Home ଜିଲ୍ଲା ପରିକ୍ରମା ଅବକାରୀ ବିଭାଗର ଚଢଉ,୫ଶହ ଲିଟର ମଦ ଓ ୧୬୦୦କେଜି ମହୁଲ ପୋଚ ଜବତ

ଅବକାରୀ ବିଭାଗର ଚଢଉ,୫ଶହ ଲିଟର ମଦ ଓ ୧୬୦୦କେଜି ମହୁଲ ପୋଚ ଜବତ

32

ମାଲକାନଗିରି,୨୪ା୧୦(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହା ର ସୁଯୋଗ ନେଇ କିଛି ଚୋରା ମଦ ବେପାରି ବେଆଇନ ଭାବେ ଦେଶି ମଦ ରାନ୍ଧୁଥିବା ବେଳେ ୫୦୦ଲିଟର ମଦ,୧୬୦୦ କେଜି ମହୁଲ ପୋଚ ଅବକାରୀ ବିଭାଗ ଜବତ କରିଛି । ଜିଲ୍ଲାଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠଙ୍କ ନିର୍ଦ୍ଦେଶ କ୍ରମେ ଅବକାରି ଥାନା ଅଧିକାରୀ ଏଚ.ଜଗାରାଓ ପ୍ରମୁଖ ବାଲିମେଳା ଓ ମାଥିଲି ଅବକାରୀ ବିଭାଗ କର୍ମାଚାରୀ ଚିତ୍ରକୋଣ୍ଡା ଥାନା ପକ୍ଷରୁ ବାଲିମେଳା ଓ ଚିତ୍ରକୋଣ୍ଡା ଦୁର୍ଗମ ଅଚଂଳ ରେ ଚଢଉ କରି ମଦ ରାନ୍ଧୁଥିବା ସାମଗ୍ରୀ ସହ ଦେଶି ମଦ ଓ ମହୁଲ ପୋଚ ଜବତ କରିବାରେ ସଫଳ ହୋଇଛନ୍ତି । କରୋନା ସମୟରେ ଚିତ୍ରକୋଣ୍ଡା ଥାନା ଓ ବାଲିମେଳା ଅଚଂଳର କିଛି ଚୋରା ମଦବେପାରି ମଦ ରନ୍ଧି ବାହରକୁ ଚାଲାଣ କରୁଥିବାର ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଡଉ କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.