Home ଜିଲ୍ଲା ପରିକ୍ରମା ଭକ୍ତଶୂନ୍ୟରେ ଦୁର୍ଗାପୂଜା,ମଣ୍ଡପରେ ଅଷ୍ଟମୀ ଓ ମନ୍ଦିର ପୀଠରେ ନବମୀ

ଭକ୍ତଶୂନ୍ୟରେ ଦୁର୍ଗାପୂଜା,ମଣ୍ଡପରେ ଅଷ୍ଟମୀ ଓ ମନ୍ଦିର ପୀଠରେ ନବମୀ

122

ମାଲକାନଗିରି,୨୪ ।୧୦ (ଓଡିଆ ପୁଅ ) ମହାମାରି କରୋନା ର ପାଦୃଭାବ ଦେଖା ଦେଇଥିବାରୁ ଚଳିତ ବର୍ଷ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ନିରାଆଡମ୍ବର ସହକାରେ ମା ଜଗତ ଜନନୀ ଦୁର୍ଗାଦେବୀଙ୍କ ପୂଜା ମହୋତ୍ସବ ଆରମ୍ଭ ହୋଇ ଯାଇଛି । ଆଜି ଦୁର୍ଗାମନ୍ଦିରରେ ମା ଙ୍କ ନବମୀ ପୂଜା ଓ ପୁଜା ମଣ୍ଡପରେ ମହାଅଷ୍ଟମୀ ପାଳିତ ହୋଇଛି । ପୁବ ର୍ ପରି ମା ଦୁର୍ଗାଙ୍କ ପ୍ରତି ମୁର୍ତିନିର୍ମାଣ ନହୋଇ ଅନେକ ସ୍ଥାନରେ କେବଳ ଘଟପୂଜା ହେଉଛି । ହାତ ଗଣତି କେତକ ସ୍ଥାନରେ ବିଧି ବିଧାନ ଅନୁସାରେ ଛୋଟ ମୂର୍ତିନିର୍ମାଣ କରାଯାଇ ପୂଜା ହେଉଥିଲେ ମଧ୍ୟ ସେଠାକୁ ଭକ୍ତ ମାନଙ୍କୁ ବାରଣ କରାଯାଇ ଠାକୁରଙ୍କୁ ନିବୁଜ କୋଠରୀ ମଧ୍ୟରେ ରଖା ଯାଇ କେବଳ ସାତଜଣ ପୂଜାରୀ କର୍ମକାର୍ତାଙ୍କୁ ନେଇ କୋଭିଡ ନିୟମ ପାଳନ କରି ପୂଜା ହେଉଛି । ଚଳିତ ବର୍ଷ ଭକ୍ତ ଶୂନ୍ୟରେ ମା ଦୁର୍ଗାଙ୍କ ପୂଜା ଚାଲିଛି । ବିଶେଷକରି ମାଲକାନଗିରି ଜିଲ୍ଲାସଦର ମହକୁମା ଡିଏନକେ ପଡିଆ ନିକଟରେ ଥିବା ସର୍ବାଜନିନ ଦୁର୍ଗାପୂଜା କମିଟି, ଡିଏନକେ ଛକ ପୂଜା ମଣ୍ଡପ,ସୁବାଷବୋଷ ଟାଉନକ୍ଲବ, ଦୁର୍ଗାଗୁଡିସାହି ଠାରେ ଥିବା ମା ଦୁର୍ଗାଙ୍କ ମନ୍ଦିରରେ ମାଙ୍କର ମହା ଅଷ୍ଟମୀ ଓ ନବମୀ ପୂଜା ଆରମ୍ଭ ହୋଇଛି । ଜିଲ୍ଲାପୁଲିସ ଦୁର୍ଗାମେଢ ରେ ମା ଙ୍କ ପ୍ରତି ମୂର୍ତିନିର୍ମାଣ ନହୋଇ କେବଳ ଘଟସ୍ଥାପନ କରାଯାଇ ଅଷ୍ଟମୀ ଓ ନବମୀ ପୂଜା ହୋଇଛି । ମହିଳା କନେଷ୍ଟବଳ ମାନେ ପୂଜାମଣ୍ଡପ ନିକଟରେ ସୁନ୍ଦର ଭାବେ ଝୋଟି, ମରୂଜୁ, ରଙ୍ଗୋଲିରେ ଫୁଲ ପକାଇଛନ୍ତି । ଚଳିତ ବର୍ଷ ମା ଦୁର୍ଗାଙ୍କ ଦର୍ଶନ କିମ୍ବା ଭୋଗ କରିପାରିନଥିବାରୁ ଭକ୍ତମାନେ ନିରୁତ୍ସାହିତ ହୋଇପଡିଛନ୍ତି । ଦୁର୍ଗା ମଣ୍ଡପ ଗୁଡିକ ଭକ୍ତ ଓ ଜନଶୂନ୍ୟ ହୋଇପଡିଥିବହାର ଦେଖା ଦେଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.