Home ଜିଲ୍ଲା ପରିକ୍ରମା ଭକ୍ତିମୟ ପରିବେଶରେ ରମ୍ଭିଳାରେ ସରିଲା ପ୍ରଭୁଙ୍କ ନାଗାର୍ଜୁନ ବେଶ

ଭକ୍ତିମୟ ପରିବେଶରେ ରମ୍ଭିଳାରେ ସରିଲା ପ୍ରଭୁଙ୍କ ନାଗାର୍ଜୁନ ବେଶ

35

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ରମ୍ଭିଳା ପଂଚାୟତର ଆଜି ଶ୍ରୀଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କର ନାଗାର୍ଜୁନ ବେଶ ଆଡମ୍ବରରେ ପାଳିତ ହୋଇଯାଇଛି । କରୋନା କଟକଣା ମଧ୍ୟରେ ସାମାଜିକ ଦୂରତା ବଜାୟ ରଖି ଆଜି ଏ ଅଂଚଳର ଭକ୍ତମାନେ ମହାପ୍ରୁଭୁଙ୍କର ଏହି ଦୁର୍ଲ୍ଲଭ ବେଶ ଉପଭୋଗ କରୁଥିବାର ଦେଖାଯାଇଥିଲା । ମନ୍ଦିର କମିଟିର ସଭାପତି ବାବୁଲାଲ ଦାସ ଓ ସମ୍ପାଦକ ପଦ୍ମଲୋଚନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥାୟୀ ପୂଜକ ସୁଧୀର ପାଣିଗ୍ରାହୀ ଆଜି ଭୋର ୫ଟା ୫ମିନିଟରେ ମହାପ୍ରଭୁଙ୍କ ମଙ୍ଗଳ ଆରତି କରିବା ପରେ ସକାଳ ୯ଟାରେ ପ୍ରଭୁ ନାଗାର୍ଜୁନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଦୀର୍ଘ ୨୬ ବର୍ଷ ପରେ ପଡୁଥିବା ଏହି ନାଗାର୍ଜୁନ ବେଶରେ ପ୍ରଭୁଙ୍କୁ ଧନୁ,ହଳ,ମୁଶଳ ଓ ଚକ୍ର ବେଶରେ ସଜ୍ଜିତ କରାଯାଇଥିଲା । ପ୍ରଭୁଙ୍କର ଏହି ନାଗା ବେଶ ଦେଖିବାକୁ ଭକ୍ତଙ୍କ ମନରେ ବେଶ ଉତ୍କଣ୍ଠାଥିବାର ଦେଖାଯାଇଥିଲା । ଏଠାରେ ସ୍ମରଣଯୋଗ୍ୟ ଯେ ଆଜକୁ ପଚାଶ ବର୍ଷ ତଳେ ରମ୍ଭିଳା ଗ୍ରାମରେ ଭାଗବତ ଟୁଙ୍ଗି ହେଉଥିବା ସ୍ଥାନରେ ୧୯୭୨ରେ ଏହି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ସେହି ଦିନ ଠାରୁ ପୁରୀର ଜଗନ୍ନାଥ ମନ୍ଦିରର ନୀତିକ୍ରାନ୍ତି ଅନୁସାରେ ଏଠାରେ ପ୍ରଭୁ ପୂଜା ପାଆନ୍ତି । ୨୦୧୫ ମସିହାରେ ପ୍ରଭୁଙ୍କର ନବକଳେବର ବେଶ ଜାକଜମକରେ ପାଳିତ ହୋଇଥିଲା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.