Home ଜିଲ୍ଲା ପରିକ୍ରମା ପୁରୀ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦର୍ଶନରେ ରୋକ , ନିଜ ଘରେ ସୋଲୋରେ ୩...

ପୁରୀ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦର୍ଶନରେ ରୋକ , ନିଜ ଘରେ ସୋଲୋରେ ୩ ଦିଅଁଙ୍କ ନାଗାର୍ଜୁନ ବେଶ ନିର୍ମାଣ କଲେ ବିଶ୍ୱମ୍ବର

32

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୁରୀରେ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦୀର୍ଘ ୨୫ ବର୍ଷ ପରେ ଅନୁଷ୍ଠିତ ହେଉଛି । ତେବେ କୋଭିଡ୍ କଟକଣା ମଧ୍ୟରେ ଏହି ବେଶ ଅନୁଷ୍ଠିତ ହୋଇଥିବାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତିନି ଠାକୁରଙ୍କ ଏଭଳି ଦୁର୍ଲ୍ଲଭ ବେଶ ଦେଖିବାରୁ ବଂଚିତ ହୋଇଛନ୍ତି । ତେଣୁ ଭକ୍ତମାନେ କିପରି ଘରେ ରହି ମହାପ୍ରଭୁଙ୍କର ଏଭଳି ବେଶ ଦେଖିପାରିବେ ସେଥିନେଇ ଏହି ବ୍ଲକ୍‌ର ଆମ୍ବରୋଳି ପଂଚାୟତର ଜଣେ ଶିକ୍ଷିତ ଯୁବକ ନିଜ ଘରେ ତିନି ଠାକୁରଙ୍କର ଏହି ଦୁର୍ଲ୍ଲଭ ବେଶକୁ ସୋଲୋ ଓ କାର୍ଡ ବୋର୍ଡ ସାହାର୍ଯ୍ୟରେ ସୁସଜ୍ଜିତ କରିଛନ୍ତି । ଫଳରେ ଦୀର୍ଘ ୨୫ ବର୍ଷ ପରେ ତିନି ଦିଅଁଙ୍କର ଏହି ଦୁର୍ଲ୍ଲଭ ବେଶ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କର ତାଙ୍କ ଘରେ ଭିଡ ଜମିଛି । ଯେହେତୁ କରୋନା ମହାମାରୀ ଯୋଗୁଁ ଚଳିତବର୍ଷ ଶ୍ରଦ୍ଧାଳୁମାନଙ୍କୁ ପୁରୀକୁ ଯିବା ପାଇଁ ବାରଣ କରାଯାଇଛି । ତେଣୁ ଭକ୍ତମାନେ କିଭଳି ଘରେ ରହି ଠାକୁରଙ୍କର ଏଭଳି ବେଶ ଦେଖିପାରିବେ ସେଥିନେଇ ଯୁବକ ବିଶ୍ୱମ୍ବର ମହାନ୍ତି ବେଶ୍ ରୀତିନୀତି ଅନୁଯାୟୀ ତିନି ଦିଅଁଙ୍କୁ ସୁସଜ୍ଜିତ କରି ଉକ୍ତ ବେଶ୍ କରିଛନ୍ତି । ଆଜି ପ୍ରାତଃରୁ ବିଶ୍ୱମ୍ବରଙ୍କ ଘରକୁ ବହୁ ଶ୍ରଦ୍ଧାଳୁଙ୍କର ଧାଡି ଲାଗିଥିବାର ଦେଖାଯାଇଛି । ବିଶ୍ୱମ୍ବର ମଧ୍ୟ ଏଭଳି ଦୃଶ୍ୟ ଦେଖି ନିଜର ଶ୍ରମ ଓ ଶ୍ରଦ୍ଧା ସାକାର ହୋଇଛି ବୋଲି ଆବେଗଭରା କଣ୍ଠରେ ଏହି ପ୍ରତିନିଧିକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.