Home ଓଡ଼ିଶା ବ୍ୟାପକ ଅବ୍ୟବସ୍ଥା ଘେରରେ କେନ୍ଦୁଝର କୋଭିଡ ହସ୍‌ପିଟାଲ : ଅକ୍ସିଜେନର ଅଭାବ : ସଙ୍କଟରେ ରୋଗୀ

ବ୍ୟାପକ ଅବ୍ୟବସ୍ଥା ଘେରରେ କେନ୍ଦୁଝର କୋଭିଡ ହସ୍‌ପିଟାଲ : ଅକ୍ସିଜେନର ଅଭାବ : ସଙ୍କଟରେ ରୋଗୀ

71

କେନ୍ଦୁଝର, ୧୦ ମଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ରାଙ୍କିସ୍ଥିତ କୋଭିଡ-୧୯ ହସ୍‌ପିଟାଲରେ ଲଗାତର ଦେଖାଦେଇ ଆସୁଥିବା ଅବ୍ୟବସ୍ଥା ଅଭିଯୋଗର ତାଲିକା ଲମ୍ବିବାରେ ଲାଗଥିବା ବେଳେ ଏଥିପାଇଁ ହସ୍‌ପିଟାଲଟି ସବୁବେଳେ ଚର୍ଚ୍ଚାରେ ରହିଆସୁଅଛି। କିନ୍ତୁ ଅଭିଯୋଗର ସବୁର ଅନୁଧ୍ୟାନ କରାଯାଇ ଜିଲ୍ଲାବାସୀ କିମ୍ବା ରୋଗୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରତିକାର ପଦପକ୍ଷେ ନିଆଯିବା ପରିବର୍ତେ ଜିଲ୍ଲା ଲୋକମାନଙ୍କର ନିରୀହତା ଓ ସରଳତାର ସୁଯୋଗ ନିଆଯାଇ ସେସବୁକୁ ଯେଣତେଣ ପ୍ରକାର ଚାପି ଦିଆଯିବା ଘଟଣା ଏଠାରେ କିଛି ନୁଆ ନୁହେଁ। ଏପରିକି କି ଅନେକ ସମୟରେ କିଛି ସ୍ୱାର୍ଥନ୍ୱେଶୀ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ତଥାକଥିତ ସଂଗଠନର କର୍ମକର୍ତାମାନେ ମଧ୍ୟ ଏଭଳି ଅନ୍ୟାୟ ଅନୀତି ଆଦିକୁ ଆଖିବୁଜି ସମର୍ଥନ କରିଥାନ୍ତି। ଯେଉଁଥିପାଇଁ ସତ୍ୟ ଲୁଚି ଯାଇଥାଏ ଏବଂ ଅବ୍ୟବସ୍ଥା ଅନ୍ୟାୟ ଅନୀତିସବୁ ବଢି ଚାଲିଥାଏ। ଏଭଳି ଅବସ୍ଥା ଦେଖା ଦେଇଛି କେନ୍ଦୁଝରରେ। ଏଠାକାର କୋଭିଡ ହସ୍‌ପିଟାଲର ଅବ୍ୟବସ୍ଥା ଚରମସୀମାରେ ପହଂଚିଥିବା କାରଣରୁ ଏଠାରେ ଚିକିତ୍ସାଧିନ ଅବସ୍ଥାରେ ରୋଗୀଙ୍କର ମୃତ୍ୟୁ ସଂଖ୍ୟା ବଢିଚାଲିଥିବା ଘଟଣା ଗତ କିଛି ଦିନହେବ ବେଶ ଚର୍ଚ୍ଚାରେ ରହିଆସୁଥିବା ବେଳେ ଇତି ମଧ୍ୟରେ ଏଠାରେ ଅକ୍ସିଜନ ଅଭାବରୁ ଗୋଟିଏ ଦିନରେ ମୃତ୍ୟୁ ବରଣ କରିଥିବା ୧୫ଜଣ ରୋଗୀଙ୍କର ମରଶରୀରକୁ ଚୁପଚାପ୍ ଆମ୍ବୁଲାନ୍ସରେ ଶ୍ମଶାନ ପର୍ଯ୍ୟନ୍ତ ନିଆଯିବା ଆଦି ଦୃଶ୍ୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ମୃତଙ୍କର ସଂପର୍କୀୟମାନଙ୍କୁ କ୍ରନ୍ଦନରତ ଅବସ୍ଥାରେ ଦେଖିବାକୁ ମିଳିଛି। ଯାହାକି ରାଙ୍କିସ୍ଥିତ କୋଭିଡ ହସ୍‌ପିଟାଲରେ ସଠିକ ଉପଚାର ସଙ୍ଗକୁ ଅକ୍ସିଜେନ ଅଭାବରୁ ଲଗାତର ଚିକିତ୍ସାଧୀନ ରୋଗୀଙ୍କର ମୃତ୍ୟୁ ହେଉଥିବା ସଂପର୍କରେ ଲାଗିରହିଥିବା ଚର୍ଚ୍ଚାର ସତ୍ୟତାକୁ ଏକ ପ୍ରକାର ପ୍ରମାଣିତ କରିଛି ବୋଲି କୂହାଯାଇପାରେ। ଭିଡିଓକୁ ଭାଇରାଲ କରିଥିବା ବ୍ୟକ୍ତି ନିଜ ପରିଚୟକୁ ପ୍ରକାଶ କରି ନିଜର ଦାୟିତ୍ୱ ପ୍ରଦର୍ଶନ କରିବା ସହ ଭିଡିଓର ସତ୍ୟତାକୁ ଦୃଢକରିଛନ୍ତ ବୋଲି କୁହାଯାଇପାରେ। କୋଭିଡ ହସ୍ପିଟାଲର ବାସ୍ତବଚିତ୍ରକୁ ଭିଡିଓ ମାଧ୍ୟମରେ ଲୋକଲୋଚନକୁ ଆଣିଥିବା ବ୍ୟକ୍ତିଙ୍କ ପ୍ରତି ଦିନକୁ ଦିନ ପ୍ରଶଂସା ଓ ସାବାସୀର ସୁଅ ଛୁଟିବାରେ ଲାଗିଛି। ଅବଶ୍ୟ ଭାଇରାଲ ଭିଡିଓର ସତ୍ୟତାକୁ ଅଦ୍ୟବଧି ଜିଲ୍ଲା ପ୍ରଶାସନ ପକ୍ଷରୁ ଖଣ୍ଡନ କରାଯାଇନାହିଁ। ଯେଉଁଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ କୋଭିଡ ହସପିଟାଲ ସଂପର୍କରେ ପ୍ରଶାସନ ପକ୍ଷରୁ ଦିଆଯାଉଥିବା ସୂଚନା , ବାସ୍ତବତା ଠାରୁ ଯେ ବହୁଦୂରରେ ତାହା ପ୍ରମାଣିତ ହୋଇଛି। ଇତି ମଧ୍ୟରେ କୋଭିଡ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ରୋଗୀ କେନ୍ଦୁଝର ସହର ଓ ଆଖପାଖ ଅଂଚଳର ହୋଇଥିବା ବେଳେ ସେହି ରୋଗୀଙ୍କ ପରିବାରବର୍ଗ ଅକ୍ସିଜେନର ଅଭାବ ସହ ସମସ୍ତ ଅବ୍ୟବସ୍ଥାର ସାକ୍ଷୀ ରହିଥିବା ଦୃଷ୍ଟିରୁ ଏହାକୁ ଅସ୍ୱୀକାର କରିବା ସମ୍ଭବନୁହେଁ। କୋଭିଡ ହସପିଟାଲ ଓ କୋଭିଡ କେୟାର ସେଟଂରରେ ମୃତ୍ୟୁବରଣ କରୁଥିବା କରୋନା ରୋଗୀମାନଙ୍କର ମୂଲ୍ୟବାନ ସୁନାଗହଣା, ମୋବାଇଲ , ଟଙ୍କାପଇସା ଲୁଟ ହେଉଥିବା ସଂପର୍କରେ ଗୁରୁତର ଅଭିଯୋଗ ସଂପୃକ୍ତ ପରିବାରବର୍ଗଙ୍କ ପକ୍ଷରୁ ଲୋକଲୋଚନକୁ ଆସିଥିବା ବେଳେ କେତୋଟି ଘଟଣାରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ମଧ୍ୟ ଫଳ ଶୂନ୍ୟ ରହିଥିବା ସେମାନେ କହିଛନ୍ତି। ଅବଶ୍ୟ ଭାଇରାଲ ଭିଡିଓର ସତ୍ୟତା ନଥିଲେ ଅକ୍ସିଜେନ ମ୍ୟାନ ସ୍ୱେଛାସେବୀ ମୁନା ଶର୍ମାଙ୍କ ସେବାର ଆବଶ୍ୟକତା ପଡିନଥାନ୍ତା। କିମ୍ବା କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଅଂଶୁମାନ କୋଭିଡ ହସପିଟାଲର ସୃଷ୍ଟି ଗୁରୁତରସ୍ଥିତି ପ୍ରରିପ୍ରେକ୍ଷିରେ ରୋଗୀଙ୍କର ଅମୂଲ୍ୟ ଜୀବନ ବଂଚାଇବା ଲକ୍ଷ୍ୟରେ ଜିଲ୍ଲାପାଳଙ୍କୁ ମାନବିକତା ଦୃଷ୍ଟିକୋଣରୁ ତୁରନ୍ତ ପ୍ରତିକାର ପଦକ୍ଷେପ ନେବାପାଇଁ ଦାବୀ କରିନଥାନ୍ତେ। ଅଶୁଂମାନ ତାଙ୍କ ଚିଠିରେ କୋଭିଡ ହସପିଟାଲ ଓ କୋଭିଡ କେୟାର ସେଟଂରରେ ଆଡମିସନ ରୋଗୀଙ୍କ ସ୍ୱାସ୍ଥବସ୍ଥାର ସୂଚନା ପରିବାରବର୍ଗଙ୍କୁ ଦିଆଯାଉନଥିବା, ସଠିକ ଉପଚାର କରାଯାଉନଥିବା, ଆବଶ୍ୟକ ସଂଖ୍ୟକ ଡକ୍ଟର ଓ କର୍ମଚାରୀ ନିୟୋଜିତ କରାଯାଉନାହିଁ ଅଥଚ ପ୍ରେସ କନଫରେନ୍ସରେ ଯଥେଷ୍ଟ ପରିମାଣର ଅକ୍ସିଜେନ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଥିବୀ ବେଳେ ଅକ୍ସିଜେନ ଅଭାବରୁ ଏଠାରେ ରୋଗୀ ମରିବା ଦୁର୍ଭାଗ୍ୟପୁର୍ଣ୍ଣ ବୋଲି କହିଛନ୍ତି। ଏବଂ ଲୋକଙ୍କର ଜୀବନରକ୍ଷା ଲାଗି ଡିଏମଏଫ ର ଉପଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। କୋଭିଡ ହସପିଟାଲର ବାସ୍ତବଚିତ୍ର ଲୋକଲୋଚନକୁ ଆସିବା ପରେ ଏବେ ପ୍ରଶାସନର କୋଭିଡ ମୃତ୍ୟୁ ତଥ୍ୟର ସତ୍ୟତା ଉପରେ ସ୍ୱଭାବିକ ଭାବେ ଉଠିଛି ଅନେକ ପ୍ରଶ୍ନ। ଅବଶ୍ୟ ଏହାକୁ ସ୍ୱୀକାର କରିବାକୁ ପଡିବ ଯେ ଏହି ଭିଡିିଓ ଭାଇରାଲ ପରେ ହିଁ ସମସ୍ତଙ୍କ ଅନ୍ତରାତ୍ମା ଯେଭଳି ଜାଗ୍ରତ ହୋଇଉଠିଛି। କୋଭିଡ ହସପିଟାଲର ବାସ୍ତବ ଚିତ୍ରର ଭିଡିଓ ପରେ କେନ୍ଦୁଝରର ଗଣମାଧ୍ୟମ ପ୍ରତିନିଧିଙ୍କର ନୀରବତା ଉପରେ ଉଠିଥିବା ପ୍ରଶ୍ନ , ଅବଶ୍ୟ ସ୍ୱଭାବିକ। ଏହି ନୀରବତା ଯେକୌଣସି କାରଣରୁ ହେଉନା କାହିଁକି ଅନ୍ୟକୁ ଦୋଷଦେବା ପୂର୍ବରୁ ଭୁଲଯିବା ଉଚିତ ନୁହେଁ ଯେ ଅନୁସନ୍ଧାନ ଓ ସତ୍ୟ ଉନ୍ମୋଚନ କାମ ଆମଗଣମାଧ୍ୟମର। ଲୋକଙ୍କ ଜୀବନ ବଂଚାଇବା ଲାଗି ବାହାର ରାଜ୍ୟକୁ ଅକ୍ସିଜେନ ପଠାଇ ଯେଉଁ ସରକାର ପ୍ରଶଂସା ସାଉଁଟୁଅଛି ସେହି ରାଜ୍ୟର ଧନୀ ଜିଲ୍ଲାର ଲୋକଙ୍କର ଜୀବନ ଅକ୍ସିଜେନ ଅଭାବରୁ ଅକାଳରେ ଚାଲିଯିବା ଭଳି ଲଜ୍ୟାଜନକ ଘଟଣା ଆଉକଣବା ଥାଇପାରୋ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.