Home ଓଡ଼ିଶା ବ୍ୟାଙ୍କର୍ସ ର ମେଗା ରୁଣ ମେଳା ,୩୯୪ଜଣଙ୍କୁ ୯କୋଟି୫୫ଲକ୍ଷ ଟଙ୍କା ରୁଣ ପ୍ରଦାନ

ବ୍ୟାଙ୍କର୍ସ ର ମେଗା ରୁଣ ମେଳା ,୩୯୪ଜଣଙ୍କୁ ୯କୋଟି୫୫ଲକ୍ଷ ଟଙ୍କା ରୁଣ ପ୍ରଦାନ

48

ମାଲକାନଗିରି,୮ା୧୦ (ଓଡିଆ ପୁଅ ) ମାଲକାନଗିରି ପୌରପରିଷଦ ନଗରଭବନ ଠାରେ ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ ମେଗା ରୁଣମେଳା ଅନୁଷ୍ଟିତ ହୋଇ ଯାଇଛି । ଜିଲ୍ଲା ଗ୍ରାମଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମେଗା ରୁଣମେଳା କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ମୋଟ୪୫୩ ଟି ବ୍ୟାଙ୍କ ରୁଣ ଦରଖାସ୍ତ ଗ୍ରହଣ କରାଯାଇ ୮କୋଟି୪୭ଲକ୍ଷ ରୁଣ ପ୍ରଦାନ କରାଯାଇଥିଲା, ଏମାନଙ୍କ ମଧ୍ୟରେ ସ୍ୱୟଂସହାୟକ ଗୋଷ୍ଠି,ପିଏମଇଜିପି,ମୁଦ୍ରା ଲୋଲନ,ଡିଆରଆଇ ଲୋନ,ସ୍ୱତନ୍ତ୍ର ରୁଣ ସହିତ ବିଭିନ୍ନସ୍କିମରେ ରୁଣ ଦିଆ ଯାଇଛି,ବିଶେଷ କରି ୨୪୭ଟି ସ୍ୱୟଂସହାୟକ ଗୋଷ୍ଠିଙ୍କୁ ୬କୋଟି୨୫ଲକ୍ଷଟଙ୍କା,ଏମଏସଏମଇ ସ୍କିମରେ ୨କୋଟି୧୫ ଲକ୍ଷ ଟଙ୍କାର ରୁଣ ସହିତ ମୋଟ୩୯୪ ଜଣଙ୍କୁ ୯କୋଟି ୫୫ଲ କ୍ଷ ଟଙ୍କାର ରୁଣ ପ୍ରଦାନ କରାଯାଇ ଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଜୟପୁର ଏସବିଆଇ ବ୍ୟାଙ୍କର ମୁଖ୍ୟପରିଚାଳକ ଏମ.ଏଲ.ପ୍ରସାଦ,ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ର ମୁଖ୍ୟପରିଚାଳକ ନବ ଶବର,୮ଟି ବ୍ୟାଙ୍କ ପରିଚାଳକ,ଡିଆରଡିଏ ଏପିଡି ମାନସ ମିଶ୍ର,ଏପିଡି ପବିତ୍ରମୋହଗାନ ବାରା, ଏପଡି ବାଲିଜୀ ପଟନାୟକ,ଜିଲ୍ଲାସମାଜ କଲ୍ୟାଣ ଅଧିକାରୀ,ସିଡିପିଓ,ବିପିଏମ, ବିପିସି ପ୍ରମୁଖ ଉପସ୍ଥିତ ଥିଲେ । ଏହି ରୁଣମେଳାରେ ଶହ ଶହ ସଂଖ୍ୟାରେ ମହିଳାସ୍ୱୟଂ ସହାୟକ ଗୋଷ୍ଠି,ସହିତ ମହିଳା ଓ ପୁରଷମାନେ ଭାଗନେଇ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.