Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଏମ୍‌ଏସ୍‌ର ପ୍ରତିବାଦ ସଭା , ୧୧ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ...

ଭଦ୍ରକରେ ବିଏମ୍‌ଏସ୍‌ର ପ୍ରତିବାଦ ସଭା , ୧୧ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

5

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୁର ସଂଘ (ବିଏମ୍‌ଏସ୍‌)ର ଜାତୀୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତି ଅନୁଯାୟୀ ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନର ଅଂଶସ୍ୱରୂପ ଭଦ୍ରକ ଜିଲ୍ଲାରେ ମଧ୍ୟ ପ୍ରତିବାଦ ସଭା ଆୟୋଜନ କରାଯାଇଛି। ଗତ ଜୁଲାଇ ୨୬, ୨୭ ଓ ୨୮ ତାରିଖରେ ଝାଡ଼ଖଣ୍ଡର ରାଂଚିସ୍ଥିତ ସରଳା ବିର୍ଲା ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବିଏମ୍‌ଏସ୍‌ର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ନିଆଯାଇଥିବା ନିଷ୍ପତି ଆଧାରରେ ଅଗଷ୍ଟ ୧୭ ତାରିଖରେ ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଏହି ପ୍ରତିବାଦ ଆନ୍ଦୋଳନ କରାଯାଉଛି। ଏହି କ୍ରମରେ ଭଦ୍ରକ ଜିଲ୍ଲାରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଏମ୍‌ଏସ୍ ପକ୍ଷରୁ ପ୍ରତିବାଦ ସଭା ଆୟୋଜନ କରାଯାଇଛି। ସଭାରେ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ ଆଲୋଚନା କରାଯିବା ସହ ୧୧ ଦଫା ଦାବି ସମ୍ବଳିତ ଦାବିପତ୍ର ଭଦ୍ରକ ଜିଲ୍ଲାପାଳଙ୍କ ମାଧ୍ୟମରେ ଭାରତ ସରକାରଙ୍କ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ଓଡ଼ିଶା ସରକାରଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ। ଏହି ପ୍ରତିବାଦ ସଭାରେ ଜିଲ୍ଲା ସଭାପତି ମନୋଜ କୁମାର ବଦନ୍ତରାୟ ଓ ଜିଲ୍ଲା ସମ୍ପାଦକ ପରେଶ ନାଥ ଧଳଙ୍କ ସମେତ ବିଭୁତି ଭୁଷଣ ପାଣିଗ୍ରାହୀ, କମଳାକାନ୍ତ ସାହୁ, ସଞ୍ଜୟ ନାୟକ, ନାରୀ ନେତ୍ରୀ ଲକ୍ଷ୍ମୀପ୍ରିୟା ମହାପାତ୍ର, ଅନିତା ବିଶ୍ୱାଳ, ରେଶମା ଖାତୁନ ଓ କୌଶଲ୍ୟା ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ବିଏମ୍‌ଏସ୍ ନେତୃବୃନ୍ଦ କହିଛନ୍ତି ଯେ ଶ୍ରମିକମାନଙ୍କ ନ୍ୟାୟସଙ୍ଗତ ଦାବି ଓ ଅଧିକାର ପାଇଁ ସଂଗଠନ ଆଗାମୀ ଦିନରେ ମଧ୍ୟ ନିରନ୍ତର ଭାବେ ଆନ୍ଦୋଳନ ଜାରି ରଖିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.