Home ଜିଲ୍ଲା ପରିକ୍ରମା ଭଦ୍ରକରୁ ପୁରୀ ମେମୁ ଟ୍ରେନ ପୁନଃ ପ୍ରଚଳନ ପାଇଁ ଦାବି, ରେଳବାଇ କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବ...

ଭଦ୍ରକରୁ ପୁରୀ ମେମୁ ଟ୍ରେନ ପୁନଃ ପ୍ରଚଳନ ପାଇଁ ଦାବି, ରେଳବାଇ କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବ ପାଇଁ ଭଦ୍ରକ ଜନସାଧାରଣଙ୍କ ମଧ୍ୟରେ ନୈରାଶ୍ୟ

47

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାରେ ଅନୁସୂଚିତ ଜାତି ଓ ସଂଖ୍ୟାଲଘୁ ମାନଙ୍କ ସଂଖ୍ୟା ସର୍ବାଧିକ ଓ ଆର୍ôଥକ ମାନଦଣ୍ଡ ନିମ୍ନରେ ଅଧିକ ଲୋକ ବାସ କରନ୍ତି। ୧୯୭୭ ମସିହାରୁ ଭଦ୍ରକରୁ ଖୋର୍ଦ୍ଧା ଓ ପରବର୍ତ୍ତୀ ସମୟରେ ଭଦ୍ରକରୁ ଭୁବନେଶ୍ୱର ଡିଏମ୍‌ୟୁ ଚଳାଚଳ କରୁଥିଲେ ମଧ୍ୟ କୌଣସି କାରଣ ନ ଦର୍ଶାଇ ରେଳବାଇ କର୍ତ୍ତୃପକ୍ଷ କରୋନା ସମୟରେ ସେହି ଟ୍ରେନକୁ ବାଲେଶ୍ୱରରୁ ଭୁବନେଶ୍ୱରକୁ ଚଳାଚଳ କରିଛନ୍ତି। ଯାହା ଫଳରେ ସାଧାରଣ ଗରିବ ଖଟିଖିଆ, ଛାତ୍ରଛାତ୍ରୀ, ଅଫିସ କର୍ମଚାରୀ, ବୟସ୍କ ଲୋକ, ରୋଗୀ, ମହିଳା ଟ୍ରେନରେ ବସିବାକୁ ସିଟ୍ ନ ପାଇ ଅତ୍ୟନ୍ତ ଦୟନୀୟ ଅବସ୍ଥାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଜନସାଧାରଣଙ୍କ ତରଫରୁ ଆନ୍ଦୋଳନ ଓ ରେଳରୋକୋ ୭ ଜୁନ ୨୦୨୨ ମସିହା ଠାରୁ ଆରମ୍ଭ ହୋଇଥିଲା। ସମାଜସେବୀ ଅମର ପାଣିଗ୍ରାହୀଙ୍କ ନେତୃତ୍ୱରେ ଶିଶିର ମିଶ୍ର, କୈଳାସ ମହାପାତ୍ର ଓ ବିଶ୍ୱନାଥ ଅଗ୍ରୱାଲ ଡିଭିଜନ ଅଫିସରେ ଆଲୋଚନା କରିଥିଲେ। ଅଧିକ ୪ଟି ବଗି ସଂଯୁକ୍ତ କରିବାକୁ ନିଷ୍ପତି ହେଲା ଓ ଭଦ୍ରକରୁ ପୁରୀ ମେମୁ ଟ୍ରେନ ଚାଲିବାକୁ ପ୍ରସ୍ତାବ ଦିଆଗଲା। ଭଦ୍ରକର ଜନସାଧାରଣଙ୍କ ତରଫରୁ ପ୍ରତିମାସ ମଧ୍ୟ ଟ୍ରେନ ରୋକୋ ଲାଗୁ ରହିଥିଲା। ଯାହା ଫଳରେ ଭଦ୍ରକରୁ ପୁରୀ ମେମୁ ଟ୍ରେନ ଚାଲିବାକୁ ରେଳବାଇ ବିଜ୍ଞପ୍ତି ପ୍ରକାଶ ପାଇଲା। ମାତ୍ର ଅତିବ ଦୁଃଖ ଓ ପରିତାପର ବିଷୟ କୌଣସି କାରଣ ନଥାଇ ସେହି ଟ୍ରେନଟି ଜଳେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଚାଲିଲା ମାତ୍ର ୮ଟି ବଗିକୁ ନେଇ।

ମାତ୍ର ଅତ୍ୟନ୍ତ ଦୁଃଖର ବିଷୟ ଏହିକି ଟ୍ରେନରେ ଛିଡ଼ା ହେବାକୁ ଭଦ୍ରକ ଲୋକଙ୍କ ପାଇଁ ସ୍ଥାନ ନାହିଁ। ଯାହା ଫଳରେ ଯେଉଁ ତିମିରେକୁ ସେହି ତିମିରେ। ତେଣୁ ଭଦ୍ରକ ଜନସାଧାରଣ ଓ ଭଦ୍ରକ ସର୍ବୋଦୟ ମଣ୍ଡଳର କର୍ମକର୍ତ୍ତାମାନେ ପୁନଶ୍ଚ ରେଳବାଇ ମ୍ୟାନେଜର, ଭଦ୍ରକଙ୍କୁ ଗତ ତା୪ା୨ା୨୦୨୩ରିଖରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ତତ୍‌ସଙ୍ଗେ ସଙ୍ଗେ ମାନ୍ୟବର ବିଧାୟକ ଧାମନଗର ସୂର୍ଯ୍ୟବଂଶୀ ସୂରଜଙ୍କୁ ତାଙ୍କ ବାସଭବନରେ ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ଭଦ୍ରକରୁ ପୁରୀ ଏକ ମେମୁ ଟ୍ରେନ ପ୍ରଚଳନ କରିବାକୁ ଅନୁରୋଧ କରାଯାଇଛି। ତତ୍ ସଙ୍ଗେସଙ୍ଗେ ବାଲେଶ୍ୱର ଭୁବନେଶ୍ୱର ମେମୁ ଟ୍ରେନ ଓ ଜଳେଶ୍ୱର ପୁରୀ ମେମୁ ଟ୍ରେନରେ ଅଧିକ ୫ଟି ଲେଖାଏଁ ବଗି ସଂଯୁକ୍ତ କରାଗଲେ ଜନସାଧାରଣ ବସିବାକୁ ସ୍ଥାନ ପାଇ ପାରିବେ। ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳ ସଭାପତି ଅମର କୁମାର ପାଣିଗ୍ରାହୀ, ପୂର୍ବତନ ଶିକ୍ଷାଧିକାରୀ ଗୟାଧର ପଣ୍ଡା, ରୋଟାରିୟାନ ଶିଶିର ମିଶ୍ର, ଦେବୀକିଙ୍କର ପାଣିଗ୍ରାହୀ, ରମେଶ ଯେନା, ରମେଶ ଦାସ, ଯତିନ୍ଦ୍ର ଦାସ, ଭବାନୀଶଙ୍କର ନାୟକ, ନାରାୟଣ ପାଢୀ ଶତାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ଓ ଏକ ମେମୁ ଟ୍ରେନ ଯଥାଶୀଘ୍ର ଭଦ୍ରକରୁ ପୁରୀ ଯଦି ଖୁବ୍ ଶୀଘ୍ର ଚଳାଚଳ ନ ହୁଏ ତେବେ ଜନସାଧାରଣଙ୍କର ଅଶାନ୍ତିର ବିସ୍ଫୋରଣ ଘଟିପାରେ। ମାନ୍ୟବର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଡିଭିଜନାଲ ରେଲୱେ ମ୍ୟାନେଜର ଖୋର୍ଦ୍ଧାଙ୍କୁ ଡାକ ଓ ମେଲ ଯୋଗେ ଆଜି ଏହି ସମସ୍ୟାର ଆଶୁ ସମାଧାନ ପାଇଁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.