Home ଓଡ଼ିଶା ପନ୍ଦର ମିନିଟ୍‍ ପାଇଁ ବିଜୁଳି ବନ୍ଦ ର ଆହ୍ୱାନ

ପନ୍ଦର ମିନିଟ୍‍ ପାଇଁ ବିଜୁଳି ବନ୍ଦ ର ଆହ୍ୱାନ

179

ଭୁବନେଶ୍ୱର, ୨୧/୧୦ (ଓଡ଼ିଆ ପୁଅ) ବୁଧବାର ସନ୍ଧ୍ୟା ୫ଟାବେଳେ ବିଦ୍ୟୁତ୍‍ ଉପଭୋକ୍ତା ମହାସଂଘ ତରଫରୁ ମାଷ୍ଟର କ୍ୟାଌକ୍ଷଗ୍ଧ;ିନ୍‍ ଛକଠାରେ ଘଣ୍ଟିକିଆ ପ୍ରତିବାଦ ସଭା ହୋଇଥିଲା। ଏହି ସଭାରେ କଂଗ୍ରେସ, ସି-ପି-ଆଇ(ଏମ୍‍) ସି-ପି-ଆଇ, ସମାଜବାଦୀ ପାର୍ଟି ଫରୱାର୍ଡ଼ ବ୍ଲକ୍‍, ସିି-ପି-ଆଇ- ଏମ୍‍-ଏଲ୍‍- (ଲିବରେସନ୍‍), ସି-ପି-ଆଇ-ଏମ୍‍-(ରେଡ଼୍‍ଷ୍ଟାର), ଆର୍‍-ଜେ-ଡି, ଏନ୍‍-ସି-ପି- ପ୍ରଭୃତି ୯ଟି ପାର୍ଟିର ନେତାମାନେ ଯୋଗ ଦେଇଥିଲେ। ବିଦ୍ୟୁତ୍‍ ଦରବୃଦ୍ଧି ପ୍ରତିବାଦରେ ଗୁରୁବାର ସନ୍ଧ୍ୟା ୬ ରୁ ୬-୧୫ ମିନିଟ୍‍ ପର୍ଯ୍ୟନ୍ତ ସବୁ ବର୍ଗର ଉପଭୋକ୍ତା ୧୫ ମିନିଟ୍‍ ପାଇଁ ବିଜୁଳିବତୀ ଲିଭାଇ ସରକାରଙ୍କୁ ଚେତାଇ ଦେବାକୁ ଆହ୍ୱାନ ଦିଆଯାଇଥିଲା। ବକ୍ତାମାନେ ବାକି ପଡ଼ିଥିବା ହଜାର ହଜାର କୋଟି ଟଙ୍କା ବଡ଼ ବଡ଼ କମ୍ପାନୀ ଠାରୁ ଆଦାୟ ନ କରି କରୋନା ମହାମାରୀ ସମୟରେ ସାଧାରଣ ଉପଭୋକ୍ତାଙ୍କ ଉପରେ ଦରବୃଦ୍ଧିକୁ କଡ଼ା ସମାଲୋଚନା କରିଥିଲେ। ବିଦ୍ୟୁତ୍‍ ସଂସ୍କାରବେଳେ ନିରବଚ୍ଛିନ୍ନ ବିଦ୍ୟୁତ୍‍ ଯୋଗାଇଦେବା, ବିଦ୍ୟୁତ୍‍ ଲୋକସାନ କମାଯିବା ଓ ବାଧିଲା ଭଳି ଦରବୃଦ୍ଧି ନକରିବା ଆଦି ପ୍ରତିଶ୍ରୁତି ଦିଆଯାଇଥିଲା। ନବୀନ ବାବୁଙ୍କ ୨୨ବର୍ଷର ଶାସନ କାଳରେ ଏବେବି ଅନେକ ସମୟରେ ଅଘୋଷିତ ବିଦ୍ୟୁତ୍‍ କାଟ୍‍ ହେଉଛି। ଲୋକେ ମଧ୍ୟ ଅନ୍ଧକାରରେ ରହୁଛନ୍ତି। ପରିବହନ ଜନିତ ଲୋକସାନ ଏବେ ବହୁତ ଅଧିକ ଅଛି। ତଥାପି ସରକାରଙ୍କ ପ୍ରୋତ୍ସାହନରେ ବିଦ୍ୟୁତ୍‍ ନିୟାମକ ଆୟୋଗ ବିଦ୍ୟୁତ୍‍ ୟୁନିଟ୍‍ ପିଛା ୨୦ପଇସା କରି ଏ ମାସରୁ ବଢ଼ାଇ ଦେଇଛନ୍ତି। ଏକଥା ସରକାରଙ୍କ ଜ୍ଞାତସାରରେ ହୋଇଛି। ଉପଭୋକ୍ତାମାନଙ୍କ ଉପରେ ପଡ଼ିଥିବା ଦରବୃଦ୍ଧି ଚାପ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା। ଏହି ସଭାରେ ପ୍ରମୁଖ କୃଷକ ସଂଗଠନ ଓ ଶ୍ରମିକ ସଂଗଠନର ନେତାମାନେ ଯୋଗଦେଇ ୨୨ ତାରିଖ ସନ୍ଧ୍ୟାରେ ବିଦ୍ୟୁତ୍‍ କାଟି ପ୍ରତିବାଦ ଜଣାଇବା ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ସରକାର ଏପରି ଦରବୃଦ୍ଧି ନ ହଟାଇଲେ ଆଗାମୀ ଦିନରେ ପ୍ରବଳ ଜନବିରୋଧ ହେବ ବୋଲି ନେତାମାନେ ଚେତାବନି ଶୁଣାଇଥିଲେ। ଉପଭୋକ୍ତା ମହାସଂଘର ବିଭିନ୍ନ ବକ୍ତା ସରକାରଙ୍କର ଏପରି ଖାଉଟୀ ମାରଣ ବ୍ୟବସ୍ଥାକୁ ତୀବ୍ର ସମାଲୋଚନା କରିବା ସହିତ ‘ମୋ ବିଦ୍ୟୁତ୍‍’ ଘୋଷଣା ସାଧାରଣ ଜନତାକୁ ବିଭ୍ରାନ୍ତ କରିବା ଓ ଉପହାସ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କର ହଠାତ୍‍ ଆବିର୍ଭାବ ଓ ଘୋଷଣାକୁ କଡ଼ା ସମାଲୋଚନା କରିଥିଲେ। ଉପଭୋକ୍ତା ମହାସଂଘର ଉପଦେଷ୍ଟା ବରୀଷ୍ଠ ସାମ୍ବାଦିକ ରବି ଦାସ ଆହ୍ୱାନ ଦେଇ କହିଥିଲେ ଯେ, ଏହି ଦର ବୃଦ୍ଧି ସରକାରରେ ଥିବା ବିଜୁ ଜନତା ଦଳ ଓ ବିଜେପି ସମର୍ଥକ ମାନଙ୍କୁ ମଧ୍ୟ ବାଧିବ। ସେମାନେ ନିଜର ପ୍ରତିବାଦ ସ୍ୱରକୁ ଉପଭୋକ୍ତା ମହାସଂଘର ଡାକରା ସହିତ ସାମିଲ କରିବେ ବୋଲି ଆଶା କରାଯାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.