Home ଜିଲ୍ଲା ପରିକ୍ରମା ଧାମନଗର ମେଡ଼ିକାଲରେ ଟୀକାନେବାପାଇଁ କରୋନା କଟକଣାକୁ ଭୁଲିଲେ ଜନସାଧାରଣ, ପୁଲିସର ହସ୍ତକ୍ଷେପ, ୩ଶହ ଟୀକାକୁ ୧୫ଶହରୁ...

ଧାମନଗର ମେଡ଼ିକାଲରେ ଟୀକାନେବାପାଇଁ କରୋନା କଟକଣାକୁ ଭୁଲିଲେ ଜନସାଧାରଣ, ପୁଲିସର ହସ୍ତକ୍ଷେପ, ୩ଶହ ଟୀକାକୁ ୧୫ଶହରୁ ଉର୍ଦ୍ଧ୍ୱ ଲୋକ

41

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତବର୍ଷ ତୁଳନାରେ ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଖୁବ୍ ଅଧିକ । ଏନେଇ ସରକାରଙ୍କ ପକ୍ଷରୁ ମଧ୍ୟ ସଚେତନ କରାଯିବା ସହିତ ଲୋକମାନଙ୍କୁ କୋଭିଡ଼ଟୀକା ମଧ୍ୟ ପ୍ରଦାନ କରାଯାଉଛି । ହେଲେ ଅମାନିଆ ଲୋକମାନେ ସମଦୂରତା ନରଖିବା କୋଭିଡ଼ କଟକଣାକୁ ନମାନି ଟୀକା କେନ୍ଦ୍ରରେ ଭିଡ଼ ଜମାଇବାକୁ ନେଇ ଆଜି ଧାମନଗର ମେଡ଼ିକାଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାରୁ ପ୍ରକାଶଯେ ଆଜି ଧାମନଗର ଡ଼ାକ୍ତରଖାନାରେ ଦ୍ୱିତୀୟ ଡ଼ୋଜ ଟୀକା ପାଇଁ ୩୦୦ ଲୋକପାଇଁ ଟୀକା ଆସିଥିବାବେଳେ ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ୱ ଲୋକ ଧାମନଗର ମେଡ଼ିକାଲରେ ଭିଡ଼ ଜମାଇଥିଲେ । ଏପରି ରାସ୍ତା ମଧ୍ୟ ଜାମ ହୋଇଯାଇଥିଲା । ଏନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଧାମନଗର ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ଏସ୍‌ଡ଼ିପିଓ ବିଜୟ କୃଷ୍ଣ ମହାପାତ୍ର ଓ ଥାନା କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ଲୋକମାନଙ୍କୁ ଲାଇନ୍‌ରେ ଠିଆ କରିବା ସହିତ ସମଦୂରତା ମଧ୍ୟ କରାଇଥିଲେ । ପ୍ରକାଶ ଥାଉକି ଦ୍ୱିତୀୟ ଡ଼ୋଜ ପାଇଁ ୫ଶହ ଲୋକ ଅନ୍‌ଲାଇନ୍ କରିଥିବାବେଳେ ମାତ୍ର ୩ଶହ ଟୀକା ଆସିଥିଲା ଏବଂ ୧୫ଶହରୁ ଉର୍ଦ୍ଧ୍ୱ ଲୋକ ଏଠାରେ ଉପସ୍ଥିତ ଥିଲେ । ଯାହା ଫଳରେ କରୋନା କମିବା ଅପେକ୍ଷା ଏଠି ଅଧିକ ସଂକ୍ରମଣ ହେବାର ସୂଚନା ମିଳୁଥିଲା । ତେବେ ଏନେଇ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଗାଚରଣ ମୁର୍ମୁ ଓ ଧାମନଗର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପରବର୍ତ୍ତି ସମୟରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରାଯାଇ ବ୍ଲକର ଦୋବଲ, ଧୂଷୁରୀ ଓ ଅସୁରାଳି ଆଦି ଅଂଚଳରେ ଟୀକାକେନ୍ଦ୍ର ଖୋଲାଯାଇ ଲୋକଙ୍କୁ ସୁରୁଖୁରୁରେ ଟୀକା ପ୍ରଦାନ କରିବାପାଇଁ ଜିଲ୍ଳା ପ୍ରଶାସନକୁ ପ୍ରସ୍ତାବ ଦିଆଜିବବୋଲି ସେମାନେ ପ୍ରକାଶ କରିଥିଲେ । ତେବେ ଆଗୁଆ ସୂଚନା ଦେଇ ଲୋକମାନଙ୍କୁ ଟୀକା ପ୍ରଦାନ କରିଥିଲେ ଅଯଥା ଗହଳି ହୁଅନ୍ତା ନାହିଁ ବୋଲି ଉପସ୍ଥିତ ବ୍ୟକ୍ତିମାନେ ଅସନ୍ତୋଷ ପ୍ରକାଶ କରି କହିଥିଲେ । ଧାମନଗର ବ୍ଲକକୁ ଅଧିକ ଟୀକା ଯୋଗାଇ ଦେବା ସହିତ ବ୍ଲକରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାନଙ୍କରେ ଟୀକା ପ୍ରଦାନ କରାଗଲେ ସାଧାରଣ ଲୋକମାନେ ଆଉ ଧାମନଗର ନଆସି ନିଜ ନିଜ ଅଂଚଳରେ ରହି ଟୀକା ନେଇପାରିବେ ବୋଲି ସାଧାରଣ ଲୋକମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.