Home Top News ପଂଚାୟତ ନିର୍ବାଚନ ପାଇଁ ସଂରକ୍ଷିତ ତାଲିକା ପ୍ରକାଶ

ପଂଚାୟତ ନିର୍ବାଚନ ପାଇଁ ସଂରକ୍ଷିତ ତାଲିକା ପ୍ରକାଶ

111

ନୟାଗଡ଼, ୮ା୧୦(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): : ନୟାଗଡ଼ ଜିଲ୍ଲାରେ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ସଂରକ୍ଷିତ ତାଲିକା ପ୍ରକାଶ ପାଇଥିବାବେେଳେ ୫୦ ପ୍ରତିଶତ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି। ନୟାଗଡ଼ ପଂଚାୟତ ସମିତିର ଇଳିରି ଗ୍ରାମ ପଂଚାୟତର ସରପଂଚ ଓ ସମିତି ପଦବୀ ମହିଳା ପାଇଁ ସଂରକ୍ଷିତ ଥିଲାବେଳେ ଇଟାମାଟି ପଂଚାୟତ ସରପଂଚ ଓ ସମିତି ଅଂସରକ୍ଷିତ, କାଳିକାପ୍ରସାଦ ପଂଚାୟତ ସରପଂଚ ଓ ସମିତି ମହିଳା, କେନ୍ଦୁଢିପି ପଂଚାୟତ ସରପଂଚ ଅନୁସୂଚୀତ ଜାତି ଥିଲାବେଳେ ସମିତି ଅନୁସୂଚିତ ଜାତି ମହିଳା, କ୍ରିଦାଶପୁର ସରପଂଚ ଅସଂରିକ୍ଷିତ ଥିଲାବେଳେ ସମିତି ମହିଳା, ଖୁଂଟୁବନ୍ଧ ସରପଂଚ ମହିଳା ଥିଲାବେଳେ ସମିତି ଅସଂରକ୍ଷିତ, ଗଦାଧରପ୍ରସାଦ ସରପଂଚ ପଛୁଆବର୍ଗ ଓ ସମିତି ଅସଂରକ୍ଷିତ, ଗମ୍ଭାରିଡିହି ସରପଂଚ ପଛୁଆବର୍ଗ ମହିଳା ଓ ସମିତି ଅସଂରକ୍ଷିତ, ଘଡ଼ୁଆଳ ସରପଂଚ ପଛୁଆବର୍ଗ ମହିଳା ଓ ସମିତି ମହିଳା, ଚଣ୍ଡିବସ୍ତ ସରପଂଚ ପଛୁଆବର୍ଗ ମହିଳା ଓ ସମିତି ପଛୁଆବର୍ଗ ମହିିଳା, ଚମ୍ପତିପୁର ସରପଂଚ ପଛୁଆବର୍ଗ ଓ ସମିତି ଅସଂରକ୍ଷିତ, ଜେମାଦେଇପୁରପାଟଣା ସରପଂଚ ପଛୁଆବର୍ଗ ଓ ସମିତି ଅସଂରକ୍ଷିତ, ନଡ଼ିଆଳି ସରପଂଚ ଅସଂରକ୍ଷିତ ଓ ସମିତି ମହିଳା, ନବଘନପୁର ସରପଂଚ ଅସଂରକ୍ଷିତ ଓ ପଛୁଆବର୍ଗ, ନାଟୁଗାଁ ସରପଂଚ ମହିଳା ଓ ସମିତି ପଛୁଆବର୍ଗ ମହିଳା, ନୋତର ସରପଂଚ ଅସଂରକ୍ଷିତ ଓ ସମିତି ପଛୁଆବର୍ଗ, ବଡ଼ପଣ୍ଡୁୂସର ସରପଂଚ ମହିଳା ଓ ସମିତି ପଛୁଆବର୍ଗ ମହିଳା, ବାଉଁଶିଆପଡ଼ା ସରପଂଚ ମହିଳା ଓ ସମିତି ମହିଳା, ବାଲୁଗାଁ ସରପଂଚ ଅନୁସୂଚିତ ଜାତି ମହିଳା ଓ ସମିତି ଅନୁସୂଚୀତ ଜାତି ମହିଳା, ବିରୁଡ଼ା ଅସଂରକ୍ଷିତ, ଭାଟସାହି ମହିଳା, ମାଛିପଡ଼ା ଅନୁସୂଚୀତ ଜାତି ମହିଳା, ମୁଥାଗାଡ଼ିଆ ପଛୁଆବର୍ଗ ମହିଳା, ଶରଣକୁଳ(ଜହ୍ନିପଦା) ଅସଂରକ୍ଷିତ, ଶରଧାପୁର ମହିଳା, ସିନ୍ଦୁରିଆ ଅସଂରକ୍ଷିତ, ଲକ୍ଷ୍ମୀପ୍ରସାଦ ମହିଳା, ଲାଠିପଡ଼ା ଅସଂରକ୍ଷିତ ଓ ଲେଙ୍କୁଡ଼ିପଡ଼ା ପଂଚାୟତ ଅସଂରକ୍ଷିତ ଭାବେ ସ୍ଥାନ ପାଇଥିବା ଜଣାପଡ଼ିଛି। ସେହିପରି ପଂଚାୟତ ଅଧ୍ୟକ୍ଷ ପଦବୀ ପାଇଁ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ପଦବୀ ପଛୁଆବର୍ଗ, ଖଣ୍ଡପଡ଼ା ଅନୁସୂଚୀତ ଜନଜାତି ମହିଳା, ଗଣିଆ ଅସଂରକ୍ଷିତ, ଦଶପଲ୍ଲା ପଛୁଆବର୍ଗ ମହିଳା, ନୟାଗଡ଼ ଅନୁସୂଚୀତ ଜାତି ମହିଳା, ନୂଆଗାଁ ମହିଳା, ଭାପୁର ଅସଂରକ୍ଷିତ ଓ ରଣପୁର ବ୍ଳକ ଅଧ୍ୟକ୍ଷ ପଦବୀ ଅସଂରକ୍ଷିତ ଥିବା ସରକାରୀ ଭାବେ ପ୍ରକାଶ ପାଇଛି। ସେହିଭଳି ଜିଲ୍ଲାପରିଷଦ ସଭ୍ୟ ପାଇଁ ଓଡ଼ଗାଁ ୧ନଂ ଜୋନ ମହିଳା, ଓଡ଼ଗାଁ ୨ନଂ ଜୋନ ଅସଂରକ୍ଷିତ, ଓଡ଼ଗାଁ ୩ନଂ ଜୋନ ଅନୁସୂଚୀତ ଜାତି ମହିଳା, ଓଡ଼ଗାଁ ୪ନଂ ଜୋନ ମହିଳା, ଖଣ୍ଡପଡ଼ା ୫ନଂ ଜୋନ ଅନୁସୂଚୀତ ଜାତି, ଖଣ୍ଡପଡ଼ା ୬ନଂ ଜୋନ ମହିଳା, ଖଣ୍ଡପଡ଼ା ୭ନଂ ଜୋନ ଅସଂରକ୍ଷିତ, ଗଣିଆ ୮ନଂ ଜୋନ ମହିଳା, ଦଶପଲା ୯ନଂ ଜୋନ ପଛୁଆବର୍ଗ, ଦଶପଲ୍ଳା ୧୦ନଂ ୧୧ ନଂ ଜୋନ ପଛୁଆବର୍ଗ, ନୟାଗକଡ଼ ୧୨ ନଂ ଓ ୧୩ ନଂ ଜୋନ ଅନୁସୂଚୀତ ଜାତି, ନୟାଗଡ଼ ୧୪ ନଂ ଜୋନ ଅନୁସୂଚୀତ ଜାତି, ନୟାଗଡ଼ ୧୫ ନଂ ଜୋନ ପଛୁଆବର୍ଗ, ନୂଆଗାଁ ୧୬ ନଂ ଜୋନ ପଛୁଆବର୍ଗ ମହିଳା, ନୂଆଗାଁ ୧୭ନଂ ଜୋନ ଅନୁସୂଚୀତ ଜନଜାତି, ଭାପୁର ୧୮ନଂ ଜୋନ ପଛୁଅରବର୍ଗ, ଭାପୁର ୧୯ ଓ ୨୦ ନଂ ଜୋନ ଅସଂରକ୍ଷିତ, ରଣପୁର ୨୧ ନଂ ଜୋନ ମହିଳା, ରଣପୁର ୨୨ ନଂ ଜୋନ ଅସଂରକ୍ଷିତ, ରଣପୁର ୨୩ ନଂ ଜୋନ ଅନୁସୂୁଚୀତ ଜାତି ମହିଳା, ରଣପୁର ୨୪ ନଂ ଜୋନ ମହିଳା ପଦବୀ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଏପରିଭାବରେ ନୟାଗଡ଼ ଜିଲ୍ଲାର ୨୪ଟି ଜିଲ୍ଲା ପରିଷଦ ଜୋନ, ୮ଟି ବ୍ଳକ ଅଧ୍ୟକ୍ଷ ପଦ ଏବଂ ୧୯୬ ସରପଂଚ ଓ ସମିତି ସଭ୍ୟ ସହ ୱାର୍ଡ଼ ସଭ୍ୟଙ୍କ ସଂରକ୍ଷିତ ତାଲିକା ପ୍ରକାଶ ପାଇଛି। ତାଲିକା ପ୍ରକାଶ ପାଇବା ପରେ ସାଧାରଣରେ ଉତ୍ସୁକତା ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.