Home ଜିଲ୍ଲା ପରିକ୍ରମା ବଡ଼ସାହିର ବନ୍ୟା ଦୁର୍ଗତଙ୍କୁ ନବଜ୍ୟୋତିଙ୍କ ରିଲିଫ୍ ବଣ୍ଟନ

ବଡ଼ସାହିର ବନ୍ୟା ଦୁର୍ଗତଙ୍କୁ ନବଜ୍ୟୋତିଙ୍କ ରିଲିଫ୍ ବଣ୍ଟନ

82

ବାଲେଶ୍ୱର, ୩୦ା୮(ଓଡ଼ିଆ ପୁଅ/ଅଭୟ ଦାସ) : ଲଘୁଚାପ ଜନିତ ବନ୍ୟାରେ ପ୍ରଭାବିତ ମୟୁରଭଂଜ ଜିଲ୍ଲା ବଡ଼ସାହି ଅଞ୍ଚଳର ଲୋକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ଓ ତାଙ୍କର ସହଯୋଗୀମାନେ। ବୁଢ଼ାବଳଙ୍ଗ ନଦୀ ବନ୍ୟା ଯୋଗୁଁ ବଡ଼ସାହି ନିର୍ବାଚନମଣ୍ଡଳୀର ଶହଶହ ପରିବାରଙ୍କ ଘରେ ପାଣି ପଶିବା ସହିତ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ମାତ୍ର ପ୍ରଶାସନ ସେମାନଙ୍କ ପାଖରେ ନ ପହଞ୍ଚିବା ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଖବର ପାଇ ବାଲେଶ୍ୱରର କଂଗ୍ରେସ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ନିଜର ସହଯୋଗୀଙ୍କ ସହ ସେଠାରେ ପହଞ୍ଚି ବନ୍ୟା ଦୁର୍ଗତଙ୍କୁ ରିଲିଫ ପ୍ରଦାନ କରିଥିଲେ। ବିଶେଷ କରି ଶୁଖିଲା ଖାଦ୍ୟ ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସେମାନଙ୍କୁ ବଣ୍ଟନ କରାଯାଇଥିଲା। ବଡ଼ସାହି କଂଗ୍ରେସ କମିଟିର ବହୁ ନେତା ଏଥିରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.