Home ଓଡ଼ିଶା ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା; ଏହିଦିନ ବନ୍ଦ ରହିବ ବ୍ୟାଙ୍କ

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା; ଏହିଦିନ ବନ୍ଦ ରହିବ ବ୍ୟାଙ୍କ

474

ନୂଆଦିଲ୍ଲୀ,୦୧/୧୧,(ଓଡିଆ ପୁଅ ପି ନାୟକ): ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଓ ଗୁରୁତ୍ଵପୂର୍ଣ୍ଣ ଖବର । କାରଣ ନଭେମ୍ବର ମାସରେ, ଏକାବେଳେ ୧୨ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଏହି ୮ଟି ଛୁଟିରେ ଭିନ୍ନ ଭିନ୍ନ ରାଜ୍ୟରେ ହେଉଥିବା ଛୁଟି ତାଲିକା ମଧ୍ୟ ସାମିଲ ରହିଛି। ଯେଉଁଥିପାଇଁ ବ୍ୟାଙ୍କ ଗ୍ରାହକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେବେ ଆସନ୍ତୁ ଜାଣିବା ନଭେମ୍ବର ମାସରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ। ନଭେମ୍ବର ୧- ବେଙ୍ଗାଲୁରୁ ଏବଂ ଇମ୍ଫାଲ୍ – କନ୍ନଡ଼ ରାଜ୍ୟୋତ୍ସବ, ୨ ତାରିଖରେ ପଟନା ଏବଂ ରାଞ୍ଚି ଛଠ ପୂଜା, ୩ ତାରିଖ ରବିବାର, ୮  ତାରିଖ ଶିଲଙ୍ଗଲା ଫେଷ୍ଟିଭାଲ, ୯ ତାରିଖ ଦ୍ବିତୀୟ ଶନିବାର, ୧୦ ତାରିଖ ରବିବାର, ୧୨ ତାରିଖ ଗୁରୁ ନାନକ ଜୟନ୍ତୀ, ୧୫ ରେ ବେଙ୍ଗାଲୁରୁ,ଜାମ୍ମୁ ଏବଂ ଶ୍ରୀନଗର ରେ କନକଦାସ ଜୟନ୍ତୀ ଏବଂ ଇଦଉଲ ମିଲାଦ ଉଲ ନବୀ, ନଭେମ୍ବର ୧୭ରେ ରବିବାର, ନଭେମ୍ବର ୧୯ରେ ଗ୍ୟାଙ୍ଗଟକ୍ – ହ୍ଲାବବ୍ ଦୁଚେନ୍, ନଭେମ୍ବର ୨୩ରେ ଚତୁର୍ଥ ଶନିବାର ଓ ୨୪ରେ  ରବିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ସେଥିପାଇଁ ସବୁ ଗ୍ରାହକ ବ୍ୟାଙ୍କ ସମ୍ବନ୍ଧିୟ କାର୍ଯ୍ୟ କରିନିଅନ୍ତୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.