Home ଜିଲ୍ଲା ପରିକ୍ରମା ଭଦ୍ରକରେ ଓୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ସାମ୍ୱାଦିକଙ୍କ ବିନା ଇତିହାସ ଅଧୁରା : ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକରେ ଓୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ସାମ୍ୱାଦିକଙ୍କ ବିନା ଇତିହାସ ଅଧୁରା : ସୂର୍ଯ୍ୟବଂଶୀ ସୁରଜ

1

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସାମ୍ୱାଦିକ ୟୁନିଅନ (ଓୟୁଜେ)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ନରେନ୍ଦ୍ର ରୟାଲ୍ସ ଭଦ୍ରକ ଠାରେ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ଏହି ଭବ୍ୟ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମର ଆୟୋଜକ ଭଦ୍ରକ ଜିଲ୍ଳା ସାମ୍ୱାଦିକ ୟୁନିଅନ (ବିୟୁଜେ) ର ବାର୍ଷିକ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ଉଚ୍ଚଶିକ୍ଷା କ୍ରୀଡ଼ା ଓ ଯୁବସେବା ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟିଆରପି ଯୁଗରେ ଗଠନ ମୂଳକ ସମ୍ବାଦ ପ୍ରଭାବିତ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ବିଶେଷ ଅତିଥି ଓ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ସନସାଇନ ହସ୍ପିଟାଲ ଭୁବନେଶ୍ୱରର ନିର୍ଦ୍ଦେଶକ ଅୟସକାନ୍ତି ମହାନ୍ତି ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ନିରପେକ୍ଷ ସାମ୍ୱାଦିକତା ଉପରେ ଗୁରୁତ୍ୱ ଦେଇଥିଲେ। ଭଦ୍ରକ ଜିଲ୍ଲାପାଳ ଡଃ. ଦିଲ୍ଲୀପ ରାଉତରାୟ, ଓୟୁଜେର ରାଜ୍‌ଯ ସାଧାରଣ ସମ୍ପାଦକ କିଶାନ ରାଉତ, ଭଦ୍ରକ ଜିଲ୍ଲା ସଭାପତି ପ୍ରିୟଦର୍ଶନ ବୋଇତି, ସଧାରଣ ସମ୍ପାଦକ ଜଗବନ୍ଧୁ ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକଙ୍କ ନୀତି ନୈତିକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପରେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଓୟୁଜେର ଜିଲ୍ଲା କାର୍ଯ୍ୟକାରୀ ସଭାପତି ହେମନ୍ତ ସିଂ ଅତିଥି ମଂଚ ଆବାହନ କରିଥିବା ବେଳେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ବୈକୁଣ୍ଠନାଥ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଭଦ୍ରକର ମୁଖ୍ୟ ଖବରକାଗଜ ବ୍ୟବସାୟୀ ତଥା ନଲେଜ ସେଂଟର ର ପରିଚାଳକ ଶେଖ ଆସିଫ ଅଲି ନିଜେ ଜୀବନରେ ଚାକିରୀ ନ କରି ୪୦ ବର୍ଷ ଧରି ୧୦୦ ରୁ ଉର୍ଦ୍ଧ ଏକ ହକର ପରିବାର ଗଠନ କରିଥିଲେ ଏବଂ ସମସ୍ତ ହକରଙ୍କୁ ନିଯୁକ୍ତି ଦେଇ ସମସ୍ତ ଖବରକାଗଜ କୁ ଭଦ୍ରକ ବର୍ଗରେ ସଫଳତା ସହ ଜନ କଲ୍ୟାଣ ଦିଗରେ ନିଜର ଦକ୍ଷତା ପ୍ରତିପାଦନ କରିଥିବାରୁ ତାଙ୍କୁ ଓୟୁଜେ ପରିବାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ପରିପ୍ରେକ୍ଷୀ ରେ ସକାଳ ୭ ଘଟିକା ଠାରୁ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସଂଚାଳନରେ ଓୟୁଜେର ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ସମସ୍ତ ୩୦ ଜିଲ୍ଲା ସହ ଭୁବନେଶ୍ୱରର ସାଙ୍ଗଠନିକ ସଭାପତି ଓ ସଧାରଣ ସମ୍ପାଦକ ମାନେ ସେମାନଙ୍କ ସଂଘୀୟ ବିକାଶ ଓ ଅବଶ୍ୟକ ପଦକ୍ଷେପ ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ସାମ୍ୱାଦିକ କୃଷ୍ଣଚନ୍ଦ୍ର ଜେନା ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.