Home ଜିଲ୍ଲା ପରିକ୍ରମା ଭଦ୍ରକରେ ଏସ୍‌.ଆଇ.ଆର ସଚେତନତା ରଥର ଶୁଭାରମ୍ଭ

ଭଦ୍ରକରେ ଏସ୍‌.ଆଇ.ଆର ସଚେତନତା ରଥର ଶୁଭାରମ୍ଭ

1

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ବାଚନ କମିଶନଙ୍କ ଦ୍ୱାରା ଚାଲୁଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ମଧ୍ୟରେ ଅଧିକ ବ୍ୟାପକ ଭାବେ ପହଂଚାଇବା ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲାରେ ଏସ୍‌ଆଇଆର ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଡଃ ଦିଲୀପ ରାଉତରାଏ ଓ ଭଦ୍ରକ ବ୍ଳକ ଅଧ୍ୟକ୍ଷା ଉର୍ମିଳା ନାୟକ ସବୁଜ ପତାକା ପ୍ରଦର୍ଶନ କରି ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ୍‌, ପଂଚାୟତ ଓ ସହରାଂଚଳ ପରିଭ୍ରମଣ କରି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ ଦତ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଧନେଇ ଚରଣ ଟୁଡୁ, ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆ, ଭଦ୍ରକ ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ନାଗରିକମାନଙ୍କୁ ଏସ୍‌ଆଇଆର ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବା, ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଏନ୍ୟୁମେରେସନ୍ ଫର୍ମ ପୂରଣ କରି ଦାଖଲ କରିବା ପାଇଁ ଆହ୍ୱାନ କରାଯାଇଛି। ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଏସଆଇଆର-୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ଈଖଙ ମାନେ ଘରକୁ ଘର ଯାଇ ଭୋଟରମାନଙ୍କୁ ଏନ୍ୟୁମେରେସନ୍ ଫର୍ମ ବଂଟନ ଓ ସଂଗ୍ରହ କରୁଛନ୍ତି। ଏହି ପ୍ରକ୍ରିୟା ମାଧ୍ୟମରେ ଭୋଟର ତାଲିକାକୁ ଅଧିକ ସଠିକ୍‌, ନିର୍ଭୁଲ ଓ ଅଦ୍ୟତନ କରାଯିବ। ଏସଆଇଆର ସଚେତନତା ରଥ ଜରିଆରେ ଭୋଟରମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ସହ ସର୍ବାଧିକ ଜନସହଭାଗିତା ନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନ ଆଶା ପ୍ରକାଶ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.