Home ଜିଲ୍ଲା ପରିକ୍ରମା ବିଜେପିର ପରିବର୍ଦ୍ଧିତ ଜିଲ୍ଲା କମିଟି ବୈଠକ, ମାସବ୍ୟାପୀ ମହାସମ୍ପର୍କ ଅଭିଯାନ ପାଇଁ ନିଷ୍ପତ୍ତି

ବିଜେପିର ପରିବର୍ଦ୍ଧିତ ଜିଲ୍ଲା କମିଟି ବୈଠକ, ମାସବ୍ୟାପୀ ମହାସମ୍ପର୍କ ଅଭିଯାନ ପାଇଁ ନିଷ୍ପତ୍ତି

25

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି ଲୋକଙ୍କ ନିକଟତର ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ବିଗତ ୯ବର୍ଷର ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକର ସୁଫଳ ସମ୍ପର୍କରେ ଦଳର କର୍ମୀମାନେ ମହାସମ୍ପର୍କ ଅଭିଯାନ ସମୟରେ ଘରକୁ ଘର ବୁଲି ଅବଗତ କରାଇବା ସହ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ଅବଗତ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ପାର୍ଟିର ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସଭାପତି ହେମନ୍ତ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଦଳର ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଡାକ୍ତର ପ୍ରଦୀପ କୁମାର ନାୟକ, ବଦ୍ରିନାରାୟଣ ଧଳ, ଭଦ୍ରକ ସଂସଦୀୟ କ୍ଷେତ୍ର ପ୍ରଭାରୀ ଚନ୍ଦ୍ରଶେଖର ନନ୍ଦ ଯୋଗଦେଇ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଓ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ନବମ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୩୦ତାରିଖରୁ ଜୁନ ୩୦ତାରିଖ ପର୍ଯ୍ୟନ୍ତ ମହାସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଦଳର ପୂର୍ବତନ ଜିଲା ସଭାପତି ରାୟ ରାମାନନ୍ଦ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଥିଲା । ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ନାୟକ, ଜଗନ୍ନାଥ ଦାସ,ମନସ୍ମିତା ଖୁଣ୍ଟିଆ, ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ଅଶୋକ ପରିଜା, ସାଧାରଣ ସମ୍ପାଦକ ମନୋରଞ୍ଜନ ମଲ୍ଲିକ, ଶଶିକାନ୍ତ ବିଶ୍ୱାଳ, ଭଗବାନ ପଣ୍ଡା, ରଘୁନାଥ ପାତ୍ର,ଜଗବନ୍ଧୁ ଦାସ,ତପସ୍ୱିନୀ ମହାପାତ୍ର, ଉମାମଣି ସାହୁ,ରଞ୍ଜିତା ସ୍ୱାଇଁଙ୍କ ସମେତ ଜିଲା କମିଟିର ସଦସ୍ୟ, ବିଭିନ୍ନ ମଣ୍ଡଳ ଓ ମୋର୍ଚ୍ଚାର ସଭାପତି ମାନେ ଯୋଗଦେଇ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.