ରକ ଜିଲା ସଦର ମହକୁମା ଡାକ୍ତରଖାନା ଉପରେ ନିର୍ଭର କରନ୍ତି । ଜିଲାର ଧାମରା ଠାରେ ଦେଶର ସର୍ବ ବୃହତ ବାଣିଜ୍ୟିକ ବନ୍ଦର ଅବସ୍ଥିତ । ପ୍ରତିଦିନ ଚିକିତ୍ସା ନିମନ୍ତେ ଡାକ୍ତରଖାନା ଆସୁଥିବା ରୋଗୀଙ୍କ ସଂଖ୍ୟ ୧୫୦୦ ।

ପ୍ରତିଦିନ ଡାକ୍ତରଖାନାରେ ଆଡ଼ମିଶନ ନେଉଥିବା ରୋଗୀଙ୍କ ସଂଖ୍ୟା ପ୍ରାୟ ୪୫୦ । ପ୍ରତିଦିନ ଅନ୍ତର୍ବାସୀ ରୋଗୀଙ୍କ ସଂଖ୍ୟା ପ୍ରାୟ ୪୦୦ । ସେହିପରି ପ୍ରତିଦିନ ଜନ୍ମ ନେଉଥିବା ଶିଶୁଙ୍କ ସଂଖ୍ୟା ପ୍ରାୟ ୮୦ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭଦ୍ରକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଯାଇଥିବାରୁ ଦୁର୍ଘଟଣା ଜନିତ ରୋଗୀଙ୍କର ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି । ସେହିପରି ସମୁଦ୍ର ଉପକୂଳରେ ଭଦ୍ରକ ଜିଲା ଅବସ୍ଥିତ ଥିବାରୁ ପ୍ରାକୃତିକ ବିପର୍ଯ୍ୟୟରେ ଦୁର୍ଘଟଣା ଜନିତ ରୋଗୀଙ୍କ ପାଇଁ ଜରୁରୀକାଳୀନ ଚିକିତ୍ସାର ଆବଶ୍ୟକତା ରହିଛି । ଏଥିପାଇଁ ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଜରୁରୀ ବୋଲି ଦାବି କରାଯାଇଛି । ମେଡ଼ିକାଲ କଲେଜ ପ୍ରତିଷ୍ଠା କରାନଗଲେ ଆନ୍ଦେଳନକୁ ଆହୁରି ଜୋରଦାର କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ସମାଜସେବୀ ସୋମନାଥ ପାଢ଼ୀ, ଧୀରେନ୍ଦ୍ର ସାହୁ, ମହେଶ ଦାସ, ସରୋଜ କୁମାର ଦାସ, ବିଭୂତି ଭୂଷଣ ସେନାପତି, କୈଳାସ ବେହେରା, ଅନୀଲ ନାୟକ, ଅମୂଲ୍ୟ ସେନାପତି, ପ୍ରିୟବ୍ରତ ପାଢ଼ୀ, ବିସ୍ମୟ ବିହାରୀ ସାହୁ, ରବିନ୍ଦ୍ର ନାୟକ, ସନ୍ନ୍ୟାସୀ ବ୍ରହ୍ମ, ନରହରି ନାୟକ, ଆଶୁତୋଷ କରଣ ପ୍ରମୁଖଙ୍କ ସମେତ ବହୁ ଜନସାଧାରଣ ଓ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.