Home ଜିଲ୍ଲା ପରିକ୍ରମା ଭଙ୍ଗାଗଲା ବେଆଇନ ଇଟାଭାଟି

ଭଙ୍ଗାଗଲା ବେଆଇନ ଇଟାଭାଟି

16

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ନେରଡା ବୈତରଣୀ ନଦୀପଠାରେ ଥିବା ବେଆଇନ ଇଟାଭାଟି ଉପରେ ବୁଧବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତହସିଲଦାର ସରୋଜକାନ୍ତ ନାୟକ ପୁଲିସ ସହାୟତାରେ ଜେସିବି ମେସିନ ଦ୍ୱାରା ୭ଟି ଇଟାଭାଟି ଭାଙ୍ଗି ଦେଇଥିବା ଜଣାଯାଇଛି । ୨୭ଟି ଇଟାଭାଟି ରୁ ୩ ଲକ୍ଷ ଜରିମାନା ଆଦାୟ ହୋଇଛି ବୋଲି ତହସିଲଦାର ଶ୍ରୀ ନାୟକ ସୂଚନା ଦେଇଛନ୍ତି । କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ମଧ୍ୟ ତହସିଲଦାର ସ୍ପଷ୍ଟ କରି ଦେଇଛନ୍ତି । ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା । ଜଗନ୍ନାଥପ୍ରସାଦ ରାଜସ୍ୱ ନିରୀକ୍ଷକ ନଗେନ୍ଦ୍ର ଦାସ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ସଂପୃକ୍ତ ଅଞ୍ଚଳରେ ବ୍ୟାପକ ବେଆଇନ ଇଟାଭାଟି ଅହରହ ଗଢାଯାଉଛି । ପରିବେଶ ଓ ପରିସ୍ଥିତିକୁ ଜଳାଞ୍ଜଳୀ ଦେଇ ଡହ ଡହ ଖରାରେ ମଧ୍ୟ ଇଟାଭାଟି ପୋଡାଯାଉଛି । ଇଟାଭାଟି ଏକ ଶିଳ୍ପରେ ପରିଣତ ହୋଇଛି । ଏଥିଯୋଗୁଁ ବାଲି ଓ ମାଟି ଚୋରି ସହ ମହାଜନୀ କାରବାର ବେଶ ଲାଭଜନକ ହୋଇଛି । ଏହି ସମସ୍ତ ଇଟାଭାଟିରେ ପରିବାର ସହ ଦାଦନ ଶ୍ରମିକମାନେ ମଧ୍ୟ ଶହ ଶହ ସଂଖ୍ୟାରେ ନିୟୋଜିତ ଅଛନ୍ତି । ଏପରିକି ଅତି ଦୟନୀୟ ଭାବେ ଜୀବନ ଯାପନ କରୁଥିବା ଦାଦନ ପରିବାର ଶିଶୁମାନେ ମଧ୍ୟ ଇଟାଗଢାରେ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.