Home ଓଡ଼ିଶା ବ୍ୟକ୍ତିଗତ ଜମିରେ ସରକାରୀ ପୋଖରୀ : ଜମିମାଲିକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବ୍ୟକ୍ତିଗତ ଜମିରେ ସରକାରୀ ପୋଖରୀ : ଜମିମାଲିକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

135

ବାହାନଗା,୨୧ା୧୦(ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଆରୁହାବାଡ଼ ପଞ୍ଚାୟତରେ ବ୍ୟକ୍ତିଗତ ଜମିରେ ସରକାରୀ ଅର୍ଥ ଲଗାଣ କରି ପୋଖରୀ ଖୋଳିବା ପ୍ରସଙ୍ଗରେ କିଛି ଗ୍ରାମବାସୀ ମୁଖ୍ୟ ମନ୍ତ୍ରୀ, ଲୋକାୟୁକ୍ତ , ଭିଜିଲାନ୍ସଙ୍କୁ ଅଭିଯୋଗ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏହାର ତଦନ୍ତ ପାଇଁ ୭ା୧୦ା୨୦ରେ ପିଡିଡିଆଡିଏଙ୍କ ନିକଟକୁ ନିର୍ଦ୍ଦେଶ ଆସିଥିବାର ଜଣାପଡ଼ିଛି । ଏହା ପରେ ଜମି ମାଲିକ ୨୦ା୧୦ା ୨୦ରେ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ନିଜର ଜମିକୁ ଫେରାଇ ଦେବାକୁ ଆବେଦନ କରିଛନ୍ତି । ସୂଚନା ଅନୁସାରେ ରୂପଖଣ୍ଡ ମୌଜାରେ ଖାତା ନଂ ୨୬୪ଓ ୨୬୫ ଏବଂ ପ୍ଲଟ ନଂ ୧୭୧ ଓ ୧୭୨ଯାହର ସରଜମିନ ୨ଏକର ୬୫ଡିସିମିଲରେ ଆରୁଆବାଡ଼ ପଞ୍ଚାୟତ ପକ୍ଷରୁ ଏକ ପୋଖରୀ ଖୋଳଯାଇ ଏଥିରେ ସରକାରୀ ଅର୍ଥ ବିନଯୋଗ କରାଯାଇଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ । ଏହାର ଖବର ପାଇ ଜମି ମାଲିକ ଶଙ୍କର୍ଷଣ ପଣ୍ଡାଙ୍କ ପୁଅ ଜ୍ୟୋତିରଞ୍ଜନ ପଣ୍ଡା, ଓ ବୁଦ୍ଧିରାମ ପଣ୍ଡାଙ୍କ ପୁଅ ସରୋଜ କୁମାର ପଣ୍ଡା ନିଜର ଜମିରେ ପୋଖରୀ ଖେଳା ଯାଇଥିବା ଖବର ପାଇ ସେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିବାର ଜଣାପଡ଼ିଛି । ସେ ଅଭିଯୋଗରେ ଦର୍ଶାଇଛନ୍ତି ଏହା ପୋଖରୀ କିସମରେ ଥିବାରୁ ଚାଷ ପାଇଁ ଉପଯୋଗୀ ନୁହେଁ । ତା ଛଡ଼ା ଏହା ଆମ୍ଭ ଘର ବିଷ୍ଣୁପୁର ଗ୍ରାମରୁ ୩/୪କିମି ହୋଇ ଥିବାରୁ ଚାଷ ସମ୍ଭବ ହେଉ ନଥିଲା । ତେଣୁ ଏବର୍ଷ ତାକୁ ସେମାନେ କିଛି ମାଟି ପକାଇ ଚାଷ କରିଥାନ୍ତେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ତେବେ ସେଥିରେ ସରକାରୀ ଟଙ୍କାରେ ପୋଖରୀ ଖୋଳିବା ବଡ଼ ଦୁଖଃଦ ଘଟଣା ବୋଲି କହିଛନ୍ତି । ତେବେ ମାସମାସ ଧରି କାର୍ଯ୍ୟ ହେବା ପରେ ଜମି ମାଲିକ ଜାଣି ନପାରିବା ତଦନ୍ତ ପାଇଁ ନିର୍ଦ୍ଦେଶ ଆସିବା ପରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା କାରଣ କଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.