Home ଓଡ଼ିଶା ବ୍ୟାଙ୍କ୍ ଆଗରୁ ଲୁଟିନେଲେ ୯୦ ହଜାର

ବ୍ୟାଙ୍କ୍ ଆଗରୁ ଲୁଟିନେଲେ ୯୦ ହଜାର

451

ବାରିପଦା ୪-୧୨ (ଓଡ଼ିଆ ପୁଅ) ବାରିପଦା ଟାଉନଥାନା ଅନ୍ତର୍ଗତ ଭଞ୍ଜପୁର ସ୍ଥିତ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବ୍ରାଞ୍ଚ ନିକଟରୁ ସ୍ଥାନୀୟ ଯମୁନାଦେଇପୁର ଅଞ୍ଚଳର ଭାରତୀ ମହାନ୍ତ ବ୍ୟାଙ୍କରୁ ୯୦ ହଜାର ଟଙ୍କା ଉଠାଇ ନେଉଥିବା ବେଳେ ଘଟିଛି ଅଘଟଣ।

ଘଟଣା ଅନୁସାରେ ଆଜି ଦିନ ପ୍ରାୟ ୨ଟା ସମୟରେ ନିଜ ଘର କାମ ପାଇଁ ଟଙ୍କା ଉଠାଇ ଏକ ବ୍ୟାଗ୍ ରେ ଧରି ଘରକୁ ଫେରୁଥିଲେ। ତେବେ ଏହି ସମୟରେ ମୁର୍ଗାବାଡି ପଟୁ ୨ ଜଣ ଦୁର୍ବୃତ୍ତ ଏକ ବାଇକ୍ ଯୋଗେ ଆସି ସ୍ଥାନୀୟ ଯମୁନେଶ୍ବର ମନ୍ଦିର ନିକଟରୁ ତାଙ୍କ ହାତରୁ ଝାମ୍ପିନେଇ ଟାଉନ ଭିତରକୁ ଦୃତ ଗତିରେ ପଳାଇ ଯାଇଥିଲେ। ସୂଚନା ଅନୁସାରେ ଭାରତୀଙ୍କ ଟଙ୍କା ବ୍ୟାଗ୍ ଭିତରେ ତାଙ୍କ ମୋବାଇଲ୍ ଏବଂ ବ୍ୟାଙ୍କ ପାସବୁକ୍ ମଧ୍ୟ ରହିଥିଲା। ଖବର ପାଇ ବାରିପଦା ଟାଉନଥାନା ପୋଲିସ ପହଞ୍ଚି ବ୍ୟାଙ୍କ ର ସିସିଟିଭି ଫୁଟେଜ ତଥା ଭାରତୀଙ୍କ ମୋବାଇଲ ନମ୍ବର ଆଧାରରେ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.