Home ଅପରାଧ ଯୁବତୀଙ୍କ ଅସ୍ମିଳ ଭିଡିଓ ଭାଇରଲ ଅଭିଯୋଗରେ ଯୁବକ ଗିରଫ

ଯୁବତୀଙ୍କ ଅସ୍ମିଳ ଭିଡିଓ ଭାଇରଲ ଅଭିଯୋଗରେ ଯୁବକ ଗିରଫ

120

ବଲାଙ୍ଗୀର ୨୪-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଲାଠୋର ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ଅଭିଯୋଗ ରେ ଜଣେ ଯୁବକ ଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଲାଠୋର ଥାନା ପୋଲିସ ଉକ୍ତ ଯୁବକଙ୍କୁ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଛି। ଏ ନେଇ ଦଫା ୬୭, ୬୭ (ଏ) ସୂଚନା ପ୍ରଯୁକ୍ତି ଆଇନ, ୨୯୨, ୫୦୦, ୫୦୬, ୫୦୭, ୫୦୯ରେ ଏକ ମାମଲା (ନଂ-୧୧୪/୨୦) ରୁଜୁ ହୋଇଛି। ଏହି ଘଟଣାରେ ଆଉ କେତେଜଣଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଲାଠୋର ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ଲାଠୋର ଅଞ୍ଚଳର ଯୁବକ ଜଣକ କିଛିଦିନ ତଳେ ଜଣେ ଯୁବତୀଙ୍କର ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ। ଏଥିସହ ସମ୍ପୃକ୍ତ ଯୁବତୀଙ୍କ ବାପା ଓ ଭାଇଙ୍କୁ ଧମକ ଦେଉଥିଲେ। ଏ ନେଇ ଯୁବତୀ ଜଣକ ଲାଠୋର ଥାନାରେ ଏତଲା ଦେଇଥିଲେ। ଏତଲା ଅନୁଯାୟୀ ପୋଲିସ ୬ ଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ସେମାନଙ୍କ ମଧ୍ୟରୁ ଜଣେ ସମ୍ପୃକ୍ତି ସ୍ପଷ୍ଟ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.