Home ଜିଲ୍ଲା ପରିକ୍ରମା କରୋନା ସଂଜୀବନୀ ପାଇଁ ନାହିଁନଥିବା ଭିଡ

କରୋନା ସଂଜୀବନୀ ପାଇଁ ନାହିଁନଥିବା ଭିଡ

55

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନାର ପ୍ରଥମ ଲହରୀ ଯାଇଥିବାବେଳେ ଏବେ ଦ୍ୱିତୀୟ ଲହରୀ ତାର କାୟା ମେଲାଇଛି । ଏବେ ପୁଣି ତୃତୀୟ ଲହରୀ ଆସିବା ନେଇ ଚର୍ଚ୍ଚା ଲାଗିରହିଛି । କିଛିଦିନ ପୂର୍ବରୁ ରାଜ୍ୟରେ ପହଞ୍ôଚଥିଲା ୨୨ ଲକ୍ଷ କରୋନା ସଂଜୀବନୀ । ଭଦ୍ରକ ବ୍ଲକ୍ ଅନ୍ତର୍ଗତ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ପ୍ରତିଷେଧକ ଟୀକାକରଣ ଚାଲିଥିବାବେଳେ ସାଧାରଣ ଜନତାଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଏହି ସମୟରେ ଭଦ୍ରକ ସହକାରୀ ଜିଲାପାଳ ରୂପାଲି ମହାପାତ୍ର ପହଞ୍ôଚ ସ୍ଥିତି ଅନୁଧ୍ୟାନ କରିବା ସହ ଆଗାମୀ ଦିନରେ ସରକାରୀ କଟକଣାକୁ ନଜରରେ ରଖି ସଠିକ୍ ଭାବେ ଟୀକାକରଣ କରିବା ନେଇ ଭଦ୍ରକ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ସମେତ ବରପଦା ମେଡିକାଲ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଅନ୍ୟପଟେ ଉକ୍ତ ସ୍ୱାସ୍ଥ୍ୟ ମେଡିକାଲ ପରିସର ଭିତରେ କରୋନା ଚିହ୍ନଟ ପ୍ରକ୍ରିୟା ଚାଲିଥିବାବେଳେ ସାଧାରଣ ଜନତା ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଭଦ୍ରକ ମହାବିଦ୍ୟାଳୟ ପରି ନିକଟସ୍ଥ ବରପଦା ବୈଷୟିକ ଓ ଯାନ୍ତ୍ରିକ ମହାବିଦ୍ୟାଳୟରେ ଟୀକାକରଣର ବ୍ୟବସ୍ଥା କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.