Home ଜିଲ୍ଲା ପରିକ୍ରମା ଭଦ୍ରକରେ ଓଡ଼ିଆ ପରମ୍ପରାର କାର୍ତ୍ତିକ ପୂର୍ଣ୍ଣିମା : ବୋଇତ ବନ୍ଦାଣ ଉତ୍ସବ ଆଗରେ ବଳିପଡିଲା ସରକାରଙ୍କ...

ଭଦ୍ରକରେ ଓଡ଼ିଆ ପରମ୍ପରାର କାର୍ତ୍ତିକ ପୂର୍ଣ୍ଣିମା : ବୋଇତ ବନ୍ଦାଣ ଉତ୍ସବ ଆଗରେ ବଳିପଡିଲା ସରକାରଙ୍କ ୧୪୪ ଧାରା

109

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ପବିତ୍ର କାର୍ତ୍ତିକ ମାସ ପଂଚୁକ ବ୍ରତ। ବୋଇତ ବନ୍ଦାଣ ଉତ୍ସବ ପାଇଁ ବିଭିନ୍ନ ନଦୀଘାଟ ଓ ଶିବ ମନ୍ଦିର ମାନଙ୍କରେ ଭଦ୍ରକ ପ୍ରଶାସନର ସାର୍କ କୋଭିଡ୍‌୨ ସଂକ୍ରମଣ ଜନିତ କଟକଣାକୁ ଜିଲାବାସୀ ଆଜି ଫୁ ରେ ଉଡାଇ ଦେଇଛନ୍ତି। ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ଏ ଦିଗରେ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ଭଦ୍ରକ ଜିଲାର ଜନସାଧାରଣଙ୍କ ଜୀବନ, ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପାଇଁ ଏହି ଜିଲାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଳନ ନେଇ ଜିଲା ପ୍ରଶାସନ ଦ୍ୱାରା କଟକଣା ଜାରି କରାଯାଇଛି ସତ, ହେଲେ କେହି ବି ଜଣେ ଓଡ଼ିଆ, ବୋଇତ ଯୁଗର ସାଧବ ପୁଅକୁ ଭୁଲି ପାରିନାହାଁନ୍ତି। ତେବେ ଉପଜିଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ ମନୋଜ କୁମାର ପାତ୍ରଙ୍କ ଦ୍ୱାରା ଜିଲାର ପ୍ରମୁଖ ଶିବ ମନ୍ଦିର ବେଢା ମାନଙ୍କରେ ୧୪୪ ଧାରା ଜାରି କରାଯାଇଛି। ଆଖଣ୍ଡଳେଶ୍ୱର ମହାଦେବ, ଆରଡି, ଧାମରାଇ ମନ୍ଦିର, ଧାମରା, କାଳୀ ମନ୍ଦିର, ଚାନ୍ଦବାଲି, ମା’ ଭଦ୍ରକାଳୀ ମନ୍ଦିର ଆହାରପଦା, ଭଦ୍ରକ ଲୋକନାଥ ମନ୍ଦିର, ଭଦ୍ରକ, ବଙ୍କବାସୁଳୀ ମନ୍ଦିର, ଭଦ୍ରକ ପଞ୍ଚମୁଖୀ ହନୁମାନ ମନ୍ଦିର, ଶାହାପୁର, ଶନି ମନ୍ଦିର ଏବଂ ଶିବ ମନ୍ଦିର, ରାଜଘାଟ, ବିରଞ୍ôଚ ନାରାୟଣ ମନ୍ଦିର, ପାଳିଆବିନ୍ଧା, ତିହିଡି ଏବଂ ଶାସ୍ତ୍ରୀ ନଦୀଘାଟ, ଚାନ୍ଦବାଲି, ସାଳନ୍ଦୀ ନଦୀଘାଟ, ନୂଆଘାଟ ଆରଡି ଏବଂ ଭଦ୍ରକ ରାଜସ୍ୱ ଉପଖଣ୍ଡ ଜିଲାର ଆଧ୍ୟାତ୍ମିକ ପୂଜାସ୍ଥାନ (ମନ୍ଦିର) ଏବଂ ନଦୀଘାଟ ପାଇଁ କଟକଣା ଜାରି ହୋଇଛି। ଜିଲାର ସମସ୍ତ ଆଇଆଇସି ଏବଂ ଓଆଇସିମାନଙ୍କୁ ମଧ୍ୟ ସେମାନଙ୍କ ଥାନା ସୀମା ଭିତରେ ଆସୁଥିବା ଅଂଚଳର ସମସ୍ତ ମନ୍ଦିର, ଘାଟ ଓ ପୂଜାସ୍ଥଳୀ ମାନଙ୍କରେ ଉପରୋକ୍ତ କଟକଣାକୁ କାର୍ଯ୍ୟକାରୀ କରିବା ସହିତ ଆଇନ୍ ଶୃଙ୍ଖଳା ରକ୍ଷା କରିବାକୁ ଆଦେଶ ଦିଆଯାଇଛି ସତ, କିନ୍ତୁ ପରମ୍ପରା ଆଗରେ ସବୁ ହାର ମାନିଛି। ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ନଦୀ ଓ ପୋଖରୀ ଘାଟରେ ‘ଆ.କା.ମା. ବୈ’ ର ଶ୍ୱର ଶୁଣିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.