Home ଜିଲ୍ଲା ପରିକ୍ରମା ଭଦ୍ରକରେ ଖୋଲିଲା ଅରୁନ୍ଧତୀ ଜୁଏଲର୍ସର ୧୧ ତମ ଅତ୍ୟାଧୁନିକ ଅଳଙ୍କାର ସୋ ରୁମ, ବଲିଉଡ଼ର ଅର୍ଚ୍ଚିତା...

ଭଦ୍ରକରେ ଖୋଲିଲା ଅରୁନ୍ଧତୀ ଜୁଏଲର୍ସର ୧୧ ତମ ଅତ୍ୟାଧୁନିକ ଅଳଙ୍କାର ସୋ ରୁମ, ବଲିଉଡ଼ର ଅର୍ଚ୍ଚିତା ସାହୁ ଓ ଶିବାନୀ ସଂଗୀତାଙ୍କ ଦ୍ୱାରା ଉଦ୍‌ଘାଟିତ

1

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର କେନ୍ଦ୍ରସ୍ଥଳ ଚାନ୍ଦବାଲି ବାଇପାସ ଛପୁଲିଆ ଠାରେ ଆଜି ଅରୁନ୍ଧତୀ ଜୁଏଲର୍ସର ୧୧ ତମ ଅତ୍ୟାଧୁନିକ ଅଳଙ୍କାର ସୋ ରୁମ ଜୁଏଲର୍ସର ବ୍ରାଣ୍ଡ ଆମ୍ବାସେଡର ତଥା ବଲିଉଡ଼ର ଅର୍ଚିତା ସାହୁ ଓ ଶିବାନୀ ସଂଗୀତାଙ୍କ ଦ୍ୱାରା ଉଦଘାଟିତ ହୋଇଛି। ଅରୁନ୍ଧତୀ ଜୁଏଲାର୍ସ ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦେଶକ ବ୍ରହ୍ମାନନ୍ଦ ମେହେର ଓ ଭଦ୍ରକର ବହୁ ମାନ୍ୟଗଣ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ଶୁଭ ଉଦଘାଟନ ସମାରୋହ ସଂମ୍ପର୍ଣ ହୋଇଛି।ବ୍ରହ୍ମାନନ୍ଦ ମେହେର ନିଜର ଭାବପୂର୍ଣ୍ଣ ବକ୍ତ୍ୟବରେ ମତବ୍ୟକ୍ତି କରି କହିଛନ୍ତି ଯେ, ୨୬ ବର୍ଷ ଧରି ତାଙ୍କ ସହ ରହିଥିବା କୋଟିଏରୁ ଉର୍ଦ୍ଧ ଗ୍ରାହକ ଆମ ପରିବାରର ଏକ ଅଂଶ। ତାଙ୍କର ଏହି ଯାତ୍ରାର ସବୁଠାରୁ ବଡ଼ ପୁଞ୍ଜି ହେଉଛି ଗ୍ରାହକଙ୍କ ଭରସା। ଆଜି ଭଦ୍ରକର ଇଷ୍ଟଦେବୀ ମା’ ଭଦ୍ରକାଳୀ ଏବଂ ବାବା ଆଖଣ୍ଡଳମଣିଙ୍କ ଅପାର କରୁଣା ଓ ପବିତ୍ର ଆଶୀର୍ବାଦକୁ ନେଇ ଭଦ୍ରକରେ ଏହି ନୂଆ ଷ୍ଟୋର୍ ଆରମ୍ଭ କରିବା ଆମ ପାଇଁ କେବଳ ବ୍ୟବସାୟ ବିସ୍ତାର ନୁହେଁ; ଏହା ଆମର ୨୬ ବର୍ଷର ଭରସାର ଯାତ୍ରାକୁ ଏକ ନୂଆ ସହରରେ ନେଇଯିବାର ଅବସର।ସେଥିପାଇଁ ପ୍ରତ୍ୟେକ ଗ୍ରାହକଙ୍କ ଆବଶ୍ୟକତା ଓ ଭରସାକୁ ତାଙ୍କର ଏହି ପ୍ରତିଷ୍ଠାନ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛି । ଭଦ୍ରକବାସୀଙ୍କୁ ମଧ୍ୟ ଆମର ଏହି ଦୀର୍ଘ ବର୍ଷର ଅନୁଭବ, ସେବା ଓ ଭରସାର ପରମ୍ପରା ସହ ଯୋଡ଼ିବା ତାଙ୍କର ଲକ୍ଷ୍ୟ। ଯେଉଁ ଭରସା ଆଜି ଓଡ଼ିଶାର ପ୍ରମୁଖ ଦଶଟି ସହରରେ କୋଟିଏରୁ ଉର୍ଦ୍ଧ ଗ୍ରାହକ ବନ୍ଧୁ ଅରୁନ୍ଧତୀ ଉପରେ ଅତୁଟ ବିଶ୍ୱାସ ରଖି ଅରୁନ୍ଧତୀକୁ ଓଡ଼ିଶାର ନିଜସ୍ୱ ସର୍ବଶ୍ରେଷ୍ଠ ଓ ସର୍ବବୃହତ ଜୁଏଲାରୀ ବ୍ରାଣ୍ଡର ମାନ୍ୟତା ଦେଇଛନ୍ତି।ତାହାକୁ ଆହୁରି ମଜବୁତ କରିବା ସହ ଭଦ୍ରକବାସୀଙ୍କୁ ଉତ୍କୃଷ୍ଟ ଅଳଙ୍କାର, ସ୍ୱଚ୍ଛ ବ୍ୟବସାୟ ଓ ଉତମ ସେବା ପ୍ରଦାନ କରିବା ପାଇଁ ତାଙ୍କ ପ୍ରତିଷ୍ଠାନ ସଂକଳ୍ପବଦ୍ଧ । ଭଦ୍ରକବାସୀଙ୍କ ପାଇଁ ଏହି ଶୁଭାରମ୍ଭକୁ ଏକ ସ୍ମରଣୀୟ ମୁହୂର୍ତରେ ପରିଣତ କରିବା ପାଇଁ ଅରୁନ୍ଧତୀ ତରଫରୁ ଆଜିର ଏହି ‘ଗ୍ରାଣ୍ଡ୍ ଉଦ୍‌ଘାଟନୀ ଅବସରରେ ଏକ ଅଫର ଘୋଷଣା କରାଯାଇଛି। ପ୍ରତ୍ୟେକ ସୁନା, ହୀରା ଏବଂ ରୂପା ଗହଣାର ଗଢ଼ା ମଜୁରୀ ଉପରେ ଫ୍ଲାଟ୍ ୫୦% ର ବିଶାଳ ରିହାତି ରହିଛି। ମନପସନ୍ଦର ଅଳଙ୍କାର କ୍ରୟ ସହିତ ସମସ୍ତଙ୍କୁ ମିଳିବ ୮୦ ଜଣ ଭାଗ୍ୟଶାଳୀ ବିଜେତାଙ୍କ ମଧ୍ୟରେ “ଲକ୍ଷପତି’ ହେବାର ଏକ ସୁବର୍ଣ୍ଣ ସୁଯୋଗ।ଏହା ସହିତ ପ୍ରତ୍ୟେକ ଅଳଙ୍କାର କ୍ରୟ ଉପରେ ସୁନିଶ୍ଚିତ ଆକର୍ଷଣୀୟ ଇନାଗୁରାଲ ଉପହାର ମଧ୍ୟ ଦିଆଯାଇଛି । ଆଗକୁ ବାଲେଶ୍ୱର ଓ ପଡୋଶୀ ରାଜ୍ୟ କୋଲକାତାରେ ମଧ୍ୟ ଅରୁନ୍ଧତୀର ନୂତନ ଶାଖା ଖୋଲିବାକୁ ଯାଉଛି ବୋଲି ସେ କହିଛନ୍ତି।ଏବଂ ଏ ଦିଗରେ ଭଦ୍ରକ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.