Home ଜିଲ୍ଲା ପରିକ୍ରମା ଭଙ୍ଗା ଦଦରା ଅବସ୍ଥାରେ ଖଡିଆଳ ଉଠା ଜଳସେଚନ ବିଭାଗ କାର୍ଯ୍ୟାଳୟ

ଭଙ୍ଗା ଦଦରା ଅବସ୍ଥାରେ ଖଡିଆଳ ଉଠା ଜଳସେଚନ ବିଭାଗ କାର୍ଯ୍ୟାଳୟ

196

ଖଡିଆଳ/ନୂଆପଡା-୦୩.୦୬.୧୯(ଓଡିଆପୁଅ /ସୁଜିତ କୁମାର ପ୍ରଧାନ) ରାଜ୍ୟ ସରକାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ନୁତନ ଗୃହ ମାନ ନିର୍ମାଣ କରି ସୈାନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଚାଳିଛନ୍ତି। ବର୍ତମାନ ରାଜ୍ୟରେ ସମସ୍ତ ବିଭାଗ ର ନୁତନ ସରକାରୀ କାର୍ଯ୍ୟାଳୟ ଗୃହ ମାନ ବହୁ କାଂଶ ରେ ନିର୍ମାଣ ହୋଇ ସାରିଥିବା ବେଲେ ନୂଆପଡା ଜିଲ୍ଲା ଖଡିଆଳ ଠାରେ ଦିର୍ଘ ୧୯୮୦ ମସିହାରୁ କାର୍ଯ୍ୟକାରୀ ହେଉଆସୁଥିବା ଉଠା ଜଲସେଚନ ବିଭାଗ କାର୍ଯ୍ୟାଳୟ ଜରାଜିର୍ଣ୍ଣ ଅବସ୍ଥାରେ ପଡିରହିଛି। ଖଡିଆଳ ଠାରେ ପ୍ରଥମ କରି ଉଠାଜଳସେଚନ କାର୍ଯ୍ୟାଳୟ ୧୯୮୦ ମସିହାରେ ସ୍ଥାପିତ ହୋଇଥିଲା। ସେହି ବର୍ଷ ଉଠାଜଳସେଚନ କାର୍ଯ୍ୟାଳୟ ଚାଳିବା ପାଇଁ ଇଟାରେ ନିର୍ମିତ ଖପର ଘର ନିର୍ମାଣ ହୋଇଥିଲା। ଏହି କାର୍ଯ୍ୟାଳୟ ନିର୍ମାଣ ହେବାର ୩୮ ବର୍ଷ ବିତି ଗଲାଣି। ବର୍ତମାନ କାର୍ଯ୍ୟାଳୟଟି ସମ୍ପୂର୍ଣ୍ଣ ଜରାଜିର୍ଣ୍ଣ ଅବସ୍ଥାରେ ଭାଙ୍ଗିଯିବା ଅବସ୍ଥାରେ। ସହକାରୀ ଯନ୍ତ୍ରୀ ବସୁଥିବା ସ୍ଥାନରେ ଉପରୁ ପାଣି ଗଳୁଛି। ସୋମବାର ପାହାନ୍ତିଆରୁ ଖଡିଆଳରେ କାଳ ବୈଶାଖୀ ଘଡଘଡି ସହିତ ପ୍ରବଳ ବର୍ଷା ହୋଇଥିଲା। ଦେଢଘଂଟାର ବର୍ଷାରେ କାର୍ଯ୍ୟାଳୟ ରେ ଆଣ୍ଠୁଏ ପାଣି ଜମି ପଡିଥିଲା। ପୁଣି ବାହାର କାର୍ଯ୍ୟାଳୟ ବାହାରେ ୨ ଫୁଟ ପାଣି ଜମି ରହିଥିଲା। ଆକସ୍ମିକ ଦେଢ ଘଂଟାର ବର୍ଷାରେ ଯଦି ଅଫିସ କାର୍ଯ୍ୟାଳୟରେ ଆଣ୍ଠୁଏ ପାଣି ଜମୁଛି ତେବେ ଚଳିତ ବର୍ଷ ବର୍ଷାଋତୁରେ ଅଫିସ ଗୃହ ଭାଙ୍ଗିଯିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ବର୍ଷାରେ ସରକାରୀ କାଗଜାତ ଗୁଡିକ ପାଣିରେ ଭିଜିଯାଉଥିବା ଦେଖିବାକୁ ମିଲିଥିଲା। ଏବିଷୟରେ ଉଠାଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଲିଙ୍ଗରାଜ ସାମନ୍ତରାୟ ଙ୍କୁ ଯୋଗାଯୋଗ କରାଯିବାରୁ କାର୍ଯ୍ୟାଳୟ ଅବସ୍ଥା ଶୋଚନୀୟ ବୋଲି ପ୍ରକାଶ କରିଥିଲେ। ବଡବଡ ଅଫିସର ମାନେ ଚୁପପଡୁଛନ୍ତି ଆମେ କଣ କରିପାରିବୁ ବୋଲି ପ୍ରକାଶ କରିବା ସହିତ ଆମେ ବିଭାଗୀୟ ଅଧିକାରୀଙ୍କ ଏବିଷୟରେ ଲେଖି ଜଣାଇଛୁ ବୋଲି ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.