Home ଜିଲ୍ଲା ପରିକ୍ରମା ଭଦ୍ରକରେ କିନ୍ନରଙ୍କ ଇଷ୍ଟଦେବୀ ବହୁଚରା ମାତା ବା ମୃଗୀମାତା ପୂଜା ଅନୁଷ୍ଠିତ

ଭଦ୍ରକରେ କିନ୍ନରଙ୍କ ଇଷ୍ଟଦେବୀ ବହୁଚରା ମାତା ବା ମୃଗୀମାତା ପୂଜା ଅନୁଷ୍ଠିତ

69

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା ନବଜୀବନ କିନ୍ନର ସଂଘ ପକ୍ଷରୁ ଜିଲା ସଭାପତି ଶ୍ରାବଣୀ କିନ୍ନରଙ୍କ ତତ୍ତ୍ୱାବଧାନରେ ନୂଆ ବସ୍‌ଷ୍ଟାଣ୍ଡ ପରିସରରେ ଏହି ବହୁଚାରା ମାତା ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜାରେ ବିଭିନ୍ନ ଜିଲା ସହିତ ରାଜ୍ୟ ବାହାରୁ ମଧ୍ୟ କିନ୍ନର ଗୁରୁମାନେ ଯୋଗ ଦେଇଛନ୍ତି। ମୁର୍ଗିମାତାଙ୍କ ପୂଜା ପରେ ସମସ୍ତେ ଏକାଠି ହୋଇ ନାଚଗୀତ କରି ଖୁସି ମନାଇଥାନ୍ତି। ଏହି ପୂଜାରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକର ଯୁବ ସଂଗଠକ ତଥା ସମାଜସେବୀ ସିତାଂଶୁ ଶେଖର ମହାପାତ୍ର ପହଞ୍ôଚ ଆଶୀର୍ବାଦ ଲାଭ କରିଛନ୍ତି। କିନ୍ନର ମାନଙ୍କ ପକ୍ଷରୁ ରାଜ୍ୟ ସଭାପତି ସ୍ୱିଟି ସାହୁ, ଚମ୍ପା ନାୟକ, ଲକ୍ଷ୍ମୀ, ସନମ୍‌, ମମତା, ଶ୍ରୀୟା, ଚିନୁ, ଅନନ୍ୟା, ନୈନା, ପିୟୁ, ଐଶ୍ୱର୍ଯ୍ୟା, ପ୍ରତିମା, ନିହାରିକା, ଆର୍ଚି ପ୍ରମୁଖ ଉପସ୍ଥିତ ରହି ଏହି ପୂଜାକୁ ସଫଳ କରାଇଥିଲେ।

ଏଠାରେ ସୂଚନାଯୋଗ୍ୟ କିନ୍ନର ଶବ୍ଦଟିକୁ ଶୁଣିଲେ କିଛି ଲୋକ ଘୃଣା ନଜରରେ ଦେଖିଥାନ୍ତି। ପେଟ ପୋଷିବା ପାଇଁ ଶୁଭକର୍ମରେ ନାଚଗୀତ କରିବା ସହିତ ଟ୍ରେନ୍‌ରେ ଭିକ୍ଷା ବୃତ୍ତି କରି ଯାହା ମିଳିଥାଏ ସେଥିରେ ପେଟ ପୋଷିଥାନ୍ତି। ସେଥିପାଇଁ କିନ୍ନରଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଟ୍ରାନ୍ସଜେଣ୍ଡର ଭାବେ ମାନ୍ୟତା ଦେଇଛନ୍ତି ସରକାର। କିନ୍ନରଙ୍କ ଇଷ୍ଟଦେବୀ ମାଁ ବହୁଚରା ମାତା ବା ମୁର୍ଗି ମାତା। ତାଙ୍କ ପୂଜା ବିଳମ୍ବିିତ ରାତିରେ ହୋଇଥାଏ। କୌଣସି ପୁରୁଷ ଏହି ପୂଜାକୁ ଦେଖନ୍ତି ନାହିଁ। ମୁର୍ଗିମାତାଙ୍କର ପୂଜାର୍ଚ୍ଚନାରେ ମୁଖ୍ୟତଃ ହଳଦିକୁ ସ୍ୱତନ୍ତ୍ର ଭାବେ ବ୍ୟବହାର କରାଯାଇଥାଏ। ତା ସହିତ ପୂଜାରେ କଉଡି, ଲେମ୍ବୁ, ଗୁଆ, ଲିମ୍ବପତ୍ର, ଖଇ ସହ ସମସ୍ତ ପ୍ରକାର ଫଳରେ ଆରାଧନା କରାଯାଏ। ଏହି ପୂଜା କଲେ କିନ୍ନରମାନେ ବସବାସ କରୁଥିବା ଅଂଚଳର ମଙ୍ଗଳ ହେବା ସହିତ ସେମାନଙ୍କ ଉପରେ ଥିବା ଦୁଃଖ ଦୂର ହେବା ସହିତ ଖରାପ ଶକ୍ତିରୁ ରକ୍ଷା ମିଳେ ବୋଲି ବିଶ୍ୱାସ ରହିଛି। ତେବେ ଏହି ବ୍ରତ ୫ ବର୍ଷ କିମ୍ବା ଅଧିକ ବର୍ଷ ମଧ୍ୟ ରଖିଥାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.